ଖୁବ ଶୀଘ୍ର ସୋନୁ ସୁଡ଼ ଖୋଲିବାକୁ ଯାଉଛନ୍ତି ଲେମ୍ବୁ ପାଣି ଷ୍ଟଲ, ଭିଡିଓ ଜରିଆରେ ଦେଲେ ସୂଚନା

 

ବଲିଉଡ ଆକ୍ଟର ସୋନୁ ସୁଡ଼ ସୋସିଆଲ ମିଡିଆରେ ଖୁବ ଆକ୍ଟିଭ ରୁହନ୍ତି । ଆଉ ଏବେ ନିଇନ୍ଷ୍ଟଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ସାୟାର କରିଛନ୍ତି | ଆଉ ଏଥିରେ ଲେମ୍ବୁପାଣି ପ୍ରସ୍ତୁତ କରୁଥିବାର ନଜର ଆସୁଛନ୍ତି । ଆଉ ଏହା ସହ କହିଛନ୍ତି ଖୁବ ଶୀଘ୍ର ସେ ନିଜର ଏକ ଲେମ୍ବୁ ପାଣି ଷ୍ଟଲ ଖୋଲିବାକୁ ଯାଉଛନ୍ତି ।

 

 

View this post on Instagram

 

A post shared by Sonu Sood (@sonu_sood)

 

ଆଉ ଏହା ମଧ୍ୟ କହିଛନ୍ତିକି, ବାହାରର ଲେମ୍ବୁ ପାଣି ତ ଆପଣ ଅନେକ ଥର ପିଇଥିବେ । କିନ୍ତୁ ଘରର ଲେମ୍ବୁ ସରବତ ହେଉଛି ସବୁଠୁ ବେଷ୍ଟ | ଆଜି ମୁଁ ଆପଣଙ୍କୁ ଏହାର ପ୍ରସ୍ତୁତି ଶିଖେଇ ଦେଉଛି । ଆଉ ଏହା ପରେ ନିଜ ବାଡ଼ି ଗଛରୁ ଏକ ଲେମ୍ବୁ ତୋଳି ଆଣୁଛନ୍ତି । ଏହାକୁ କାଟି ରସକୁ ଏକ ଗ୍ଲାସରେ ଭର୍ତ୍ତି କରୁଛନ୍ତି । ଆଉ ଏହା ନିଜ ହାତ ତିଆରି ସରବତକୁ ପିଇ ଯାଉଛନ୍ତି । ଭିଡିଓଟିକୁ ଟ୍ୱିଟରରେ ସେୟାର କରି କ୍ୟାପ୍ସନରେ ଲେଖିଛନ୍ତି , “ଲେମ୍ବୁ ପାଣି ଟାଇମ” ।

କହିରଖିବା ଉଚିତ ହେବ କି କରୋନା ସମୟରେ ନିରାଶ୍ରୟା ଲୋକଙ୍କ ସାହାଯ୍ୟ କରି ଚର୍ଚ୍ଚାକୁ ଆସିଥିଲେ ସୋନୁ । ଦବଂଗ, ସିଂହ ଇଜ କିଙ୍ଗ, ହ୍ୟାପି ନ୍ୟୁ ଇୟର, ପଲଟନ, କୁଙ୍ଗ ଫୁଂଗ ୟୋଗା ପରି ଫିଲ୍ମରେ ନିଜ ଦମଦାର ଅଭିନୟର ଛାପ ଦେଇ ଆସୁଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.