Below header

ତୁର୍କୀ ଭୂମିକମ୍ପର ୩ ଦିନ ପୂର୍ବରୁ ବିଶେଷଜ୍ଞ ଫ୍ରାଙ୍କ ହୁଗରବିଟସ୍‌ ଦେଇଥିଲେ ସତର୍କତା, ଭାଇରଲ ହେଉଛି ଟ୍ଵିଟ୍‌

ଗତ ୨୪ ଘଣ୍ଟା ମଧ୍ୟରେ ୩ ଥର ଭୂମିକମ୍ପରେ ଥରିଲାଣି ତୁର୍କୀ ଏବଂ ସିରିୟା । ଏପର୍ଯ୍ୟନ୍ତ ୪ ହଜାରରୁ ଅଧିକ ଲୋକ ମୃତ୍ୟୁବରଣ କଲେଣି । ଦୁଇ ଦେଶର ବ୍ୟାପକ କ୍ଷତି ଘଟିଲାଣି । ଏହି ଭୂମିକମ୍ପ ଫଳରେ ଇନ୍ଧନ ପାଇପଲାଇନ ଏବଂ ତେଲ ରିଫାଇନାରୀରେ ମଧ୍ୟ ନିଆଁ ଲାଗିଛି । ଭାଙ୍ଗି ପଡିଥିବା ବିଲିଡିଂ ତଳେ ଅନେକ ଲୋକ ଦବି ରହିଥିବା ଆଶଙ୍କା କରାଯାଉଛି ।

ଏହା ମଧ୍ୟରେ ଏକ ବିଶେଷଜ୍ଞ ଫ୍ରାଙ୍କ ହୁୁଗରବିଟସଙ୍କ ଟ୍ଵିଟ ଭାଇରଲ ହେବାରେ ଲାଗିଛି। ଯେଉଁଥିରେ ତୁର୍କୀରେ ହୋଇଥିବା ଶକ୍ତିଶାଳୀ ଭୂମିକମ୍ପ ବିଷୟରେ ପ୍ରଥମରୁ ଭବିଷ୍ୟ ବାଣୀ ହୋଇଥିଲା ବୋଲି ଦର୍ଶାଯାଇଛି । ସେ ୩ ଫେବୃଆରୀରେ ଏକ ଟ୍ଵିଟ୍‌ କରିଥିଲେ, ଯେଉଁଥିରେ ଲେଖାଥିଲା, ‘ଖୁବଶୀଘ୍ର ଦକ୍ଷିଣ ତୁର୍କୀ, ଜୋର୍ଡନ, ସିରିୟା ଏବଂ ଲେବନାନରେ ୭.୫ର ଭୂକମ୍ପ ହେବ ।’

ଆଉ ତାଙ୍କର ଏଭଳି ଟ୍ଵିଟ୍‌ ୬ ଫେବୃଆରୀରେ ପ୍ରମାଣିତ ହୋଇଗଲା । ତୁର୍କୀ ଏବଂ ସିରିୟାରେ ଭୂମିକମ୍ପ ହୋଇ ତାଣ୍ଡବ ରଚିଥିଲା । ହୁଗରବିଟ୍ସ ନେଦରଲାଣ୍ଡ ସ୍ଥିତି ଭୂକମ୍ପ ଗତିବିଧି ସମ୍ବନ୍ଧୀୟ ରିସର୍ଚ୍ଚ ଇନଷ୍ଟିଚ୍ୟୁଟରେ(SSGEOS) ବିଶେଷଜ୍ଞ ଭାବେ କାମ କରୁଛନ୍ତି ।

ଭୂମିକମ୍ପରେ ଛାରଖାର ତୁର୍କୀ ଓ ସିରିଆ । ବହୁ ଅଞ୍ଚଳ ଧ୍ୱଂସସ୍ତୁପ । ବଢୁଛି ମୃତ୍ୟୁସଂଖ୍ୟା । ଭୂମିକମ୍ପ ପ୍ରଭାବିତ ତୁର୍କୀ ଓ ସିରିଆରେ ରାତିରେ ଲୋକ ରାସ୍ତାରେ ବସି ରହିଥିବା ଦେଖିବାକୁ ମିଳିଛି । ତୁର୍କୀରେ ପ୍ରାୟ ୫ ହଜାର ବିଲଡିଂ ମାଟିରେ ମିଶିଛି । ଧ୍ୱଂସାବଶେଷ ତଳୁ ୮ହଜାର ଲୋକଙ୍କୁ ଜୀବିତ ଅବସ୍ଥାରେ ଉଦ୍ଧାର କରିଛନ୍ତି ରେସକ୍ୟୁ ଟିମ୍‌ । ଶହଶହ ବର୍ଷର ଅନେକ ଐତିହ୍ୟ ମାଟିରେ ମିଶିଯାଇଛି । ସଂଧ୍ୟାରେ ପୁଣି ତର୍କୀକୁ ଦୋହଲାଇ ଦେଇଛି ୭.୫ ତୀବ୍ରତାର ଭୂକମ୍ପ ।

ତୁର୍କୀକୁ ସହାୟତାର ହାତ ବଢାଇଲା ଭାରତ। ପ୍ରଧାନମନ୍ତ୍ରୀଙ୍କ ସହ ମୁଖ୍ୟ ସଚିବଙ୍କ ଉଚ୍ଚ ସ୍ତରୀୟ ବୈଠକରେ ତୁର୍କୀକୁ ସହଯୋଗ କରିବାକୁ ନିଷ୍ପତ୍ତି ନିଆଯାଇଛି । ସର୍ଚ୍ଚ ଓ ରେସ୍କ୍ୟୁ ଅପରେସନ ପାଇଁ ୨ଟି ଏନଡିଆରଏଫ ଟିମ ପଠାଇଛି ଭାରତ । ଏହି ଟିମ୍‌ ରେସ୍କୁ ଓ ରିଲିଫ ଅପରେସନରେ ସହଯୋଗ କରିବେ। ୨ଟି ଟିମ୍‌ରେ ୧୦୧ ଜଣ NDRF ସଦସ୍ୟଙ୍କ ସହ ଅଛନ୍ତି ଟ୍ରେନଡ଼ କୁକୁର । ଟିମ୍‌ରେ ପ୍ରଶିକ୍ଷିତ ଡାକ୍ତର ମଧ୍ୟ ଅଛନ୍ତି । ଏହା ଆବଶ୍ୟକୀୟ ମେଡିସିନ ମଧ୍ୟ ପଠାଯାଇଛି । ଆଗକୁ ତୁର୍କୀ ସରକାରଙ୍କ ସହଯୋଗରେ ରିଲିଫ ସାମଗ୍ରୀ ପଠାଯିବ।

ପୂର୍ବରୁ ୧୯୯୯ରେ ତୁର୍କୀରେ ଭୟଙ୍କର ଭୂକମ୍ପ ହୋଇଥିଲା । ଏଥିରେ ୧୭ହଜାର ଲୋକଙ୍କର ମୃତ୍ୟୁ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.