୧୧ ବିଧାୟକଙ୍କ ଇସ୍ତଫା ପରେ ସଂକଟରେ କର୍ଣ୍ଣାଟକ ସରକାର, ଖୁବ ଜଲଦି ଭାଙ୍ଗିଯିବା ନେଇ ସମ୍ଭାବନା

କର୍ଣ୍ଣାଟକରେ ୧୩ ମାସ ପୂର୍ବେ କ୍ଷମତାକୁ ଆସିଥିବା କଂଗ୍ରେସ ଓ ଜେଡିଏସର ମେଣ୍ଟ ସରକାର ଉପରେ ଏବେ ବିପଦ ପଡିଛି। କାରଣ କଂଗ୍ରେସର ୮ ଓ ଜେଡିଏସର ୩ ବିଧାୟକ ଏବେ ଇସ୍ତଫା ଦେଇଛନ୍ତି। ଏହି ବିଧାୟକ ମାନେ ବାଚସ୍ପତି ରକେଶ କୁମାରଙ୍କୁ ଦେଖା କରିବାକୁ ପହଞ୍ଚିଥିଲେ ହେଲେ କୌଣସି କାରଣରୁ ବାଚସ୍ପତିଙ୍କ ସହ ଦେଖା ନହୋଇପାରିବାରୁ ବାଧ୍ୟ ହୋଇ ସେମାନେ ରାଜ୍ୟପାଳଙ୍କୁ ଦେଖାକରି ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି।

ଆହୁରି ପଢନ୍ତୁ ବିଜେପିକୁ ସଂଗଠିତ ଓ ସୁଦୃଢ଼ କରିବା ପାଇଁ ମୋଦିଙ୍କ ସଦସ୍ୟତା ଅଭିଯାନ, କର୍ମକର୍ତ୍ତାଙ୍କୁ ଦେଲେ…

ବାଚସ୍ପତି ରମେଶ କୁମାର ନିଜ ସଫେଇରେ କହିଛନ୍ତି, ସେ ତାଙ୍କ ପୁଅକୁ ଆଣିବାକୁ ଘରକୁ ଯାଇଥିଲେ। ତେଣୁ ସେ ଅଫିସରେ କହିଦେଇଥିଲେ ବିଧାୟକଙ୍କ ଇସ୍ତଫା ପତ୍ରକୁ ରଖିଦେଇ ତାଙ୍କୁ ଜଣାଇଦେବାକୁ। କାଲି ଯେହେତୁ ରବିବାର ଅଛି ତେଣୁ ସେ ଏହାକୁ ସେମାବାର ଦିନ ଦେଖିବେ ବୋଲି କହିଥିଲେ।

ଆହୁରି ପଢନ୍ତୁ ଏ କ’ଣ ! ଇସ୍ତଫା ଦେବା ପରେ ଫିଲ୍ମ ଦେଖୁଛନ୍ତି ରାହୁଲ

ଏହି ବିଧାୟକ ମାନେ ଇସ୍ତଫା ଦେବା ପରେ ବିଧାନସଭାରେ ଶାସକ ଦଳ ବିଧାୟକ ସଖ୍ୟା ୧୦୫କୁ ଖସି ଆସିଛି ଯେଉଁଠି ବିଧାନସଭାରେ ଶାସକ ଦଳର ସଂଖ୍ୟା ୧୧୩ ରହିବା ଆବଶ୍ୟକ ରହିଛି। ତେଣୁ ଏହି କାରଣରୁ କଂଗ୍ରେସ ଦଳ କର୍ଣ୍ଣାଟକରେ ଶାସନ କରିବା ସମ୍ଭବପରେ ହେବନାହିଁ ବୋଲି ଜଣା ପଡିଛି। ଏବେ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଏଚ୍.ଡି କୁମାର ସ୍ବାମୀ ବିଦେଶ ଗସ୍ତରେ ଅଛନ୍ତି ।ତାଙ୍କୁ ଏ ବିଷୟରେ ଅବଗତ କରାଯିବା ପରେ ସେ କାଲି କର୍ଣ୍ଣାଟକୁକୁ ଆସିପାରନ୍ତି ବୋଲି ଜଣାପଡିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.