Below header

ଇସ୍ରାଏଲ ସମୁଦ୍ର ଉପକୂଳରେ ପହଞ୍ଚିଲେ ଲକ୍ଷାଧିକ ଜେଲିଫିସ୍‌, ଜାଣନ୍ତୁ ପର୍ଯ୍ୟଟକଙ୍କ ପାଇଁ କାହିଁକି ଏମାନେ ବିପଦ

ଇସ୍ରାଏଲ ବୁଲିଯିବାକୁ ଯୋଜନା କରିଥିବା ପର୍ଯ୍ୟଟକଙ୍କ ପାଇଁ ଏକ ମନ୍ଦ ଖବର। ଲକ୍ଷାଧିକ ଜେଲିଫିସ୍‌ ସେମାନଙ୍କ ବାର୍ଷିକ ଯାତ୍ରା ଆରମ୍ଭ କରିଛନ୍ତି। ଏଥିପାଇଁ ଏଗୁଡ଼ିକ ସମୁଦ୍ର ଉପକୂଳ ମୁହାଁ ହେବାରେ ଲାଗିଛନ୍ତି। ଉପକୂଳରେ ଜେଲିଫିସ୍‌ ଆସିବା ଦ୍ବାରା ଛୁଟି କଟାଇବାକୁ ଆସୁଥିବା ପର୍ଯ୍ୟଟକଙ୍କୁ ନିରାଶ ଏବଂ ପର୍ଯ୍ୟଟନ ସମ୍ବନ୍ଧିତ ବ୍ୟବସାୟରେ ସମ୍ପ୍‌କ୍ତ ବ୍ୟକ୍ତିଙ୍କୁ ହତାଶ ହେବାକୁ ପଡ଼ିପାରେ। ଏଭଳି ସ୍ଥିତିରେ ସେଠାକାର ଲାଇଫ୍ ଗାର୍ଡମାନେ ସନ୍ତରଣକାରୀଙ୍କୁ ସତର୍କ କରିବା ସହ ଅସୁବିଧା ଏଡ଼ାଇବା ପାଇଁ କେତେକ ଗାଇଡ୍ ଲାଇନ୍ ପାଳନ କରିବାକୁ ପରାମର୍ଶ ଦେଉଛନ୍ତି।

ଜେଲିଫିସ୍‌ଙ୍କୁ ନେଇ ସମସ୍ୟା କେବଳ ଇସ୍ରାଏଲ ସମୁଦ୍ର ଉପକୂଳରେ ସୀମିତ ନାହିଁ, ବରଂ ଏମାନଙ୍କ ସଂଖ୍ୟା ସବୁଆଡ଼କୁ ବ୍ୟାପିବାରେ ଲାଗିଲାଣି। ପ୍ରତ୍ୟେକ ବର୍ଷ ପାଖାପାଖି ୧୫୦ ମିଲିୟନ ଲୋକ ଜେଲିଫିସ୍‌ ଦଂଶନର ଶିକାର ହେଉଛନ୍ତି।

ଜେଲିଫିସ୍‌ଙ୍କ ବ୍ୟବହାରରେ ପରିବର୍ତ୍ତନ

ଜେଲିଫିସ୍‌କୁ ବୁଝିବାକୁ ହେଲେ ପ୍ରଥମେ ଆପଣଙ୍କୁ ଏହା ବୁଝିବାକୁ ହେବ ଯେ, ଜେଲିଫିସ୍‌ କୌଣସି ଏକ ମାଛ ନୁହେଁ। ଏହାର ପେଟର ଆକାରରୁ ଜଣାଯାଏ ଯେ, ଏହା ଅମେରୁଦଣ୍ଡୀ ପ୍ରାଣୀ, ଯାହା ଦଂଶନ କରି ଶିକାରକୁ ଧରିଥାଏ ଏବଂ ଶିକାରୀମାନଙ୍କୁ ଭୟଭୀତ କରିଦେଇଥାଏ। ଜୀବାଂଶାରୁ ଜଣାପଡ଼ିଛି ଯେ, ଏମାନେ ପ୍‌ଥିବୀରେ ପାଖାପାଖି ୫୦୦ ମିଲିୟନରୁ ଅଧିକ ବର୍ଷ ହେବ ରହିଛନ୍ତି। ଜେଲିଫିସ୍‌ ସାଗର ଓ ମହାସାଗରରେ ରୁହନ୍ତି।

jellyfishମଣିଷ ପାଇଁ କ’ଣ ରହିଛି ବିପଦ

ଜେଲିଫିସ୍‌ ପର୍ଯ୍ୟଟକଙ୍କ ପାଇଁ ବିପଦ। ଜେଲିଫିଶର ନାହୁଡ଼ ବା ଡଙ୍କରେ ବିଷ ଭରି ରହିଥାଏ। ଯଦି ଏହା ସେଥିରେ ମଣିଷକୁ ଆକ୍ରମଣ କରେ, ତେବେ ଗଭୀର ଯନ୍ତ୍ରଣା ଭୋଗିବାକୁ ପଡ଼ିଥାଏ। ତେବେ କିଛି ଜେଲିଫିସ୍‌ ସେତେଟା ବିପଦ ହୋଇ ନ ଥାଆନ୍ତି। ଏମାନେ ଦଂଶନ କରିବାର କିଛି ଘଣ୍ଟା ପରେ କଷ୍ଟ କମିଯାଇଥାଏ। କିନ୍ତୁ ସେତିକି ସମୟ ଉକ୍ତ ବ୍ୟକ୍ତିକୁ ଯନ୍ତ୍ରଣା ସହିବାକୁ ପଡ଼େ। ଆଉ କେତେକ ଜେଲିଫିସ୍‌ ଏତେ ବିଷାକ୍ତ ହୋଇଥାଆନ୍ତି ଯେ ଶରୀରରୁ ବିଷ ଯିବାକୁ ପାଖାପାଖି ଏକ ସପ୍ତାହ ସମୟ ଲାଗିଥାଏ।

ଜେଲିଫିସ୍‌ଠାରୁ କିପରି ବର୍ତ୍ତିବେ ପର୍ଯ୍ୟଟକ

ଆପଣ ଆଗାମୀ ବିଚ୍ ଟ୍ରିପ୍ ବୁକିଂ କରିବାକୁ ଯାଉଥିଲେ, ଏହାପୂର୍ବରୁ ଥରେ ବୁଝି ନିଅନ୍ତୁ ଯେ ସେଠାରେ ଜେଲିଫିସ୍‌ କେଉଁ ସମୟରେ ଦେଖା ଯାଆନ୍ତି। ଯେପରି କି, ଅଷ୍ଟ୍ରେଲିଆରେ ମେ ଓ ନଭେମ୍ବର ମାସରେ ଜେଲିଫିସ୍‌ ଆସିବା ଏକ ସାଧାରଣ କଥା। ସେହିପରି ଆମେରିକାର ହୱାଇରେ ପୂର୍ଣ୍ଣିମାର ୮ ଦିନ ପରେ ଦକ୍ଷିଣ ଆଡ଼କୁ ସମୁଦ୍ର ଉପକୂଳରେ ଜେଲିଫିସ୍‌ଙ୍କୁ ଦେଖିବାକୁ ମିଳିଥାଏ। ଭୂମଧ୍ୟସାଗରୀୟ ଉପକୂଳରେ ମଧ୍ୟ ଏମାନେ ଗରମ ଦିନରେ ନଜର ଆସି ଥାଆନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.