Below header

ସୁଇସାଇଡ଼ ରୋକିବା ନେଇ ସରକାର ନେଲେ ପଦକ୍ଷେପ, ଗଠନ ହେଲା ନୂଆ ମନ୍ତ୍ରାଳୟ

ସୁଇସାଇଡ ରୋକିବ ମନ୍ତ୍ରାଳୟ । ଭାରତରେ ନୁହେଁ ଜାପାନରେ | ଏଥିପାଇଁ ଜାପାନ ସରକାର ଖୋଲିଛନ୍ତି ଏକ ନୂଆ ମନ୍ତ୍ରାଳୟ । ଏହାର ନାଁ Loneliness ମନ୍ତ୍ରାଳୟ ରଖାଯାଇଛି | ଆଉ ଏଥିପାଇଁ ଜାପାନ ପ୍ରଧାନମନ୍ତ୍ରୀ ୱାଇ ସୁଗା Loneliness ମନ୍ତ୍ରାଳୟର ମନ୍ତ୍ରୀ ଭାବେ ତେତୁସି ସାକାମୋତୋଙ୍କୁ ନିଯୁକ୍ତ କରିଛନ୍ତି । ଅନେକ ଦିନରୁ ଜାପାନରେ Loneliness ବା ନିଃସଙ୍ଗତା ଏକ ପ୍ରମୁଖ ସମସ୍ୟା ପାଲଟିଛି । ଯେଉଁଥିପାଇଁ ଦେଶରେ ଆତ୍ମହତ୍ୟା ଜନିତ ଘଟଣା ଦିନକୁ ଦିନ ବଢ଼ିବାରେ ଲାଗିଛି । ଦେଶରେ କୋଭିଡ ମହାମାରୀ କାୟା ମେଲାଇବା ପର ଠାରୁ ବିଶେଷକରି ମହିଳାମାନେ ଅଧିକ ନିଃସଙ୍ଗତା ଅନୁଭବ କରୁଛନ୍ତି । ସେମାନେ ମାନସିକ ଅବସାଦ ମଧ୍ୟରେ ଗତି କରୁଥିବା ଜଣାପଡ଼ିଛି ।

୨୦୨୦ରେ ଜାପାନରେ ଆତ୍ମହତ୍ୟା ଘଟଣା ହଠାତ ବୃଦ୍ଧି ପାଇଥିଲା । କେବଳ ଗୋଟିଏ ମାସ ଅକ୍ଟୋବରରେ ଦେଶରେ ୨ହଜାର ୧୫୩ ଜଣ ଆତ୍ମହତ୍ୟା କରିଛନ୍ତି । ଯାହାକି ଜାପାନରେ ଅକ୍ଟୋବର ଯାଏ ଦେଶରେ ମୋଟ୍‌ କୋଭିଡ ମୃତ୍ୟୁ ଠାରୁ ଅଧିକ । ଜାପାନରେ ଅକ୍ଚୋବର ସୁଦ୍ଧା କରୋନାରେ ଏକ ହଜାର ୭ଶହ ୫୬ଜଣଙ୍କ ଜୀବନ ଯାଇଥିଲା । ଦେଶରେ କିପରି ଆତ୍ମହତ୍ୟା ଜନିତ ଘଟଣାକୁ ରୋକାଯାଇପାରିବ, ଲୋକମାନେ ନିଃସଙ୍ଗତା ଓ ସାମାଜିକ ପୃଥକବାସରୁ କିପରି ଦୂରେଇ ରହିବେ ସେଥିପାଇଁ କଣ ପଦକ୍ଷେପ ନିଆଯିବ ତା ଉପରେ ନୂଆ ମନ୍ତ୍ରାଳୟ ଯୋଜନା ପ୍ରସ୍ତୁତ କରିବ ବୋଲି ସୂଚନା ମିଳିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.