ଡାଇମଣ୍ଡ ପ୍ରିନ୍‌ସେସ ନିକଟକୁ ପଠାଯିବ ସେନା, କରୋନା ଭୟରେ ୟୋକୋହାମା ବନ୍ଦରରେ ଅଟକିଛି ଜାପାନର ଯାତ୍ରୀବାହୀ ଜାହାଜ

ଡାଇମଣ୍ଡ ପ୍ରିନ୍‌ସେସ ନିକଟକୁ ସେନା ପଠାଇବ ଜାପାନ । ଜାପାନର ଯାତ୍ରୀବାହୀ ଜାହାଜ ଡାଇମଣ୍ଡ ପ୍ରିନସେସ୍‌ କରୋନା ଭୟରେ ୟୋକୋହାମା ବନ୍ଦରରେ ଅଟକିଛି। ଭିତରେ ବନ୍ଦୀ ଭଳି ଅଛନ୍ତି ୩ ହଜାର ୭ଶହ ଯାତ୍ରୀ ଓ କ୍ରିଉ ମେମ୍ବର । ଦୁଇ ଚାରି ଦିନ ହେଲାଣି ସେମାନଙ୍କୁ ମାଟିରେ ପାଦ ରଖିବା ମନା । ଜାହାଜ ଭିତରେ ଅଛନ୍ତି ୧୩୮ ଭାରତୀୟ । ୧୩୨ କ୍ରିଉ ମେମ୍ବର ଓ ୬ ଜଣ ଯାତ୍ରୀ । ଉଦ୍ଧାର ପାଇଁ ସେମାନେ କେନ୍ଦ୍ର ସରକାରଙ୍କ ସହଯୋଗ ଲୋଡ଼ିଛନ୍ତି । ସୋସିଆଲ୍‌ ମିଡିଆରେ ପଶ୍ଚିମବଙ୍ଗର ଜଣେ ଯୁବକଙ୍କ ଆକୁଳ ନିବେଦନର ଭିଡିଓ ସୋସିଆଲ୍‌ ମିଡିଆରେ ପୋଷ୍ଟ କରିଛନ୍ତି । ସେ କହୁଛନ୍ତି, ତାଙ୍କ ଜାହାଜରେ ବର୍ତ୍ତମାନ ସ୍ଥିତି ଅତ୍ୟନ୍ତ ଗମ୍ଭୀର ଓ ଉଦବେଗଜନକ ରହିଛି । ଆଶଙ୍କିତ ଅବସ୍ଥାରେ ଅଛନ୍ତି ଯାତ୍ରୀ ଓ କ୍ରିଉ ମେମ୍ବର । କରୋନାରେ ସଂକ୍ରମିତ ହୋଇ ନଥିବା ଲୋକଙ୍କୁ ସୁରକ୍ଷିତ ଉଦ୍ଧାର କରିବା ପାଇଁ କେନ୍ଦ୍ର ସରକାରଙ୍କୁ ସେ ନିବେଦନ କରିଛନ୍ତି । ଜାହାଜରେ ବର୍ତ୍ତମାନ ୬୩ ଜଣ କରୋନାରେ ଆକ୍ରାନ୍ତ ହୋଇ ସାରିଲେଣି। ଅକ୍ରାନ୍ତଙ୍କ ମଧ୍ୟରେ କୌଣସି ଭାରତୀୟ ନଥିବା ସୂଚନା ମିଳିଛି।

Leave A Reply

Your email address will not be published.