Below header

ଚନ୍ଦ୍ରଯାନ-୩ରେ ପୁଣି ଜଣେ ଓଡିଆ ପୁଅ, ଏ ସଫଳତା ଶୁଣି ଶେଯରୁ ଉଠିବସିଲା ରୋଗିଣା ମାଆ

ଚନ୍ଦ୍ରଯାନ-୩ ସଫଳତା ପଛରେ ରହିଛନ୍ତି ଅନେକ ବୈଜ୍ଞାନିକ । ଏମାନଙ୍କ ଭିତରୁ କେନ୍ଦ୍ରାପଡା ଜିଲ୍ଲାର ଆଉ ଜଣେ ବୈଜ୍ଞାନିକ ଯିଏ ଏବେ ଚର୍ଚ୍ଚାରେ । ସେ ହେଉଛନ୍ତି ରାଜକନିକା ଗିରିଆ ଗାଁର ଦେବଦତ୍ତ ମିଶ୍ର । ସେ ଦୀର୍ଘ ୩୦ବର୍ଷ ହେବ ଇସ୍ରୋ ଅଧୀନରେ କାର୍ଯ୍ୟ କରି ଆସୁଛନ୍ତି ।

ଆଳି(କେନ୍ୟୁଜ୍): ଚନ୍ଦ୍ରଯାନ-୩ ଚନ୍ଦ୍ରପୃଷ୍ଠରେ ପହଞ୍ଚିବା ପରେ ପ୍ରତ୍ୟେକ ଭାରତୀୟ ଉତ୍ସାହିତ ଓ ଗର୍ବିତ । କାରଣ ଚନ୍ଦ୍ରର ଦକ୍ଷିଣ ମେରୁରେ ପହଞ୍ଚିଥିବା ବିଶ୍ୱର ପ୍ରଥମ ଦେଶ ହେଉଛି ଭାରତ । ତେବେ ସଫଳତାର ସହିତ ଚନ୍ଦ୍ରଯାନ-୩ ଚନ୍ଦ୍ରପୃଷ୍ଠରେ ଅବତରଣ କରିଥିବାବେଳେ ଲ୍ୟାଣ୍ଡର ବିକ୍ରମରୁ ବାହାରି ରୋଭର ପ୍ରଜ୍ଞାନ ଚନ୍ଦ୍ରପୃଷ୍ଠରେ ବିଚରଣ କରୁଛି । ତେବେ ଚନ୍ଦ୍ରରେ ପୃଥିବୀ ଭଳି ବାତାବରଣ ନଥିବା କାରଣରୁ ଏହା ସାମନାରେ ଅନେକ ଚ୍ୟାଲେଞ୍ଜ ରହିଛି ।

ତେବେ ୪୨ ଦିନର ଯାତ୍ରା ପରେ ଚନ୍ଦ୍ରପୃଷ୍ଠରେ ପାଦ ଥାପିଛି ଚନ୍ଦ୍ରଯାନ-୩ । ଏହି ଚନ୍ଦ୍ରଯାନ-୩ ସଫଳତା ପଛରେ ରହିଛନ୍ତି ଅନେକ ବୈଜ୍ଞାନିକ । ଏମାନଙ୍କ ଭିତରୁ କେନ୍ଦ୍ରାପଡା ଜିଲ୍ଲାର ଆଉ ଜଣେ ବୈଜ୍ଞାନିକ ଯିଏ ଏବେ ଚର୍ଚ୍ଚାରେ। ସେ ହେଉଛନ୍ତି ରାଜକନିକା ଗିରିଆ ଗାଁର ଦେବଦତ୍ତ ମିଶ୍ର । ସେ ଦୀର୍ଘ ୩୦ବର୍ଷ ହେବ ଇସ୍ରୋ ଅଧୀନରେ କାର୍ଯ୍ୟ କରି ଆସୁଛନ୍ତି ।

photo..

ଏହି ମୁନ ମିଶନରେ ସେ ମଧ୍ୟ କାର୍ଯ୍ୟ କରିଛନ୍ତି । ଚନ୍ଦ୍ରଯାନର ସଫଳ ଲ୍ୟାଣ୍ଡିଙ୍ଗ ପରେ ତାଙ୍କ ଗାଁମାଟି ଓ ପରିବାର ଲୋକେ ବେଶ ଗର୍ବ ଅନୁଭବ କରୁଥିବାବେଳେ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି । ଏମିତି କି ଘରେ ବିଛଣାରେ ପଡିରହିଥିବା ଏହି ରୋଗୀଣା ମାଆ ପୁଅର ସଫଳତା ଶୁଣିବା ପରେ ଶେଯରୁ ଉଠି ବସିଛନ୍ତି। ପୁଅର ପ୍ରଶଂସା କରିବା ସହିତ ସମସ୍ତ ବୈଜ୍ଞାନିକ ମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ଏପଟେ ଚନ୍ଦ୍ରଯାନ-୩ର ସଫଳ ଲ୍ୟାଣ୍ଡିଂ ପରେ ପରେ ଏବେ ଇସ୍ରୋର ନଜର ଆଦିତ୍ୟ ଏଲ-୧ ମିଶନ ଉପରେ। ସୂର୍ଯ୍ୟର ଅଧ୍ୟୟନ ପାଇଁ ସେପ୍ଟେମ୍ବର ପ୍ରଥମ ସପ୍ତାହରେ ଆଦିତ୍ୟ ଏଲ-1 ମିଶନ ଆରମ୍ଭ ହେବ ବୋଲି ଇସ୍ରୋ ଅଧ୍ୟକ୍ଷ କହିଛନ୍ତି । ତେବେ ଏହା ଅତି ଗର୍ବର କଥା କି, ଜଣେ ଓଡିଆ ପୁଅର ଅବଦାନ ବି ଚନ୍ଦ୍ରଯାନ-୩ ଭଳି ଏତେ ବଡ ମିସନରେ ରହିଛି । ଯେଉଁଥି ପାଇଁ ପରିବାର ଲୋକଙ୍କ ସହିତ ଗ୍ରାମାବସୀବି ଖୁବ୍ ଖୁସି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.