୨୨୦ରୁ ଅଧିକ ବାଘଙ୍କ ସହ ଆରାମଦାୟକ ଜୀବନ ବିତାଉଛନ୍ତି ଏହି ବ୍ୟକ୍ତି, ଜାଣିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ

ଗୋଟିଏ କି ଦୁଇଟି ନୁହେଁ, ପାଖାପାଖି ୨୨୦ରୁ ଅଧିକ ବାଘ ଏବଂ ସିଂହଙ୍କ ସହିତ ସୁରକ୍ଷିତ ତଥା ଆରାମଦାୟକ ଜୀବନ ବିତାଉଛନ୍ତି ୫୧ ବର୍ଷୀୟ ଜଣେ ବ୍ୟକ୍ତି। ଆମେରିକାର ଜେଫ୍ ଲିଭ୍ ନାମକ ବ୍ୟକ୍ତି ଜଣକ ଏକ ଆନିମଲ୍ ପାର୍କ ନିର୍ମାଣ କରିଛନ୍ତି, ଯେଉଁଠି ସେ ଏତେ ସଂଖ୍ୟକ ବାଘ ଏବଂ ସିଂହଙ୍କୁ ପାଳିଛନ୍ତି। ଆମେରିକାର ଓକଲ୍‌ହୋମାରେ ରହିଛି ତାଙ୍କର ଗ୍ରେଟର ଭିନ୍‌ଉଡ୍ ଆନିମଲ ପାର୍କ।

lion2

ଏହି ଆନିମଲ୍ ପାର୍କ ବିଶ୍ୱର ସବୁଠାରୁ ବଡ଼ ପ୍ରାଇଭେଟ ପାର୍କ ମଧ୍ୟରୁ ଗୋଟିଏ। ଏଠାରେ ୫୦୦ରୁ ଅଧିକ ପ୍ରକାର ଜଙ୍ଗଲି ପଶୁପକ୍ଷୀଙ୍କର ସୁରକ୍ଷା କରାଯାଇଥାଏ। ଜେଫ୍‌ଙ୍କ କହିବା ଅନୁସାରେ, ଜନବସତି ଆଡ଼କୁ ପଶିଆସୁଥିବା ଜୀବଜନ୍ତୁମାନଙ୍କୁ ଉଦ୍ଧାର କରାଯାଇ ଏଠାକୁ ଅଣାଯାଇଥାଏ। କାରଣ, ସେମାନଙ୍କୁ ଯେପରି ଉଚିତ ସଂରକ୍ଷଣ ମିଳିପାରିବ।

ଏହାସହ ପଢ଼ନ୍ତୁ: ସମସ୍ତେ ତାଙ୍କୁ କୁହନ୍ତି ଇରାନ୍‌ର ଐଶ୍ଵର୍ଯ୍ୟା ରାୟ, ଲକ୍ଷେ ହୃଦୟର ରାଣୀ

ପାର୍କରେ ସିଂହ, ଭାଲୁ, ବାଘଙ୍କ ଛଡ଼ା କୁମ୍ଭୀରମାନଙ୍କୁ ରଖାଯାଇଛି। ସେମାନଙ୍କ ଅନୁପଯୋଗୀ ପରିବେଶ ଯୋଗାଇ ଦିଆଯାଇଛି। ଜେଫ୍ ନିଜର ପୂରା ସମୟ ବାଘ, ସିଂହ, ଚିତା ଭଳି ବଡ଼ ବଡ଼ ପ୍ରାଣୀଙ୍କ ସହିତ ବିତାଇଥାଆନ୍ତି। ସେ ବାଘ ଏବଂ ସିଂହ ଛୁଆମାନଙ୍କୁ ନିଜ ଫେରାରୀ କାର୍‌ରେ ବସାଇ ଆଖପାଖରେ ବୁଲାଇଥାଆନ୍ତି। ଜେଫ୍ ବଡ଼ ପ୍ରାଣୀମାନଙ୍କ ବିକାଶ ତଥା ସେମାନଙ୍କୁ ସୁରକ୍ଷା ପ୍ରଦାନ କରିବା ପାଇଁ ଏହି ଜୁ’କୁ ୨୦୧୬ରେ କିଣିଥିଲେ। ଜେଫ୍‌ଙ୍କ ସ୍ତ୍ରୀ ୨୫ ବର୍ଷୀୟା ଲାରିନ୍ ଡ୍ରାମ୍ପଲା ସ୍ୱାମୀଙ୍କୁ ଏଥିରେ ସହାୟତା କରିଥାଆନ୍ତି। ସେ ପ୍ରତିଦିନ ପ୍ରାଣୀମାନଙ୍କ ଯତ୍ନ ନେବା ସହିତ ପାର୍କର ଦେଖାଶୁଣା କରିଥାଆନ୍ତି।

lion3

ଅନ୍ୟପକ୍ଷରେ ବନ୍ୟ ପ୍ରାଣୀମାନଙ୍କୁ ପାଳିବାରେ ଜେଫ୍ ବହୁତ ସାବଧାନତା ଅବଲମ୍ବନ କରିଥାଆନ୍ତି। ଏହାସତ୍ତ୍ୱେ ତାଙ୍କୁ ଦିନେ ସିଂହ ଆକ୍ରମଣର ଶିକାର ହେବାକୁ ପଡ଼ିଥିଲା। ଜ୍ୟାକ୍ସ ନାମକ ଏକ ଅଣ୍ଡିରା ସିଂହ ହଠାତ୍ ଜେଫ୍‌ଙ୍କ ହାତକୁ କାମୁଡ଼ି ଦେବା ଯୋଗୁ ପ୍ରବଳ ରକ୍ତସ୍ରାବ ହୋଇଥିଲା। ଫଳରେ ତାଙ୍କୁ ଦୁଇ ଦିନ ହସ୍ପିଟାଲରେ ରହିବାକୁ ପଡ଼ିଥିଲା। ଜେଫ୍‌ଙ୍କ ହାତରେ ୪୦୦ଟି ଷ୍ଟିଚ୍ ପଡ଼ିଥିଲା। ଜ୍ୟାକ୍ସ ତାଙ୍କ ଆଙ୍ଗୁଠିଗୁଡ଼ିକୁ ଖାଇଦେଇଥିଲା।

Leave A Reply

Your email address will not be published.