ଲୋକାଲ ଟ୍ରେନରେ କଲେଜ ଛାତ୍ରୀଙ୍କୁ ଅସଦାଚରଣ କରିବା ପଡିଲା ମହଙ୍ଗା, ଯୁବକ ଗିରଫ

କଲେଜ ଛାତ୍ରୀଙ୍କୁ ଟ୍ରେନରେ ଅସଦାଚରଣ କରି ଗିରଫ ହୋଇଛନ୍ତି ୨୬ ବର୍ଷୀୟ ଯୁବକ । ଯୁବକ ଜଣକ ପ୍ରଥମେ ଟ୍ରେନରେ ଏବଂ ପରେ ପ୍ଲାଟଫର୍ମ ଛାତ୍ରୀଙ୍କୁ ଅସଦାଚରଣ କରିଥିଲେ । ଫଳରେ ଛାତ୍ରୀ ଜଣକ ପୋଲିସକୁ ସତର୍କ ସୂଚନା ଦେବା ପରେ ନିର୍ଭୟା ସ୍କ୍ଵାର୍ଡ ତାଙ୍କୁ ଗିରଫ କରିଥିଲା ।

ଲୋକାଲ ଟ୍ରେନରେ କଲେଜ ଛାତ୍ରୀଙ୍କୁ ଅସଦାଚରଣ କରିବା ମାମଲାରେ ଜଣେ ୨୬ ବର୍ଷୀୟ ଯୁବକଙ୍କୁ ଗିରଫ କରିଛି ରେଲୱେ ପୋଲିସ । ଅନ୍ଧେରୀ ଷ୍ଟେସନ ପ୍ଲାଟଫର୍ମରେ ପୋଲିସ ଯୁବତଙ୍କୁ ଗିରଫ କରିଛି ।

ଖବର ମୁତାବକ, ମୁମ୍ବାଇ ଅନ୍ଧେରୀ ଷ୍ଟେସନରେ ସକାଳ ୧୦.୪୦ ମିନିଟରେ ୧୯ ବର୍ଷୀୟ ଛାତ୍ରୀ ଜଣକ ଜେନେରାଲ ବଗିରେ ଯାଉଥିବା ବେଳେ ଅଭିଯୁକ୍ତ ଯୁବକ ଜଣକ ଛାତ୍ରୀଙ୍କ ପଛରେ ଠିଆ ହୋଇ ପଛପଟକୁ ବାରମ୍ବାର ଛୁଇଁଥିଲେ । ଛାତ୍ରୀ ଜଣକ ଏଥିରେ ଅତିଷ୍ଠ ହୋଇ ସେଠାରୁ ଚାଲିଯାଇଥିଲେ । ଟ୍ରେନ ଅନ୍ଧେରୀ ଷ୍ଟେସନରେ ଟ୍ରେନ ରହିବା ପରେ ଛାତ୍ରୀ ଜଣକ ଯେଉଁଆଡେ ଯାଇଥିଲେ, ଯୁବକ ଜଣକ ତାଙ୍କ ପଛେ ପଛେ ଗୋଡାଇ ଯାଇଥିଲେ । ଛାତ୍ରୀ ଜଣକ ପ୍ଲାଟଫର୍ମରେ ଥିବା ଏକ୍ସାଲେଟରରେ ଯାଇ ଠିଆ ହୋଇଥିବା ବେଳେ ଯୁବକ ଜଣକ ତାଙ୍କ ପଛରେ ଠିଆ ହୋଇ ପୁଣି ସେଭଳି କାଣ୍ଡ କରିଥିଲେ ।

ଏହି ସମୟରେ ଛାତ୍ରୀ ଜଣକ ଆଲାର୍ମ ବଜାଇଥିଲେ । ଆଉ ନିର୍ଭୟା ସ୍କ୍ଵାର୍ଡର ଦୁଇ ଜଣ ଅଫିସର ଆସି ଯୁବକଙ୍କୁ ଗିରଫ କରିଥିଲେ । ଅଭିଯୁକ୍ତ ହୋଇଥିବା ଯୁବକଙ୍କ ନାମ ଭାରତ ପଣ୍ଡିତ (୨୬) ବୋଲି ଜଣାପଡିଛି । ଅଭିଯୁକ୍ତ ଯୁବକଙ୍କୁ ଗିରଫ କରିବା ପରେ ପୋଲିସ ତଦନ୍ତ ଜାରି ରଖିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.