ଶ୍ରୀ ଦେବୀଙ୍କ ମୃତ୍ୟୁକୁ ପୂରିଲା ୩ ବର୍ଷ, ବନ୍ଧୁଙ୍କ ଆଗରେ ସେଦିନ ରାତିର ରହସ୍ୟ ବଖାଣିଲେ ବୋନି

ବଲିଉଡର ପ୍ରଥମ ଫିମେଲ ସୁପର ଷ୍ଟାର ଭାବେ ଜଣା ତଥା ଚୁଲବୁଲି ନାୟିକା ଶ୍ରୀଦେବୀଙ୍କ ମୃତ୍ୟୁ ୨୦୧୮ ମସିହା ଫେବୃଆରୀ ମାସ ୨୪ ତାରିଖରେ ହୋଇଥିଲା । ଦୁବାଇ ସ୍ଥିତ ଏକ ହୋଟେଲ ରୁମର ବାଥଟବରେ ବୁଡିକି ତାଙ୍କ ମୃତ୍ୟୁ ହୋଇଥିବା ନେଇ ଖବର ପ୍ରକାଶିତ ହୋଇଥିଲା । ସେସମୟରେ ଏହି ଖବର ସମସ୍ତଙ୍କୁ ଗଭୀର ମର୍ମାହତ କରିଥିଲା । କାହିଁକି ହଠାତ ତାଙ୍କ ମୃତ୍ୟୁ ହୋଇଥିଲା, ସେଦିନ ରାତିରେ ହୋଟେଲ ରୁମରେ ପ୍ରକୃତରେ କଣ ଘଟିଥିଲା ସେନେଇ ଅନେକ ପ୍ରଶ୍ନ ସମସ୍ତଙ୍କ ମନରେ ଏଯାବତ ଉଙ୍କି ମାରୁଛି । ସ୍ୱାମୀ ବୋନିଙ୍କ ହାତ ଏହା ପଛରେ ନାହିଁ ତ ଏନେଇ ମଧ୍ୟ କେହି କେହି ମତ ରଖିଛନ୍ତି । ଏମିତି ଅନେକ ପ୍ରଶ୍ନ ଦର୍ଶକ ମାନଙ୍କ ମନରେ ଘର କରିଛି । ସମୟ ସହ ଏହି ଘଟଣା କିଞ୍ଚିତ ଲିଭି ଯାଇଥିଲେ ମଧ୍ୟ ସମ୍ପୂର୍ଣ୍ଣ ରୂପେ ହଟିନାହିଁ ।

sridevi
pic credit: One India

ଏଇ ନିକଟରେ ଶ୍ରୀଦେବୀଙ୍କ ସ୍ୱାମୀ ବୋନି କପୁର ନିଜର ଜଣେ ଅନ୍ତରଙ୍ଗ ବନ୍ଧୁ କୋମଲ ନାହଟାଙ୍କ ସାମ୍ନାରେ ସେ ରାତିର ଅନୁଭୂତିକୁ ବଖାଣିଛନ୍ତି । ବୋନି କହିଛନ୍ତିକି, ” ଫେବୃଆରୀ ୨୪ ସକାଳେ ଶ୍ରୀ ଆଉ ବୋନିଙ୍କର ବାର୍ତ୍ତାଳାପ ହୋଇଥିଲା ।ଏହି ସମୟରେ ଶ୍ରୀ କହିଥିଲେ, ପାପା (ଶ୍ରୀ ବୋନିଙ୍କୁ ଡାକୁଥିବା ନାଁ) ମୁଁ ଆପଣଙ୍କୁ ଖୁବ ମିସ କରୁଛି । କିନ୍ତୁ ସନ୍ଧ୍ୟାରେ ବୋନି ତାଙ୍କ ନିକଟକୁ ଯିବେ ବୋଲି କୌଣସି ସୂଚନା ଦେଇନଥିଲେ । ବୋନିଙ୍କ ଅନୁଯାୟୀ ଜାହ୍ନବୀ ବି ଠିକ ଏହା ଚାହୁଁଥିଲେ । ମାଁଙ୍କ ଅଭ୍ୟାସ ନଥିବାରୁ କାଳେ କଣ ଅଘଟଣ ଘଟିବ ସେନେଇ ଜାହ୍ନବୀଙ୍କ ମନରେ ଭୟ ଥିଲା । ତେଣୁ ପତ୍ନୀଙ୍କୁ ସରପ୍ରାଇଜ ଦେବା ପାଇଁ ଦୁବାଇ ଯାଇଥିଲେ ବୋନି । ନାହତା ଲେଖିଛନ୍ତିକି ଶ୍ରୀ ଦେବୀଙ୍କୁ ଦୁବାଇର ଯୁମେରାହ ଏମିରଟସ ଟାୱାର୍ସ ହୋଟେଲରେ ସରପ୍ରାଇଜ ଦେଇଥିଲେ ବୋନି ।

sridevi
pic credit: brecorder.com

ହୋଟେଲରୁ ଡୁପ୍ଲିକେଟ ଚାବି ନେଇ ରୁମ କବାଟ ଖୋଲିଥିଲେ । ପରେ ପତି ପତ୍ନୀ ପରସ୍ପରକୁ ଆଲିଙ୍ଗନ କରିଥିଲେ । ଏହା ପରେ ପାଖାପାଖି ଅଧ ଘଣ୍ଟା ପର୍ଯ୍ୟନ୍ତ କଥା ହୋଇଥିଲେ । ବୋନି ଫ୍ରେସ ହେବା ପରେ ପ୍ରସ୍ତାବ ଦେଇଥିଲେକି ଦୁହେଁ ଏକ ରୋମାଣ୍ଟିକ ଡ଼ିନର ପାଇଁ ଯିବା ଉଚିତ | ଆଉ ଡ଼ିନରରେ ଯିବା ପାଇଁ ପ୍ରସ୍ତୁତ ହେବାକୁ ଗାଧୋଇବାକୁ ଯାଇଥିଲେ ଶ୍ରୀ । ପରେ ବୋନିଙ୍କର ମନେ ପଡିଥିଲାକି ସେଦିନ ଶନିବାର | ତେଣୁ ସମସ୍ତ ରେଷ୍ଟରୁରାନ୍ତରେ ପ୍ରବଳ ଭିଡ ହୋଇଥିବା । ଏହା କହିବା ପାଇଁ ଶ୍ରୀଙ୍କୁ ବାରମ୍ବାର ବୋନି ଚିତ୍କାର କରିଥିଲେ ମଧ୍ୟ ସେପଟୁ କୌଣସି ଉତ୍ତର ମିଳିନଥିଲା । ଶ୍ରୀ ଠାରୁ କୌଣସି ଉତ୍ତର ନମିଳିବାରୁ ଧକ୍କା ଦେଇ କବାଟ ତାଡି ଥିଲେ ବୋନି ।

ଭିତରେ ପଶି ଦେଖନ୍ତି ତ ବାଥଟଵ ଫୁଲ ପାଣି ଥିଲା ଆଉ ସେଥିରେ ସମ୍ପୂର୍ଣ୍ଣ ରୂପେ ବୁଡ଼ିଥିଲେ ଶ୍ରୀଦେବୀ । ପାଖକୁ ଯାଇ ଦେଖନ୍ତିତ ଶ୍ରୀଙ୍କ ଶରୀର ନିସ୍ତେଜ ହୋଇ ପଡି ରହିଥିଲା । କୌଣସି ପ୍ରକାର ହଲଚଲ ନଥିଲା । ସେ ପ୍ରଥମେ ବୁଡି ପରେ ବେହୋସ ହୋଇଥିଲେ କି ପ୍ରଥମେ ବେହୋସ ହୋଇ ପରେ ବୁଡି ଥିଲେ ସେ ବାବଦରେ ଏଯାବତ ସଠିକ ଭାବେ ଜଣାପଡିନାହିଁ । ଆଶ୍ଚର୍ଯ୍ୟର କଥା ଟବରୁ ଟିକେ ବି ପାଣି ତଳେ ପଡି ନଥିଲା । ତେଣୁ ଶ୍ରୀ ଦେବିଙ୍କ ମୃତ୍ୟୁ ଆଜି ବି ଏକ ରହସ୍ୟ ହୋଇ ରହିଛି । ମନେ ପକାଇ ଦେବା ଉଚିତ ହେବକି ନିଜର ଜଣେ ସମ୍ପର୍କୀୟଙ୍କ ବିବାହରେ ଯୋଗ ଦେବା ପାଇଁ ଶ୍ରୀ ଦେବୀ, ସାନ ଝିଅ ଖୁସି, ବୋନି ଦୁବାଇ ଯାଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.