ଇନଷ୍ଟାଗ୍ରାମରେ ଆରମ୍ଭ ଝାଡ଼ଖଣ୍ଡରେ ଶେଷ, ଏ ହେଉଛି ଶାଦାବ ଓ ବାରବରାଙ୍କ ପ୍ରେମ କାହାଣୀ

ପ୍ରେମ ଏମିତି ଏକ ଅନୁଭବ ଯାହା ଜଣକୁ ସାତ ଦରିଆ ମଧ୍ୟ ପାର କରାଇପାରେ। ତାହାର ଏକ ବଡ଼ ଉଦାହରଣ ଆଜି ଆମେ ଦେଖିବାକୁ ପାଇଛୁ। ପୋଲାଣ୍ଡରୁ ସିଧା ଚାଲି ଆସିଲେ ଭାରତ। କେବଳ ନିଜ ମନର ମଣିଷକୁ ଦେଖା କରିବା ପାଇଁ। ଇନଷ୍ଟାଗ୍ରାମରୁ ଆରମ୍ଭ ହୋଇଥିବା ଏହି ଭଲ ପାଇବା ଏବେ ସବୁଠି ଚର୍ଚ୍ଚା ଧରିଛି।

ପ୍ରେମ ଏମିତି ଏକ ଅନୁଭବ ଯାହା ଜଣକୁ ସାତ ଦରିଆ ମଧ୍ୟ ପାର କରାଇପାରେ। ତାହାର ଏକ ବଡ଼ ଉଦାହରଣ ଆଜି ଆମେ ଦେଖିବାକୁ ପାଇଛୁ। ପୋଲାଣ୍ଡରୁ ସିଧା ଚାଲି ଆସିଲେ ଭାରତ। କେବଳ ନିଜ ମନର ମଣିଷକୁ ଦେଖା କରିବା ପାଇଁ। ଇନଷ୍ଟାଗ୍ରାମରୁ ଆରମ୍ଭ ହୋଇଥିବା ଏହି ଭଲ ପାଇବା ଏବେ ସବୁଠି ଚର୍ଚ୍ଚା ଧରିଛି।

ଘଟଣାଟି ଝାଡ଼ଖଣ୍ଡର..ଏଠାରେ ଜଣେ ଯୁବକଙ୍କ ପ୍ରେମରେ ପଡ଼ିଗଲେ ପୋଲାଣ୍ଡର ଏହି ମହିଳା।ଇନଷ୍ଟାଗ୍ରାମରୁ ପ୍ରଥମେ କଥାବାର୍ତ୍ତା ଆରମ୍ଭ ହେଲା। ଆଉ ତାପରେ ଦୁହେଁ ଭଲପାଇ ବସିଲେ। ବଡ଼ କଥା ହେଉଛି ମହିଳାଙ୍କର ଭଲ ପାଇବା ତାଙ୍କୁ ସାତ ଦରିଆ ପାର କରାଇଦେଲା। ଶେଷରେ ସେ ନିଜ ମନର ମଣିଷକୁ ଦେଖାକରିବା ପାଇଁ ଚାଲିଆସିଲେ ଝାଡ଼ଖଣ୍ଡ..ଏଭଳି ଘଟଣାଟି ଚର୍ଚ୍ଚା ଧରିଥିବା ବେଳେ ସ୍ଥାନୀୟ ଲୋକ ସେଠାରେ ଏଦୃଶ୍ୟକୁ ଦେଖିବା ପାଇଁ ରୁଣ୍ଡ ହୋଇଛନ୍ତି।

ଆଜିକା ଦିନରେ ନିଜ ପ୍ରେମକୁ ପାଇବାକୁ ସାଉଦିଅରବରୁ ଭାରତ ପଳାଇଆସିଥିବା ପାକିସ୍ତାନୀ ମହିଳା ସୀମାଙ୍କୁ ନେଇ ଚର୍ଚ୍ଚା ଜୋର ଧରିଥିବାବେଳେ ପ୍ରେମର ଆଉ ଏକ ଉଦାହରଣ ସୃଷ୍ଟି କରିଛନ୍ତି ପୋଲାଣ୍ଡ ମହିଳା ବାରବରା । ନିଜ ପ୍ରେମିକକୁ ପାଇବାକୁ ୭ ଦରିଆ ପାରି ସୁଦୂର ପୋଲାଣ୍ଡରୁ ଭାରତ ଚାଲିଆସିଲେ ବାରବରା ପୋଲାକ୍ । ନିଜ ପ୍ରେମିକ ତଥା ଛତିଶଗଡ ଯୁବକ ଶାଦାବକୁ ବିବାହ କରିବାକୁ ଝାଡ଼ଖଣ୍ଡ ହଜାରୀଗାଁଓ ଖୁଟରା ଗାଁରେ ପହଞ୍ଚିଛନ୍ତି ବାରବରା ।

ଇନଷ୍ଟାଗ୍ରାମରେ ପ୍ରଥମେ ଦୁହିଁଙ୍କ ପରିଚୟ ହେବା ପରେ କଥାବାର୍ତ୍ତା ଆରମ୍ଭ ହୋଇଥିଲା । ବାରବରାଙ୍କୁ ଶାଦାବ ଏତେ ଭଲ ଲାଗିଲେ ଯେ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଧିରେ ଧିରେ ଗଢିଉଠିଥିଲା । ଦୁହିଁଙ୍କ ମନ ମିଶିବା ପରେ ପରସ୍ପରକୁ ବିବାହ କରିବାକୁ ନିଷ୍ପତ୍ତି ନେଲେ ।

ସୂଚନା ମୁତାବକ ଦୁହିଙ୍କ ସାକ୍ଷାତ ପ୍ରଥମେ ୨୦୨୧ରେ ହୋଇଥିଲା । ସେହି ସମୟରେ ବାରବରା ଭାରତ ବୁଲିବାକୁ ଆସିଥିଲେ । ପରେ ଇନଷ୍ଟାଗ୍ରାମରେ କଥାବାର୍ତ୍ତା ଆରମ୍ଭ ହେଲା । ବାରବରାଙ୍କୁ ଏବେ ୪୯ ବର୍ଷ ହୋଇଥିବାବେଳେ ଆନ୍ୟା ପୋଲାକ୍ ନାଁରେ ତାଙ୍କର ୮ ବର୍ଷ ଝିଅ ଅଛି । ପ୍ରଥମ ସ୍ୱାମୀଙ୍କ ଠାରୁ ଛାଡପତ୍ର ହେବା ପରେ ଅନେକ ବର୍ଷ ଏକା ଥିଲେ ବାରବରା । ପୋଲାଣ୍ଡରେ ତାଙ୍କର ଏକ ବଡ ଫାର୍ମ ହାଉସ୍ ରହିଛି । ତେବେ ସୂଚନା ଅନୁସାରେ ଶାଦାବ ଓ ବରବରା ଖୁବ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ଏଥିପାଇଁ ଶାଦାବ ହଜାରିବାଗ ଏସଡିଏମ କୋର୍ଟରେ ଆବେଦନ କରିଛନ୍ତି ।

ଝାଡ଼ଖଣ୍ଡ ଆସିବା ପରେ ଶାଦାବଙ୍କ ଗାଁ ବୁଲିବା ସହ ଝାଡ଼ଖଣ୍ଡର ବିଭିନ୍ନ ଜାଗା ବୁଲିଛନ୍ତି ବାରବରା । ଏହା ଏକ ଭଲ ସ୍ଥାନ ବୋଲି କହିଛନ୍ତି ବରବରା । ଶାଦାବଙ୍କୁ ବିବାହ କରି ଭାରତରେ କିଛି ମାସ ରହିବା ପରେ ଶାଦାବଙ୍କୁ ନେଇ ପୋଲାଣ୍ଡ ଫେରିବେ ବୋଲି କହିଛନ୍ତି ବାରବରା । ଏବେ ବାରବରା Tourist Visa ରେ ଭାରତ ଆସିଛନ୍ତି ଯାହା ୨୦୨୩ ପର୍ଯ୍ୟନ୍ତ ବୈଧ ରହିଛି ।

ତେବେ ସେ ଶାଦାବଙ୍କ ଭିସା ଲଗାଇବା ସହ ଖୁବ ଶୀଘ୍ର ଦୁହେଁ ବିବାହ ବନ୍ଧନରେ ବାନ୍ଧି ହେବେ। ବାରବରା ସେଠାରେ ଚାକିରି କରୁଛନ୍ତି। ତାଙ୍କ ପାଖରେ ଘର , ଗାଡ଼ି ସବୁକିଛି ଅଛି ବୋଲି କହିଛନ୍ତି। ସେହିପରି ଶାଦାବ ହାଡେଓ୍ଵୟାର ନେଟଓ୍ଵାର୍କିଂରେ ଡିପ୍ଲୋମା ଆସିଲ କରିଛନ୍ତି। ଏମିତିରେ ସେ ମଧ୍ୟ ପୋଲାଣ୍ଡରେ ନିଜକୁ ସେଟେଲ କରିବାକୁ ଇଚ୍ଛା ରଖିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.