ପ୍ରତିଦିନ ମହାକାଶରେ ଘଟିଥାଏ ଏହି ୬ଟି ଘଟଣା, ଜାଣି ନ ଥିବେ ଆପଣ

ଏବେ ମହାକାଶକୁ ନେଇ ବିଭିନ୍ନ ପ୍ରକାର ଖବର ଆସିବାରେ ଲାଗିଛି। କିନ୍ତୁ ଅଧିକାଂଶ ଖବର ଗବେଷକ ଏବଂ ବୈଜ୍ଞାନିକମାନଙ୍କ ସହ ଯୋଡ଼ି ହୋଇ ରହିଥାଏ। ଯେପରି ମହାକାଶକୁ ପଠାଯାଇଥିବା ସ୍ୟାଟେଲାଇଟ୍‌ ଏବଂ ସେଠାରେ ହୋଇଥିବା ନୂତନ ଆବିଷ୍କାର ଆଦି। ତେବେ ଆଜି ଆମେ ଆପଣଙ୍କୁ ମହାକାଶ ସହ ଜଡ଼ିତ ଏମିତି କିଛି ରୋଚକ କଥା କହିବାକୁ ଯାଉଛୁ, ଯାହା ବିଷୟରେ ଆପଣ ଜମାରୁ ବି ଜାଣି ନ ଥିବେ।

୧. ମହାକାଶକୁ ଯିବାର ୬ ମାସ ପରେ ମହାକାଶ ଯାତ୍ରୀମାନଙ୍କର ଉଚ୍ଚତା ବଢ଼ିଯାଇଥାଏ। ତାଙ୍କ ଉଚ୍ଚତା ତାଙ୍କ ପ୍ରକୃତ ଉଚ୍ଚତାଠାରୁ ୩ ଗୁଣା ଅଧିକ ହୋଇଯାଏ। କାରଣ, ମହାକାଶକୁ ଯିବା ପରେ ତାଙ୍କ ଉପରେ ପୃଥିବୀର ମାଧ୍ୟାକର୍ଷଣ ଶକ୍ତି କୌଣସି ପ୍ରଭାବ ପକାଇ ନ ଥାଏ। ତଥାପି ଏହା ଲମ୍ବା ସମୟ ଧରି ରହି ନ ଥାଏ। ପୃଥିବୀକୁ ଆସିବା ପରେ କିଛି ମାସ ପରେ ମହାକାଶ ଯାତ୍ରୀମାନଙ୍କର ଉଚ୍ଚତା ପୂର୍ବଭଳି ସମାନ ହୋଇଯାଏ।

space1

ଏହାସହ ପଢ଼ନ୍ତୁ: ଦୁନିଆର ସବୁଠୁ ସୁନ୍ଦର ସ୍ଥାନ ଯେଉଁଠିକୁ ଗଲେ ଆପଣ ଫେରି ପାରିବେନି ଜୀବିତ

୨. ସାଧାରଣତଃ ଆମେ ଯେତେବେଳେ ପାଣି ଗରମ କରୁ, ସେତେବେଳେ ସେଥିରେ ବହୁତ ଫୋଟକା ତିଆରି ହୋଇଥାଏ। କିନ୍ତୁ ମହାକାଶରେ ଏମିତି ହୋଇ ନ ଥାଏ। ସେଠାରେ ପାଣି ଗରମ କଲେ, ଏକ ବଡ଼ ଫୋଟକା ବନିଥାଏ। ଏହା ମାଧ୍ୟାକର୍ଷଣ ଶକ୍ତି ଯୋଗୁ ହୋଇଥାଏ।

୩. ଜୀବାଣୁମାନଙ୍କ ଉପରେ ୩୦ ବର୍ଷ ଧରି ହୋଇଥିବା ଅଧ୍ୟୟନରୁ ଏହା ଜଣାପଡ଼ିଛି ଯେ ପୃଥିବୀ ତୁଳନାରେ ମହାକାଶରେ ଜୀବାଣୁ ଅଧିକ ମାତ୍ରାରେ ବ୍ୟାପିଥାଆନ୍ତି। ସେଗୁଡ଼ିକ ଅଧିକ ଭୟଙ୍କର ମଧ୍ୟ ହୋଇଥାଆନ୍ତି।

space2

ଏହାସହ ପଢ଼ନ୍ତୁ: କେବେବି ଶୁଣିନଥିବେ ସାପ ବିଷୟରେ ଏହି ସବୁ କଥା

୪. ମହାକାଶରେ ସୋଡ଼ା ପିଇବା ହାନିକାରକ ହୋଇପାରେ। ଏଠାରେ ସୋଡ଼ା ହଜମ ହେବାରେ ସମସ୍ୟା ଉପୁଜିଥାଏ। ଏହା ମଧ୍ୟ ମାଧ୍ୟାକର୍ଷଣ ଶକ୍ତି ଯୋଗୁ ହୋଇଥାଏ। ଏହି କାରଣରୁ ଅଷ୍ଟ୍ରେଲିଆରେ ସ୍ପେଶ୍‌ ବିୟର ଉପରେ ଏବେ ଅଧ୍ୟୟନ କରାଯାଉଛି।

୫. ମହାକାଶରେ ଫୁଲର ସୁଗନ୍ଧ ପ୍ରଭାବିତ ହୋଇଥାଏ। କାହିଁକି ନା, ଏଠାକାର ତାପମାତ୍ରା, ଆର୍ଦ୍ରତା ଏବଂ କେତେକ କାରଣ ଯୋଗୁ ଗଛରୁ ଉତ୍ପନ୍ନ ହେଉଥିବା ତୈଳୀୟ ପଦାର୍ଥ ପ୍ରଭାବିତ ହୋଇଥାଏ। ଏହାର ପ୍ରଭାବ ସୁଗନ୍ଧ ଉପରେ ପଡ଼ିଥାଏ। ଜାପାନର ଏକ କମ୍ପାନୀ ଏବେ ଏହି ସୁଗନ୍ଧବାଲା ପରଫ୍ୟୁମ୍‌କୁ ବନାଇବା ଉପରେ ଗବେଷଣା କରୁଛି।

space44

ଏହାସହ ପଢ଼ନ୍ତୁ: କାହିଁକି ଅମାବାସ୍ୟାକୁ ନେଇ ଲୋକଙ୍କ ମନରେ ରହିଥାଏ ଡର? ଜାଣନ୍ତୁ ଏହା ପଛର କାରଣ

୬. ମହାକାଶରେ ଝାଳକୁ ନେଇ ମଧ୍ୟ ଏକ ବଡ଼ ସମସ୍ୟା ରହିଛି। ଏଠାରେ ମାଧ୍ୟାକର୍ଷଣ ନ ଥାଏ। ଏଥିପାଇଁ ଝାଳ ବାହାରିଥାଏ। କିନ୍ତୁ ଏହା ନା ଶୁଖିଥାଏ ନା ଡ୍ରପ୍‌ ହୋଇଥାଏ। ମହାକାଶରେ ଝାଳ ଯେଉଁଠି ବାହାରିଥାଏ, ସେଇଠି ହିଁ ରହିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.