Below header

ଓଡ଼ିଶା ଆସିବ ଦୁଇ ଓଡ଼ିଆ ଯୁବକଙ୍କ ମୃତଦେହ, ଜାପାନ ଟୋକିଓରେ ହୋଇଥିଲା ମୃତ୍ୟୁ

ଭୁବନେଶ୍ବର (କେନ୍ୟୁଜ୍) : ଜାପାନ ଟୋକିଓରେ ମୃତ୍ୟୁ ଘଟିଥିବା ଦୁଇ ଓଡ଼ିଆ ଯୁବକଙ୍କ ମୃତଦେହ ଆଜି ଦିଲ୍ଲୀରୁ ଆସି କୋଲକାତାରେ ପହଞ୍ଚିବ । ଗତକାଲି ଦିଲ୍ଲୀରେ ପହଞ୍ଚିଥିଲା ମୃତଦେହ । ଟୋକିଓରେ ଏକ ହୋଟେଲରେ ରୋଷେୟା ଭାବେ କାର୍ଯ୍ୟ କରୁଥିଲେ ଦୁଇ ଓଡ଼ିଆ । ଜଣେ ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଳକ କସବା କମର୍ଦ୍ଦା ଗାଁର ସେକ୍‌ ମମତାଜ ଓ ଅନ୍ୟ ଜଣେ ଯାଜପୁର ବଡ଼ଚଣା ବ୍ଳକ ବାଲିଚନ୍ଦ୍ରପୁର ଅଞ୍ଚଳର ସେକ୍‌ ବାରୁଦ୍ଦିନ୍‌ । ବିଷାକ୍ତ ଗ୍ୟାସ ପ୍ରଭାବରେ ଆସି ଉଭୟଙ୍କର ଶ୍ୱାସ ରୁଦ୍ଧ ହୋଇ ମୃତ୍ୟୁ ଘଟିଥିବା ଜଣାପଡିଛି । ଗତ ୨୯ ତାରିଖରେ ଉଭୟଙ୍କର ମୃତ୍ୟୁ ଘଟିଥିଲା । ମୃତ ଦେହ ଫେରାଇ ଆଣିବାକୁ ହସ୍ତକ୍ଷେପ କରିଥିଲେ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡଙ୍ଗୀ । ସେପଟେ କୋଲକାତାରୁ ମୃତଦେହ ଓଡ଼ିଶା ଆଣିବା ପାଇଁ ଓଡ଼ିଶା ସରକାରଙ୍କ ପ୍ରଶାସକ କୋଲକାତାରେ ପହଞ୍ଚିଥିବା ଜଣାପଡିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.