Below header

ଝାଡ଼ଖଣ୍ଡ ନିର୍ବାଚନ : ଦିନକ ପରେ ପ୍ରଥମ ପର୍ଯ୍ୟାୟ ଭୋଟ୍‌, ଚାଲିଛି ଘମାଘୋଟ ପ୍ରଚାର

ରାଞ୍ଚି : ଝାଡ଼ଖଣ୍ଡରେ ବିଧାନସଭା ନିର୍ବାଚନ ପାଇଁ ଭୋଟ୍‌ ଗ୍ରହଣକୁ ମଝିରେ ଆଉ ଗୋଟିଏ ଦିନ । ପ୍ରଥମ ପର୍ଯ୍ୟାୟ ମତଦାନ ହେବ ଆସନ୍ତା ୩୦ ତାରିଖରେ । ଏହା ପୂର୍ବରୁ ସବୁ ରାଜନୈତିକ ଦଳ ଜୋରଦାର ପ୍ରଚାର ଚଳାଇଛନ୍ତି । ପରସ୍ପର ବିରୋଧରେ ନାରାବାଜି କରିବା ସହ ନିଜେ କଣ କରିବେ ସେକଥା ଘୋଷଣା କରୁଛନ୍ତି । ଏସବୁ ଭିତରେ ବିଭିନ୍ନ ଦଳର ଷ୍ଟାର୍‌ ପ୍ରଚାରକ ମଧ୍ୟ ଝାଡ଼ଖଣ୍ଡ ଆସି ପ୍ରଚାର କରୁଛନ୍ତି । ବିଜେପି ତରଫରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସି ଲୋକଙ୍କୁ ଭାଷଣ ଦେଇ ଯାଇଥିବା ବେଳେ ପଡ଼ୋଶୀ ରାଜ୍ୟ ବିହାର ମୁଖ୍ୟମନ୍ତ୍ରୀ ନିତୀଶ କୁମାର ମଧ୍ୟ ପ୍ରଚାର କରିଛନ୍ତି । ବୁଧବାର ଦିନ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ଓ୍ଵାଘେଲା ଆସି କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି ।

BHUPESH-1

ଏହି ଅବସରରେ ସେ ଟାର୍ଗେଟ୍‌ କରିଛନ୍ତି ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ରଘୁବର ଦାସଙ୍କୁ । ଗତ ୫ ବର୍ଷରେ ତାଙ୍କ ସରକାର କଣ କରିଛି ବୋଲି ସେ ପ୍ରଶ୍ନ କରିଛନ୍ତି । ଜନତା ଏଥର ଏହି ହିସାବ ମାଗିବେ ବୋଲି ସେ କହିଛନ୍ତି । ଏହା ସହିତ ସେ ବିଜେପିର ବିଧାୟକମାନଙ୍କ ଦୁର୍ନୀତି ସମ୍ପର୍କରେ ମଧ୍ୟ ଜନସଭାରେ କହିଛନ୍ତି । କଂଗ୍ରେସ କ୍ଷମତାକୁ ଆସିଲେ ଚାଷୀଙ୍କ ଋଣ ଛାଡ଼ କରିବା ସହ ବିକାଶର ବାଟ ଖୋଲିବ ବୋଲି ଓ୍ଵାଘେଲା କହିଛନ୍ତି ।
ନଭେମ୍ବର ୩୦ ତାରିଖରେ ପ୍ରଥମ ପର୍ଯ୍ୟାୟରେ ଛତ୍ର, ଗୁମଲା, ବିଷ୍ଣୁପୁର, ଲୋହରଦାଗା, ମାନିଗା, ଲାତେହର, ପାନକି, ଦୌଲତଗଞ୍ଜ, ବିଶ୍ରାମପୁର, ଛତ୍ରପୁର, ହୁସେନାବାଦ, ଗରଓ୍ଵାଲପୁର, ଭଓ୍ଵାନାଥପୁର ନିର୍ବାଚନମଣ୍ଡଳୀରେ ଭୋଟ୍‌ ଗ୍ରହଣ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.