Below header

ପ୍ରତ୍ୟେକ ବିବାହରେ କନ୍ୟା ପିଛା ଖର୍ଚ୍ଚ କରିବେ ଏତିକି ଟଙ୍କା

ସାମୂହିକ ବିବାହ ଜରିଆରେ ଗରିବ ପରିବାରର ଝିଅମାନଙ୍କ ବିବାହ କରାଉଥିବା ଉତ୍ତର ପ୍ରଦେଶର ଯୋଗୀ ସରକାର ଏବେ ଏହି ଆୟୋଜନକୁ ଆହୁରି ଅଧିକ ଧୂମଧାମ ଏବଂ ଭବ୍ୟତାର ସହ ଆୟୋଜନ କରିବାକୁ ଯାଉଛି । ପ୍ରଦେଶ ସରକାର ଆସନ୍ତା ବର୍ଷ ମାର୍ଚ୍ଚ ମାସରେ ଏକ ଲକ୍ଷ ଗରୀବ ଝିଅଙ୍କ ବିବାହ କରିବାକୁ ଯୋଜନା ପ୍ରସ୍ତୁତ କରୁଛନ୍ତି ।

ଏଥିପାଇଁ ଶୁଭ ତିଥି ବାହାର କରାଯାଇ ବଡ ସ୍ତରରେ ଆୟୋଜନ କରାଯିବ । ସମାଜ କଲ୍ୟାଣ ବିଭାଗ ବର୍ଷ ୨୦୧୯-୨୦ରେ ଏକ ଲକ୍ଷ ଯୋଡିଙ୍କ ବିବାହ କରିବାର ଲକ୍ଷ୍ୟ ରଖାଯାଇଛି। ସମାଜ କଲ୍ୟାଣର ମୁଖ୍ୟ ସଚିବ ମନୋଜ କୁମାରଙ୍କ ପକ୍ଷରୁ ଅଧିକାରୀମାନଙ୍କୁ ଏହି ସୂଚନା ଦିଆଯାଇଛି । ସେ ସବୁ ଜିଲ୍ଲା ଅଧିକାରୀମାନଙ୍କୁ ଏହି ଆୟୋଜନ ଉପରେ ବିଶେଷ ଧ୍ୟାନ ଦେଇ ଆୟୋଜନକୁ ସଫଳ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

brideପ୍ରତ୍ୟେକ ଝିଅ ବିବାହ ପାଇଁ ୫୧ ହଜାର ଖର୍ଚ୍ଚ

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗରିବ ପରିବାରର ଝିଅ ମାନଙ୍କ ବିବାହ ପାଇଁ ମୁଖ୍ୟମନ୍ତ୍ରୀ ସାମୁହିତ ବିକାଶ ଯୋଜନାର ଘୋଷଣା କରିଥିଲେ। ଏହି ଯୋଜନାରେ ପୂର୍ବରୁ ସରକାର ପ୍ରତ୍ୟେକ ଝିଅଙ୍କ ବାହାଘର ପାଇଁ ୩୫ ହଜାର ଟଙ୍କା ଖର୍ଚ୍ଚ କରୁଥିଲେ । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗତ ଗଣତନ୍ତ୍ର ଦିବସରେ ଏହି ରାଶିକୁ ବୃଦ୍ଧି କରି ୫୧ ହଜାର ଟଙ୍କା କରିବାକୁ ଘୋଷଣା କରିଥିଲେ ।

ଦୁଇ ଲକ୍ଷ ପରିବାର ପାଇବେ ଏହି ସୁବିଧା

ଏହି ଆୟୋଜନ ଜରୀଆରେ ଯୋଗୀ ସରକାର ଦୁଇ ଲକ୍ଷ ପରିବାରଙ୍କ ପାଖରେ ସିଧା ପହଞ୍ଚିବାକୁ ଚେଷ୍ଟା କରୁଛନ୍ତି । ଏକ ଲକ୍ଷ ଝିଅଙ୍କର ବିବାହ ହେଲେ ସରକାର ଏକ ଲକ୍ଷ ବରଙ୍କ ଘର ପର‌୍ୟ୍ୟନ୍ତ ସରକାର ସିଧା ପହଁଚିପାରିବେ। ଏହି ଯୋଜନାରେ ରାଜ୍ୟ ସରକାରଙ୍କ ମନ୍ତ୍ରୀ, ସାଂସଦ ଏବଂ ବିଧାୟକମାନେ ମଧ୍ୟ ସକ୍ରିୟ ଭୂମିକା ଗ୍ରହଣ କରିବେ ।
ଗତ ଆର୍ଥିକ ବର୍ଷରେ ୯ ଫେବ୍ରୁୟାରୀରେ ସାମୂହିକ ବିବାହରେ ୧୦ ହଜାର ଝିଅଙ୍କ ବିବାହ ଲକ୍ଷ୍ୟ ରଖାଯାଇଥିଲା କିନ୍ତୁ ୧୫ ହଜାର ଝିଅଙ୍କ ବିବାହ କରାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.