ଏବେ ଅଟୋ ରିକ୍ସାଠୁ ନେଇ ମେଟ୍ରୋ ପର୍ଯ୍ୟନ୍ତ ସମସ୍ତ ସୂଚନା ଦେବ ଗୁଗଲ, ଆସୁଛି ଅନେକ ଫିଚର୍ସ

ଭାରତରେ ଅଧିକାଂଶ ଯାନବାହନକୁ ରାସ୍ତା କହୁଥିବା ଗୁଗଲ ମ୍ୟାପ ଏବେ ଅଟୋଠୁ ନେଇ ମେଟ୍ରୋ ପର୍ଯ୍ୟନ୍ତ ପବ୍ଲିକ ଟ୍ରାନ୍ସପୋର୍ଟର ସୂଚନା ମଧ୍ୟ ଦେବ । ଗୁଗଲ ମ୍ୟାପ ଲଂଚିଙ୍ଗର ୧୫ ବର୍ଷ ପୂର୍ତ୍ତି ଅବସରରେ କମ୍ପାନୀ ଅନେକ ନୂଆ ଫିଚର ଲଞ୍ଚ କରିଛି । ଯେଉଁଥିରେ ୟୁଜରଙ୍କୁ ଯେକୌଣସି ସ୍ଥାନକୁ ଯିବାପାଇଁ ଉପଲବ୍ଧ ସମସ୍ତ ପବ୍ଲିକ ଟ୍ରାନ୍ସପୋର୍ଟର ସୂଚନା ମିଳିବ ।

ଗୁଗଲର କହିବା ଅନୁଯାୟୀ ଆଣ୍ଡ୍ରଏଡ଼ ପାଇଁ ଗୁଗଲ ମ୍ୟାପରେ ପବ୍ଲିକ ଟ୍ରାନ୍ସପୋର୍ଟ ଟ୍ୟାବ ଏବେ ଅଟୋ ରିକ୍ସାଠୁ ନେଇ ସମସ୍ତ ସାର୍ବଜନିକ ପରିବହନର ସୂଚନା ନେଇପାରିବ । ଏହା ସହିତ ୟୁଜର୍ସଙ୍କୁ କେଉଁଠିକୁ ଯିବାକୁ କେତେ ସମୟ ଲାଗିବ ଓ କେଉଁ ଷ୍ଟେସନରେ ଅଟୋ ରିକ୍ସା ମିଳିବା ପର୍ଯ୍ୟନ୍ତ ସମସ୍ତ ସୂଚନା ମିଳିବ । ବର୍ତ୍ତମାନ ଏହି ସୁବିଧା କେବଳ ଦିଲ୍ଲୀ ଓ ବାଙ୍ଗାଲୋରରେ ଉପଲବ୍ଧ କିନ୍ତୁ ଅତିଶୀଘ୍ର ଏହାକୁ ସାରା ଦେଶରେ ଲାଗୁ କରାଯିବ ବୋଲି ସୂଚନା ମିଳିଛି ।

गूगल

ସୂଚନା ଅନୁଯାୟୀ ଆସନ୍ତା ମାର୍ଚ୍ଚ ମାସରେ ଗୁଗଲ ମ୍ୟାପରେ ଅନେକ ନୂଆ ଫିଚର ଯୋଡି ହେବାକୁ ଯାଉଛି । ଯାହାଦ୍ୱାରା ୟୁଜର୍ସ ଜାଣିପାରିବେ ଯେ ସେ ଯେଉଁ କାରରେ ଯିବେ ଓ ସେଥିରେ କେତେ ଭିଡ ଅଛି ଏବଂ ସେଠାକାର ତାପମାତ୍ରା କେତେ ଅଛି ଇତ୍ୟାଦି । କମ୍ପାନୀ ଏହି ଆପ ବ୍ୟତୀତ ଆହୁରି ୪ଟି ଟ୍ୟାବ ମଧ୍ୟ ଜାରି କରିଛି ।

ଏଥିରେ Explore ଟ୍ୟାବରେ ୟୁଜର୍ସ ନିଜର ଲୋକେସନ ଓ ଆଖପାଖର ସ୍ୱତନ୍ତ୍ର ଆସ୍ଥାନ ବିଷୟରେ ମଧ୍ୟ ଜାଣିପାରିବେ । saved tabରେ ଆପଣଙ୍କ ଦ୍ୱାରା ସେଭ କରାଯାଇଥିବା ଲୋକେସନର ସୂଚନା ମଧ୍ୟ ମିଳିବ । Contribute ଟ୍ୟାବ ସାହାଯ୍ୟରେ ଆପଣ କୌଣସି ସ୍ଥାନର ସୂଚନା ଓ ଏହାର ଫଟୋ ଦେଖିପାରିବେ ଏବଂ update ଟ୍ୟାବ ଆପଣଙ୍କୁ ଆଖପାଖର ଟ୍ରେଂଡିଙ୍ଗ ସ୍ଥାନ ବିଷୟରେ ସୂଚନା ଦେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.