ଭିନ୍ନ ଅନ୍ଦାଜରେ ଦେଖାଗଲେ କରୀନା ଓ ମଲାଇକା, କଫ୍‌ତାନ ଡ୍ରେସ ଟ୍ରେଣ୍ଡକୁ ପୁଣି ଫେରାଇ ଆଣିଲେ ଦୁହେଁ

ଗ୍ଲାମର ଏବଂ ଷ୍ଟାଇଲରେ ବଲିଉଡର ଅଭିନେତ୍ରୀ କରୀନା କପୁର ଖାନ ଏବଂ ମଲାଇକା ଆରୋରା ସବୁବେଳେ ନିଜର ଫ୍ୟାଶନ ସେନ୍ସ ପାଇଁ ଲାଇମଲାଇଟରେ ରୁହନ୍ତି । ତେବେ ନିକଟରେ ହୋଇଥିବା ଏକ ଷ୍ଟାର ଷ୍ଟଡେଡ ପାର୍ଟିରେ ସେମାନେ ଏକ ଆଙ୍କଲ ଲେଙ୍ଗଥ୍‌ କଫ୍‌ତାନ ଡ୍ରେସ ସହ ଅନ୍ୟ ଜୁଏଲାରୀରେ ନଜର ଆସିଥିଲେ ଯାହା ପୁଣି ଥରେ ଫ୍ୟାନ୍ସଙ୍କ ପାଇଁ ଚର୍ଚ୍ଚା ଆରମ୍ଭ କରିଛି ।

ବଲିଉଡର କଳାକାରମାନେ ସର୍ବଦା ନିଜର ଫ୍ୟାସନ ସେନ୍ସ ପାଇଁ ଚର୍ଚ୍ଚାରେ ରୁହନ୍ତି । ତାଙ୍କ ଡିଜାଇନର ଡ୍ରେସ ଦେଖି ଫ୍ୟାନ୍ସମାନେ ମଧ୍ୟ ଆକର୍ଷିତ ହୋଇଥାନ୍ତି । ତେବେ ନିକଟରେ କରୀନା କପୁର ଖାନ ଓ ମଲାଇକା ଅରୋରାଙ୍କୁ ଏକ ଭିନ୍ନ ଡିଜାଇନ୍‌ର ପୋଷାକରେ ଦେଖିବାକୁ ମିଳିଥିଲା ଯାହା ବର୍ତ୍ତମାନ ଭାଇରାଲ ହେଉଛି । ଗ୍ଲାମର ଏବଂ ଷ୍ଟାଇଲରେ ବଲିଉଡର ଅଭିନେତ୍ରୀ କରୀନା କପୁର ଖାନ ଏବଂ ମଲାଇକା ଆରୋରା ସବୁବେଳେ ନିଜର ଫ୍ୟାଶନ ସେନ୍ସ ପାଇଁ ଲାଇମଲାଇଟରେ ରୁହନ୍ତି । ତେବେ ନିକଟରେ ହୋଇଥିବା ଏକ ଷ୍ଟାର ଷ୍ଟଡେଡ ପାର୍ଟିରେ ସେମାନେ ଏକ ଆଙ୍କଲ ଲେଙ୍ଗଥ୍‌ କଫ୍‌ତାନ ଡ୍ରେସ ସହ ଅନ୍ୟ ଜୁଏଲାରୀରେ ନଜର ଆସିଥିଲେ ଯାହା ପୁଣି ଥରେ ଫ୍ୟାନ୍ସଙ୍କ ପାଇଁ ଚର୍ଚ୍ଚା ଆରମ୍ଭ କରିଛି । ଏହି କଫ୍‌ତାନ୍ ଡ୍ରେସର ଦୁଇ ସେଲିବ୍ରିଟିଙ୍କୁ ଦେଖି ଫ୍ୟାନ୍ସମାନେ ଆକର୍ଷିତ ହୋଇଛନ୍ତି । ଦୁହେଁ କଫ୍‌ତାନ ଡ୍ରେସ ଟ୍ରେଣ୍ଡକୁ ପୁଣି ଫେରାଇ ଆଣିଛନ୍ତି ।

କରୀନା କପୁର ଖାନଙ୍କ ଉପସ୍ଥିତି ପାର୍ଟିର ଶୋଭା ବଢ଼ାଇଥିଲା । ଉକ୍ତ ପାର୍ଟିରେ ସେ ଏକ ଫ୍ଲୋର ଲେଙ୍ଗଥ୍‌ , ଭାଇବ୍ରାଣ୍ଟ ଏବଂ ମଳ୍ଟି କଲର କଫ୍‌ତାନ୍ ଡ୍ରେସ ପିନ୍ଧିଥିଲେ ଯାହା ତାଙ୍କ ଫ୍ରେମ୍ ଚାରିପାଖରେ ରହିଥିଲା । କଫ୍‌ତାନ ଡ୍ରେସ ଅତି ସୁନ୍ଦର ଭାବେ ଡିଜାଇନ କରାଯାଇଥିଲା । ଏହି ଡ୍ରେସ ପାଇଁ ସେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଡ୍ରେସ ସହ ସେ ଚୁଟିରେ ଏକ ହାଲୁକା ବନ୍‌ କରିଥିଲେ । ଅଧିକ ମେକ ଅପ୍‌ ନନେଇ ନିଜ ନେଚୁରାଲ ଲୁକକୁ ଦେଖାଇଥିଲେ କରୀନା ।

ସେହିପରି ମଲାଇକା ଆରୋରା ସବୁଜ କଫ୍‌ତାନ୍ ଡ୍ରେସରେ ଖୁବ ସୁନ୍ଦର ଦେଖାଯାଉଥିଲେ । ଆରୋରା ନିଜର ବୋଲ୍ଡ ପସନ୍ଦ ପାଇଁ ଏକ ଆକର୍ଷଣୀୟ ସବୁଜ କଫ୍‌ତାନ୍ ଡ୍ରେସ ପିନ୍ଧି ନିଜର ଲୁକକୁ ଭିନ୍ନ ଅନ୍ଦାଜ ଦେଇଥିଲେ । ଏହି ଆଙ୍କଲ ଲେଙ୍ଗଥ୍‌ ମାଷ୍ଟରପିସ୍ ଏକ ରାପ୍ ଅପ୍ ଡିଜାଇନ୍ ସୋ କରିଥିଲା । ଭି ନେକ ଲାଇନ୍‌ ସହିତ ଥାଇ ହାଇ ସାଇଡ ସ୍ଲିଟ ଡିଜାଇନ ତାଙ୍କ ଲୁକକୁ ଦୁଇଗୁଣ ବଢ଼ାଇଥିଲା । ତାଙ୍କ ଡ୍ରେସ ସହ ଅନ୍ୟାନ୍ୟ ଅଳଙ୍କାର ତାଙ୍କ ଲୁକକୁ ଭିନ୍ନ କରିଥିଲା । ସେ ଏକ ମିନିମାଲିଷ୍ଟ ପେଣ୍ଡାଣ୍ଟ ସହିତ ନିଜକୁ ସଜାଇ ଥିଲେ । କେଶରେ ଏକ ବନ ତିଆରି କରିଥିଲେ । ସେହିପରି ତାଙ୍କ ଲିପଷ୍ଟିକ ସହ ଆଇ ସ୍ୟାଡୋ ଖୁବ ଚମତ୍କାର ହୋଇଥିଲା ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.