ମିଳିତ ଜାତିସଂଘର ସାଧାରଣ ସଭାରେ ଚୀନ୍‌ ଓ ପାକିସ୍ତାନ ଉପରେ ବର୍ଷିଲେ ଜୟଶଙ୍କର, କହିଲେ- ଆତଙ୍କବାଦୀଙ୍କୁ ବ୍ଲାକ୍‌ ଲିଷ୍ଟ କରିବାକୁ ଦଉନି ଡ୍ରାଗନ୍

ନୂଆଦିଲ୍ଲୀ: ମିଳିତ ଜାତିସଂଘର ସାଧାରଣ ସଭାରେ ଜୟଶଙ୍କର ଆତଙ୍କବାଦ ଉପରେ ଚୀନ୍‌ ଓ ପାକିସ୍ତାନ ଉପରେ ବର୍ଷିଛନ୍ତି। ମିଳିତ ଜାତିସଂଘର ସାଧାରଣ ସଭାରେ ଆତଙ୍କବାଦ ପ୍ରସଙ୍ଗରେ ପାକିସ୍ତାନର ନାଁ ନ ନେଇ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌ ଜୟଶଙ୍କର ପ୍ରବଳ ବିରୋଧ କରିଛନ୍ତି। ଏଥିସହ ଆତଙ୍କବାଦୀଙ୍କ ବିରୋଧରେ ଚୀନ୍‌ କୌଣସି କାର୍ଯ୍ୟାନୁଷ୍ଠାନ ନେଉନଥିବାରୁ ସେ ନେଇ ମଧ୍ୟ ଜୟଶଙ୍କର କହିଛନ୍ତି।

ସୂଚନାଯୋଗ୍ୟ ଯେ ଆତଙ୍କବାଦୀଙ୍କୁ ମିଳିତ ଜାତିସଂଘର ବ୍ଲାକ୍‌ ଲିଷ୍ଟ କରିବା ପାଇଁ ଚୀନ୍‌ ଭାରତର ପ୍ରୟାସକୁ ଅନେକ ଥର ରୋକିଛି। ଜୟଶଙ୍କର କହିଛନ୍ତି, ‘ମିଳିତ ଜାତିସଂଘ ଅପରାଧୀଙ୍କ ଉପରେ ପ୍ରତିବନ୍ଧକ ଲଗାଇ ଆତଙ୍କବାଦକୁ ଜବାବ ଦେଉଛି। ଯେଉଁ ଦେଶ ଆତଙ୍କବାଦୀଙ୍କୁ ସୁରକ୍ଷା ଦେବା ପାଇଁ ୟୁଏନ୍‌ଏସ୍‌ସି ୧୨୬୭ ପ୍ରତିବନ୍ଧକକୁ ରାଜନୀତିକରଣ କରୁଛି, ସେ ଦେଶ କେବେ ବି ଆଗକୁ ବଢ଼ିପାରିବେନି।’


ଜୟଶଙ୍କର କହିଛନ୍ତି ଯେ ସୀମା ଆତଙ୍କବାଦକୁ ରୋକିବା ପାଇଁ ଭାରତ ‘ଜିରୋ ଟଲରାନ୍ସ’ ନୀତି ପ୍ରଣୟନ କରିଛି। ଏହା ପାକିସ୍ତାନ ଏବଂ ଏହାର ସହଯୋଗୀ ଚୀନ୍‌ ପାଇଁ ପରୋକ୍ଷରେ ଜୋରଦାର ଝଟ୍‌କା ଥିଲା।

ଚଳିତ ମାସରେ ଚୀନ୍‌, ଆମେରିକା ଦ୍ୱାରା ପ୍ରସ୍ତୁତ ଏକ ରିଜୋଲ୍ୟୁସନକୁ ଘୋଷଣା କରିଥିଲା ଏବଂ ଲସ୍କର-ଇ-ତୋଇବା ଆତଙ୍କବାଦୀ ସାଜିଦ ମୀରଙ୍କୁ ବିଶ୍ୱ ଆତଙ୍କବାଦୀ ଭାବେ ଘୋଷଣା କରିବାକୁ ଭାରତ ସହଯୋଗ କରିଥିଲା। ପ୍ରକାଶ ଯେ ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ମାମଲାରେ ମିର ଗିରଫ ହୋଇଛି।

ଶନିବାର ଏସ୍‌ ଜୟଶଙ୍କର କହିଛନ୍ତି, ୟୁଏନ୍‌ଏସ୍‌ସିରେ କେତେକ ଦରକାରୀ ସଂସ୍କାର ଉପରେ ଆଲୋଚନା ପ୍ରକ୍ରିୟାକୁ ବନ୍ଦ କରିବା ଉଚିତ ନୁହେଁ। ଏହାକୁ ବିରୋଧ କରୁଥିବା ବ୍ୟକ୍ତି ଏହି ପ୍ରକ୍ରିୟାକୁ ସବୁଦିନ ପାଇଁ ବନ୍ଦ କରିପାରିବେ ନାହିଁ। ଭାରତ ଏବେ ୧୫ ସଦସ୍ୟ ବିଶିଷ୍ଟ ଜାତିସଂଘ ସୁରକ୍ଷା ପରିଷଦର ଏକ ଅସ୍ଥାୟୀ ସଦସ୍ୟ। ଚଳିତ ବର୍ଷ ଡିସେମ୍ବରରେ ଏହାର ଦୁଇ ବର୍ଷ କାର୍ଯ୍ୟ ସମାପ୍ତ ହେବ। ତେବେ ଆଗକୁ ଭାରତକୁ ସ୍ଥାୟୀ ସଦସ୍ୟ କରିବାକୁ ବାଇଡେନ୍‌ ଗ୍ରୀନ୍‌ ସିଗ୍‌ନାଲ ଦେଇଥିବା ଜଣାଯାଇଛି। ଏଣୁ ଆଗକୁ ଭାରତର ସ୍ଥାନ ସ୍ଥାୟୀ ହେବା ଆଶା ସଞ୍ଚାର ହୋଇଛି।

Also Read: ପ୍ରେଗ୍‌ନାଣ୍ଟ ଅଛନ୍ତି ଐଶ୍ୱର୍ଯ୍ୟା! ଏୟାରପୋର୍ଟରେ ଢିଲା ଡ୍ରେସ୍‌ରେ ପେଟ ଲୁଚାଉଥିବାର ଆସିଲେ ନଜର

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.