ଆଜିଠୁ ସଂସଦ ଭବନରେ ଦେଖାଯିବ ‘ଗଦର ୨’, ସଦସ୍ୟମାନଙ୍କ ପାଇଁ ରଖାଯାଇଛି ୩ ଦିନର ସ୍ପେଶାଲ୍‌ ସ୍କ୍ରିନିଂ

ସନି ଦେଓଲ୍‌ ଓ ଅମିଷା ପଟେଲ୍‌ ଷ୍ଟାରର୍‌ ଫିଲ୍ମ ‘ଗଦର ୨’ ବକ୍ସ ଅଫିସ୍‌ରେ ଜବରଦସ୍ତ ଆୟ କରୁଛନ୍ତି। ଏହି ଫିଲ୍ମ ‘ପଠାନ୍‌’ ପରେ ୨୦୨୩ର ଦ୍ୱିତୀୟ ସବୁଠାରୁ ବଡ଼ ହିନ୍ଦୀ ହିଟ୍‌ ସିନେମା ହୋଇଛି।

ସନି ଦେଓଲ୍‌ ଓ ଅମିଷା ପଟେଲ୍‌ ଷ୍ଟାରର୍‌ ଫିଲ୍ମ ‘ଗଦର ୨’ ବକ୍ସ ଅଫିସ୍‌ରେ ଜବରଦସ୍ତ ଆୟ କରୁଛନ୍ତି। ଏହି ଫିଲ୍ମ ‘ପଠାନ୍‌’ ପରେ ୨୦୨୩ର ଦ୍ୱିତୀୟ ସବୁଠାରୁ ବଡ଼ ହିନ୍ଦୀ ହିଟ୍‌ ସିନେମା ହୋଇଛି। ‘ଗଦର ୨’ ୨୦୦୧ରେ ଆସିଥିବା ଫିଲ୍ମ ‘ଗଦର ଏକ ପ୍ରେମ୍‌ କଥା’ର ସ୍ୱୀକେଲ୍‌। ପ୍ରଥମ ଭାଗ ଭଳି ଦର୍ଶକମାନେ ଦ୍ୱିତୀୟ ଭାଗକୁ ମଧ୍ୟ ବେଶ୍‌ ଭଲପାଇବା ଦେଇଛନ୍ତି।

ଏହାରି ଭିତରେ ଖବର ଆସିଛି ଯେ ଅନିଲ ଶର୍ମା ନିର୍ଦ୍ଦେଶିତ ଏହି ଫିଲ୍ମ ଅଗଷ୍ଟ ୨୫ରୁ ତିନି ଦିନ ଯାଏ ସଂସଦର ନୂତନ ଭବନରେ ଦେଖାଯିବ। ରିଲିଜ୍‌ର ଦୁଇ ସପ୍ତାହ ଭିତରେ ହିଁ ‘ଗଦର ୨’ ୪୦୦ କୋଟିରୁ ଅଧିକ ଟଙ୍କାର ଆୟ କରିସାରିଲାଣି। ଆଜିଠାରୁ ସଂସଦ ଭବନରେ ସଦସ୍ୟମାନଙ୍କ ପାଇଁ ଫିଲ୍ମର ସ୍ପେଶାଲ ସ୍କ୍ରିନିଂ ରଖାଯାଇଛି।

ଏ ନେଇ ଫିଲ୍ମ ନିର୍ମାତା କମ୍ପାନୀ ତରଫରୁ ସୂଚନା ଦିଆଯାଇଛି। କହି ରଖୁଛୁ କି, ତିନି ଦିନ ପର୍ଯ୍ୟନ୍ତ ପୂର୍ବାହ୍ନ ୧୧ଟାରେ ‘ଗଦର ୨’ର ସ୍କ୍ରିନିଂ ହେବ। ତେବେ ଏହି ସମୟରେ ଫିଲ୍ମର କାଷ୍ଟ୍‍ମାନଙ୍କ ମଧ୍ୟରୁ କେହି ବି ଭବନରେ ଉପସ୍ଥିତ ରହିବେ ନାହିଁ।

ଏକ ରିପୋର୍ଟ ମୁତାବକ, ସଂସଦ ଭବନରେ ଫିଲ୍ମର ସ୍କ୍ରିନିଂକୁ ନେଇ ନିର୍ମାତା ଅନିଲ ଶର୍ମା କହିଛନ୍ତି, ‘ଆମକୁ ଫିଲ୍ମର ସ୍କ୍ରିନିଂ ପାଇଁ ସଂସଦ ତରଫରୁ ଏକ ମେଲ୍‌ ମିଳିଛି। ମୁଁ ପ୍ରକୃତରେ ସମ୍ମାନିତ ଓ ଭାଗ୍ୟବାନ୍‌ ମନେ କରୁଛି’।

Leave A Reply

Your email address will not be published.