ନିଜ ନିଜ ବିଭାଗର ରିପୋର୍ଟ ପ୍ରଦାନ କଲେ ମନ୍ତ୍ରୀ, ୭ ତାରିଖ ସୁଦ୍ଧା ଦେବା ପାଇଁ ମୁଖ୍ୟମନ୍ତ୍ରୀ ଦେଇଥିଲେ ନିର୍ଦ୍ଦେଶ

ଗତ ମାସକର ବିଭାଗୀୟ ରିପୋର୍ଟ ପ୍ରଦାନ ଆରମ୍ଭ କରିଛନ୍ତି ମନ୍ତ୍ରୀମାନେ। ଜୁଲାଇ ୭ ତାରିଖ ସୁଦ୍ଧା ରିପୋର୍ଟ ଦେବା ପାଇଁ ମନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ । ସମସ୍ତ ମନ୍ତ୍ରୀ ନିଜ ନିଜ ବିଭାଗର ରିପୋର୍ଟ ପ୍ରଦାନ କରିଛନ୍ତି। ଆଜି ପର୍ଯ୍ୟଟନ ମନ୍ତ୍ରୀ ନିଜ ବିଭାଗର ରିପୋର୍ଟ କାର୍ଡ ଦେଇଥିଲେ। ବିଭିନ୍ନ ପର୍ଯ୍ୟଟନସ୍ଥଳୀର ପରିଷ୍କାର ପରିଚ୍ଛନ୍ନତା ପାଇଁ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ସାମିଲ କରିବାକୁ ପର୍ଯ୍ୟଟନ ବିଭାଗ ନିଷ୍ପତ୍ତି ନେଇଛି। ଏ ସମ୍ପର୍କିତ ପ୍ରସ୍ତାବ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ରଖିଛି ବିଭାଗ । ସେହିପରି ବିଜ୍ଞାନ ଓ ବୈଷୟିକ ବିଭାଗ ମନ୍ତ୍ରୀ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଇଛନ୍ତି। ଏହାସହ ସବୁ ବିଭାଗର ମନ୍ତ୍ରୀ ଗତ ମାସକ ମଧ୍ୟରେ ନେଇଥିବା ନିଷ୍ପତ୍ତି ସହ ଆଗାମୀ ମାସ ପାଇଁ କଣ ସବୁ କାର୍ଯ୍ୟକ୍ରମ ହାତକୁ ନେବେ ସେ ବାବଦରେ ମୁଖ୍ୟମନ୍ତ୍ରୀଙ୍କୁ ବିସ୍ତତ ରିପୋର୍ଟ ପ୍ରଦାନ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.