ପ୍ରେଗ୍‌ନାଣ୍ଟ ଅଛନ୍ତି ଐଶ୍ୱର୍ଯ୍ୟା! ଏୟାରପୋର୍ଟରେ ଢିଲା ଡ୍ରେସ୍‌ରେ ପେଟ ଲୁଚାଉଥିବାର ଆସିଲେ ନଜର

ମୁମ୍ବାଇ: ବଲିଉଡ୍‌ ନାୟିକା ତଥା ବଚ୍ଚନ ପରିବାରର ବୋହୂ ନୀଳନୟନା ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଖୁବ୍‌ ଶୀଘ୍ର ଫିଲ୍ମ ‘ପୋନିୟନ ସେଲଭନ୍‌’ରେ ନଜର ଆସିବେ। ଚଳଚ୍ଚିତ୍ରର ପ୍ରମୋସନ ଏବଂ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ଐଶ୍ୱର୍ଯ୍ୟା ବହୁତ ବ୍ୟସ୍ତ ଅଛନ୍ତି। ନିକଟରେ ଯେତେବେଳେ ସେ ଗଣମାଧ୍ୟମ ସାମ୍ନାକୁ ଆସିଥିଲେ ଏକ ଓଭରସାଇଜ୍‌ ପୋଷାକ ପିନ୍ଧିଥିଲେ। ଏହାପୂର୍ବରୁ ମଧ୍ୟ ସେ ଥରେ ଢିଲା ସୁଟ୍‌ରେ ଦୁୁପଟ୍ଟାରେ ପେଟକୁ ଘୋଡ଼ାଇଥିବାର ନଜର ଆସିଥିଲେ। ଏହି ଭିଡିଓଗୁଡିକ ଭାଇରାଲ ହେବା ପରେ ସୋସିଆଲ ମିଡିଆ ୟୁଜର୍ସ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ପ୍ରେଗ୍‌ନାନ୍ସି ବିଷୟରେ କଳ୍ପନାଜଳ୍ପନା ଆରମ୍ଭ କରିଦେଇଛନ୍ତି।

ଐଶ୍ୱର୍ଯ୍ୟାଙ୍କ ଫ୍ୟାନ୍‌ମାନେ ପ୍ରଶ୍ନ କରିଛନ୍ତି ବୋଧେ ଐଶ୍‌ ପୁଣିଥରେ ମା’ ହେବାକୁ ଯାଉଛନ୍ତି। ସୋସିଆଲ ମିଡିଆରେ ଫ୍ୟାନ୍ସ ପଚାରିଛନ୍ତି ଯେ ଐଶ୍ୱର୍ଯ୍ୟା ରାୟ ଦୁପଟ୍ଟା ଏବଂ ଓଭରସାଇଜ୍‌ ଡ୍ରେସ ସାହାଯ୍ୟରେ ନିଜ ବେବି ବମ୍ପକୁ ଲୁଚାଇବାକୁ ଚେଷ୍ଟା କରୁଛନ୍ତି କି?

ସୂଚନାଯୋଗ୍ୟ ଯେ ଐଶ୍ୱର୍ଯ୍ୟା ରାୟ ୨୦୦୭ ମସିହାରେ ଅମିତାଭ ବଚ୍ଚନଙ୍କ ପୁଅ ଅଭିଷେକ ବଚ୍ଚନଙ୍କୁ ବିବାହ କରିଥିଲେ। ଉଭୟଙ୍କର ପ୍ରେମ ବିବାହ ହୋଇଥିଲା। ବିବାହର ୪ ବର୍ଷ ପରେ ତାଙ୍କର ଏକ ଝିଅ ଜନ୍ମ ହୋଇଥିଲା। ଝିଅର ନାମ ଆରାଧ୍ୟା ବଚ୍ଚନ। ଏବେ ଆରାଧ୍ୟାଙ୍କୁ ୧୦ ବର୍ଷ।

ତେବେ ସୋସିଆଲ ମିଡିଆରେ ଚାଲିଥିବା କଳ୍ପନା ଅନୁଯାୟୀ, ଅଭିଷେକ ଏବଂ ଐଶ୍ୱର୍ଯ୍ୟା ଏବେ ପରିବାରକୁ ଆଗକୁ ବଢ଼ାଇବାକୁ ନିଷ୍ପତ୍ତି ନେଇଛନ୍ତି। ତେବେ ଏପର୍ଯ୍ୟନ୍ତ ବଚ୍ଚନ ପରିବାର ପକ୍ଷରୁ ଏ ନେଇ କିଛି ସୂଚନା ଦିଆଯାଇନାହିଁ।

ପ୍ରକାଶ ଯେ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କୁ ଆଗକୁ ମଣିରତ୍ନମଙ୍କ ଫିଲ୍ମ ‘ପୋନିୟନ୍‌ ସେଲଭନ’ରେ ଦେଖିବାକୁ ମିଳିବ। ଫିଲ୍ମର ପ୍ରୋମୋ ଭିଡିଓଗୁଡିକ ଅତ୍ୟନ୍ତ ଆକର୍ଷଣୀୟ ଲାଗୁଛି। ଦର୍ଶକ ବି ଏହି ଚଳଚ୍ଚିତ୍ର ପାଇଁ ବେଶ୍‌ ଉତ୍ସାହିତ ଅଛନ୍ତି। ଐଶ୍ୱର୍ଯ୍ୟା ରାୟ ଏହି ଫିଲ୍ମରେ ଖୁବ୍‌ ସୁନ୍ଦର ଲାଗୁଛନ୍ତି। ଫ୍ୟାନ୍‌ ଏବେ ଏହି ଫିଲ୍ମ ରିଲିଜ୍‌କୁ ଅପେକ୍ଷା କରିଛନ୍ତି।

Also Read: ଦିଲ୍ଲୀରେ ୧୨ ବର୍ଷର ପୁଅକୁ ଅତି ନୃଶଂସଭାବେ ଗଣଦୁଷ୍କର୍ମ କଲେ ୪ ଜଣ, ତା’ପରେ ପ୍ରାଇଭେଟ୍‌ ପାର୍ଟରେ ପୂରାଇଲେ ରଡ୍‌

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.