Below header

ବିଶ୍ୱକପ୍‌ର ଶେଷ ଲିଗ୍‌ ମ୍ୟାଚ୍‌ : ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମେ ବ୍ୟାଟିଂ କରୁଛି ଦକ୍ଷିଣ ଆଫ୍ରିକା, ୧୫ ଓଭରରେ ୧୦୨ ରନ୍‌

ଲଣ୍ଡନ୍‌ : ମାଞ୍ଚେଷ୍ଟରରେ ଆରମ୍ଭ ହୋଇଗଲାଣି ଚଳିତ ଆଇସିସି ବିଶ୍ୱକପ୍‌-୨୦୧୯ର ଶେଷ ଲିଗ୍‌ ମ୍ୟାଚ୍‌ । ଏହି ଦିବାରାତ୍ର ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ଦଳ ଟସ୍‌ ଜିତି ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମେ ବ୍ୟାଟିଂ କରୁଛି । ୧୫ ଓଭର୍‌ ସୁଦ୍ଧା ଦକ୍ଷିଣ ଆଫ୍ରିକା ଗୋଟିଏ ଓ୍ଵିକେଟ୍‌ ହରାଇ ୧୦୨ ରନ୍‌ କରିଛି । ମାର୍କରାମ ୩୪ ରନ୍‌ କରି ଆଉଟ୍‌ ହୋଇଛନ୍ତି ।
ଏହି ମ୍ୟାଚ୍‌ ଜିତିଲେ ଅଷ୍ଟ୍ରେଲିଆ ୧୬ ପଏଣ୍ଟ ସହ ତାଲିକା ଶୀର୍ଷ ସ୍ଥାନ ବଜାୟ ରଖିବ । ଆଉ ଯଦି ଦକ୍ଷିଣ ଆଫ୍ରିକା ଜିତେ ତେବେ ୭ ପଏଣ୍ଟ ସହ ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.