ଅକ୍ଟୋବରରେ ଓଡ଼ିଶା ଆସିବେ ରାହୁଲ ଓ ପ୍ରିୟଙ୍କା! କଂଗ୍ରେସ କର୍ମୀଙ୍କୁ ଦେବେ ଗୁରୁମନ୍ତ୍ର

ଅକ୍ଟୋବରରେ ଓଡ଼ିଶା ଆସିବେ ରାହୁଲ । ଅକ୍ଟୋବର ଶେଷ ସପ୍ତାହରେ ଓଡ଼ିଶା ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ। ପ୍ରିୟଙ୍କା ବି ଅକ୍ଟୋବରରେ ଆସିବାର କାର୍ଯ୍ୟକ୍ରମ ରହିଛି। ପିସିସି ସଭାପତିଙ୍କ ସହ ଆଲୋଚନା ପରେ ଚୂଡାନ୍ତ ତାରିଖ ଧାର୍ଯ୍ୟ ହେବ।

(କେନ୍ୟୁଜ): ଅକ୍ଟୋବରରେ ଓଡ଼ିଶା ଆସିବେ ରାହୁଲ । ଅକ୍ଟୋବର ଶେଷ ସପ୍ତାହରେ ଓଡ଼ିଶା ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ। ପ୍ରିୟଙ୍କା ବି ଅକ୍ଟୋବରରେ ଆସିବାର କାର୍ଯ୍ୟକ୍ରମ ରହିଛି। ପିସିସି ସଭାପତିଙ୍କ ସହ ଆଲୋଚନା ପରେ ଚୂଡାନ୍ତ ତାରିଖ ଧାର୍ଯ୍ୟ ହେବ। ଦିଲ୍ଲୀରେ ୫ ଜଣ ବିଧାୟକ ରାହୁଲ ଗାନ୍ଧୀଙ୍କୁ ଭେଟି ଆଲୋଚନା କରିଥିବା ବେଳେ ଶେଷ ସପ୍ତାହରେ ଆସିବାକୁ ସହମତି ପ୍ରକାଶ କରିଛନ୍ତି। ୪ଟି ଜୋନରେ ବୈଠକ କରିବାକୁ ପ୍ରସ୍ତାବ ଦେଇଛି ରାଜ୍ୟ କଂଗ୍ରେସ। କଂଗ୍ରେସ ବିଧାୟକ ଅଧିରାଜ ପାଣିଗ୍ରାହୀ ଏହି ସୂଚନା ଦେଇଛନ୍ତି ।

ଆଗୁଆ ନିର୍ବାଚନ ନେଇ ଓଡ଼ିଶା ରାଜନୀତି ସରଗରମ ଥିବା ବେଳେ ରାହୁଲ ଓ ପ୍ରିୟଙ୍କାକ ଓଡ଼ିଶା ଗସ୍ତ ବେଶ ଗୁରୁତ୍ୱ ରଖୁଛି । ପିସିସି ସଭାପତି ପରିବର୍ତ୍ତନ ପରେ ଓଡ଼ିଶା ଆସିନାହାନ୍ତି ରାହୁଲ ଗାନ୍ଧୀ । ୨୦୨୪ ନିର୍ବାଚନ ଯେତେ ପାଖେଇ ଆସୁଛି ରାଜ୍ୟ ରାଜନୀତି ସରଗରମ ହେଉଛି। ତେଣୁ ରାହୁଲ ଗାନ୍ଧୀ ଓଡ଼ିଶା ଗସ୍ତରେ ଆସି କର୍ମୀଙ୍କୁ କଣ ମନ୍ତ୍ର ଦେବେ ତାହା ଉପରେ ସମସ୍ତଙ୍କର ନଜର ରହିଛି । ରାଜ୍ୟରେ ପ୍ରମୁଖ ଦଳ ବିଜେପି, ବିଜେଡି ଓ କଂଗ୍ରେସ ନିଜ ଦଳ ପାଇଁ ରଣନୀତି ପ୍ରସ୍ତୁତ କରୁଛନ୍ତି। କେନ୍ଦ୍ରରୁ ହେଭିୱେଟ ନେତା ମାନେ ଓଡ଼ିଶା ଆସି ନେତାକର୍ମୀଙ୍କୁ ଗୁରୁମନ୍ତ୍ର ଦେଉଛନ୍ତି। ନିକଟରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଓଡ଼ିଶା ଆସି ନିଜ ଦଳ ନେତାକର୍ମୀଙ୍କୁ ଭେଟି ଆଲୋଚନା କରିଥିଲେ। ଅକ୍ଟୋବରରେ ରାହୁଲ ଗାନ୍ଧି ଓଡ଼ିଶା ଆସିବା ନେଇ ନିଜ ନେତା କର୍ମୀଙ୍କୁ ଭେଟିବେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.