Below header

ଗିରଫ ହେଲେ ପ୍ରିନ୍ସିପାଲ, ଭିଡିଓ ଭାଇରାଲ କରିବାର ଧମକ ଦେଇ ଶିକ୍ଷୟିତ୍ରୀଙ୍କୁ ଦୀର୍ଘ ଦୁଇ ବର୍ଷ ଯାଏ କରି ଆସୁଥିଲେ ଦୁଷ୍କର୍ମ

ଦିଲ୍ଲୀର ଜଶୋଲା ନିକଟସ୍ଥ ଗୋଟିଏ ସ୍କୁଲ୍‌ରେ ଅଭାବନୀୟ ଘଟଣା ଘଟିଛି । ଏହି ସ୍କୁଲର ପ୍ରିନସିପାଲ ଜଣେ ଶିକ୍ଷୟିତ୍ରୀଙ୍କୁ ଦୁଇ ବର୍ଷ ହେବ ଦୁଷ୍କର୍ମ କରି ଆସୁଛନ୍ତି ବୋଲି ମହିଳା ଜଣକ ଥାନାରେ ଅଭିଯୋଗ କରିଥିଲେ । ସରିତା ବିହାର ଥାନାରେ ପ୍ରିନସିପାଲଙ୍କ ଵିରୋଧରେ ଅଭିଯୋଗ ପରେ ପୋଲିସ୍‌ ତାଙ୍କୁ ଗିରଫ କରିଛି । ମହିଳା ଜଣକ ତାଙ୍କ ଅଭିଯୋଗରେ କହିଛନ୍ତି ଯେ ଗତ ଦୁଇ ବର୍ଷ ହେବ ପ୍ରିନସିପାଲ ତାଙ୍କ ସହିତ ଅନିଚ୍ଛା ସତ୍ତ୍ୱେ ଶାରୀରିକ ସମ୍ପର୍କ ରଖିବା ସହ ବାରମ୍ବାର ତାଙ୍କର ଗର୍ଭପାତ ମଧ୍ୟ କରାଇଛନ୍ତି । ଅଭିଯୋଗ ପାଇବା ପରେ ପୋଲିସ୍‌ ଫ୍ରିନସିପାଲଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ଜଶୋଲା ଗ୍ରାମ ନିକଟସ୍ଥ ଏକ ସ୍କୁଲରେ ଶିକ୍ଷୟିତ୍ରୀ ଜଣକ ୨୦୧୭ ଫେବୃୟାରୀ ମାସରେ ଯୋଗ ଦେଇଥିଲେ । ମହିଳାଙ୍କ କହିବା ଆନୁଯାୟୀ ଜୁନ ମାସରେ ପ୍ରିନ୍ସିପାଲ ତାଙ୍କୁ ନିଜ ରୁମ୍‌କୁ ଡକାଇ କୋଲଡ୍ରିଙ୍କସ୍‌ରେ ନିଶା ମିଶାଇ ପିଇବାକୁ ଦେଇଥିଲେ । ଏହାପରେ ତାଙ୍କ ସହ ଦୁଷ୍କର୍ମ କରିଥିଲେ । ପୁଣି ତାଙ୍କର ଅଶ୍ଳୀଳ ଫଟୋ ସହିତ ଭିଡିଓ ମଧ୍ୟ ବନାଇଥିଲେ । ଏହାପରେ ସେ ମହିଳା ଜଣଙ୍କୁ ଭିଡିଓ ଭାଇରାଲ କରି ଦେବାର ଧମକ ଦେଇ ବାରମ୍ବାର ଦୁଷ୍କର୍ମ କରି ଆସୁଥିଲେ । ପୁଣି ପୀଡିତାଙ୍କ ଭାଇକୁ ଜୀବନରୁ ମାରି ଦେବାକୁ ଧମକ ମଧ୍ୟ ଦେଉଥିଲେ । ସ୍କୁଲର ଅନ୍ୟ ଦୁଇ ଜଣ ଶିକ୍ଷକ ମଧ୍ୟ ପ୍ରିନସିପାଲଙ୍କୁ ଏଥିରେ ସହଯୋଗ କରୁଥିଲେ ବୋଲି ମହିଳା ତାଙ୍କ ଅଭିଯୋଗରେ କହିଛନ୍ତି । ଦରମା ମାଗିବା ଫଳରେ ମାଡପିଟ୍‌ କରିଥିଲେ ।
ଗତ ମେ ୧୪ ତାରିଖରେ ଶିକ୍ଷୟିତ୍ରୀ ଜଣକ ଇସ୍ତଫା ଦେଇଥିଲେ । କିନ୍ତୁ ତାଙ୍କୁ ତାଙ୍କର ଦରମା ମିଳିନଥିଲା । ଜୁନ୍‌ ୩୦କୁ ଯେତେବେଳେ ସେ ନିଜର ଦରମା ଆଣିବା ପାଇଁ ସ୍କୁଲ ଯାଇଥିଲେ ସେହି ସମୟରେ ଅଭିଯୁକ୍ତ ପ୍ରିନସିପାଲ ଦରମା ଦେବା ବଦଳରେ ତାଙ୍କ ସହ ମାଡ଼ପିଟ୍‌ ଆରମ୍ଭ କରି ଦେଇଥିଲେ ଏବଂ ଭିଡିଓ ଭାଇରାଲ କରିଦେବାର ଧମକ ମଧ୍ୟ ଦେଇଥିଲେ । ଏହାପରେ ସେ କୌଣସି ପ୍ରକାରେ ସେଠାରୁ ବର୍ତ୍ତି ଆସି ପୋଲିସ ପାଖରେ ପହଞ୍ଚିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.