Below header

ବିଶ୍ୱକପ୍‌ : ଶ୍ରୀଲଙ୍କା ବିପକ୍ଷରେ ଜିତିବା ପାଇଁ ଭାରତକୁ କରିବାକୁ ହେବ ୨୬୫ ରନ୍‌

ଲଣ୍ଡନ୍‌ : ମାଥ୍ୟୁସ୍‌ଙ୍କ ବଢ଼ିଆ ଶତକ ଏବଂ ଥିରିମାନେଙ୍କ ଅର୍ଦ୍ଧଶତକ ବଳରେ ଭାରତ ଆଗରେ ଶ୍ରୀଲଙ୍କା ରଖିଛି ୨୬୫ ରନ୍‌ର ବିଜୟଲକ୍ଷ୍ୟ । ଲିଡ୍‌ସରେ ଚାଲିଥିବା ଏହି ମୁକାବିଲାରେ ଶ୍ରୀଲଙ୍କା ୭ ଓ୍ଵିକେଟ୍‌ ହରାଇ ୨୬୪ ରନ୍‌ କରିଛି । ମାଥ୍ୟୁସ୍‌ ୧୨୮ ବଲ୍‌ ଖେଳି ୧୧୩ ରନ୍‌ (୧୦ ଚୌକା ଓ ୨ ଛକା) ଏବଂ ଥିରିମାନେ ୬୮ ବଲ୍‌ରେ ୫୩ ରନ୍‌ କରିଥିଲେ । ଡିସିଲଭା ୨ ରନ୍‌ କରି ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ ।
ଭାରତ ପକ୍ଷରୁ ବୁମରା ୧୦ ଓଭରରେ ୩୭ ରନ୍‌ ଦେଇ ୩ଟି, ଭୁବନେଶ୍ୱର କୁମାର, ହାର୍ଦ୍ଦିକ ପାଣ୍ଡ୍ୟା, କୁଲଦୀପ ଯାଦବ ଓ ରବୀନ୍ଦ୍ର ଜାଡେଜା ଗୋଟିଏ ଲେଖାଏଁ ଓ୍ଵିକେଟ୍‌ ଦଖଲ କରିଛନ୍ତି । ସେମିଫାଇନାଲ୍‌ରେ ନିଜ ଜାଗା ସୁରକ୍ଷିତ କରି ସାରିଥିବା ଭାରତ ଏହି ମ୍ୟାଚ୍‌ ଜିତିଲେ ୧୫ ପଏଣ୍ଟ ହାସଲ କରିବ । ଶ୍ରୀଲଙ୍କ ଯଦି ଜିତେ ତେବେ ୧୦ ପଏଣ୍ଟ ସହ ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.