Below header

JEE Main 2023 ପରୀକ୍ଷାଫଳ ପ୍ରକାଶିତ, ରେଜଲ୍ଟ ଏବଂ ଉତ୍ତରକୁ ଡାଉନଲୋଡ କରିବା ପାଇଁ ଏଠାରେ କ୍ଲିକ କରନ୍ତୁ

ନ୍ୟାସନାଲ ଟେଷ୍ଟିଂ ଏଜେନ୍ସୀ (NTA) ତରଫରୁ ଜେଇଇ ମେନ୍‌ ୨୦୨୩ ପରୀକ୍ଷା ଫଳ ପ୍ରକାଶ ପାଇଛି । ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀ ସେମାନଙ୍କ ଫଳାଫଳ jeemain.nta.nic.in କୁ ଯାଇ ଦେଖିପାରିବେ।

ନ୍ୟାସନାଲ ଟେଷ୍ଟିଂ ଏଜେନ୍ସୀ ଦ୍ୱାରା ୨୪ ଜାନୁଆରୀରୁ ୧ ଫେବୃଆରୀ, ୨୦୨୩ ମଧ୍ୟରେ ଜେଇଇ ମେନ୍‌ ପରୀକ୍ଷା ଆୟୋଜିତ ହୋଇଥିଲା। ଏଥର ସମୁଦାୟ ୮.୬ ଲକ୍ଷ ପରୀକ୍ଷାର୍ଥୀ ପେପର୍-୧ ପରୀକ୍ଷା ଦେଇଥିବା ବେଳେ ୦.୪୬ ଲକ୍ଷ ପରୀକ୍ଷାର୍ଥୀ ପେପର୍-୨ ପରୀକ୍ଷା ଦେଇଥିଲେ। ଏନ୍ଟିଏ ଏହି ପ୍ରବେଶିକା ପରୀକ୍ଷା ଆରମ୍ଭ କରିବା ପରଠାରୁ ଏବର୍ଷ ସର୍ବାଧିକ ୯୫.୭୯ ପ୍ରତିଶତ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି।

ପରୀକ୍ଷା ୱେବସାଇଟ୍‌ରେ ଜେଇଇ ମେନ୍ ୨୦୨୩ର ଉତ୍ତର ବି ପ୍ରକାଶ ପାଇଛି। ପରୀକ୍ଷାର୍ଥୀମାନେ ସେମାନଙ୍କ ରେଜଲ୍ଟ ଓ ଉତ୍ତରକୁ ୱେବ୍ସାଇଟ୍ ଜରିଆରେ ଡାଉନଲୋଡ କରିପାରିବେ।

କେମିତି ଡାଉନଲୋଡ କରିବେ ରେଜଲ୍ଟ :

ପ୍ରଥମେ NTA ଜେଇଇର ଅଫିସିଆଲ ୱେବସାଇଟ୍‌ jeemain.nta.nic.in କୁ ଯାଆନ୍ତୁ ।

ଏହାପରେ ହୋମପେଜକୁ ଯାଇ ‘JEE Main Result 2023’ ଲିଙ୍କ ଉପରେ କ୍ଲିକ୍‌ କରନ୍ତୁ ।

ଏବେ ଏହାପରେ ନୂଆ ପେଜ ଓପନ ହେବ। ସେଠାରେ ନିଜର ଆପ୍ଲିକେସନ ନମ୍ବର ଏବଂ ଜନ୍ମତାରିଖ ଦେଇ ଲଗଇନ୍‌ କରନ୍ତୁ ।

ଏହାପରେ ଜେଇଇ ମେନ ୨୦୨୩ ରେଜଲ୍ଟ ଆପଣଙ୍କ ସ୍କ୍ରିନରେ ଆସିବ।

ଏଠାକୁ ଯାଇ ରେଜଲ୍ଟ ଡାଉନଲୋଡ କରି ପ୍ରିଣ୍ଟଆଉଟ୍‌ କାଢି ରଖିପାରିବେ ।

ସୂଚନାଯୋଗ୍ୟ, ଜେଇ ମେନ୍ସ ଏପ୍ରିଲ ସେସନ ପାଇଁଆଜିଠାରୁ ରେଜିଷ୍ଟ୍ରେସନ ପ୍ରକ୍ରିୟା ଆରମ୍ଭ ହେଉଛି ।

https://ntaresults.nic.in/resultservices/JEEMAIN-auth-23

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.