ଗ୍ରାହକ ମାନଙ୍କ ପାଇଁ ଖୁସି ଖବର, ମାର୍କେଟକୁ ଆସୁଛି ବଜାଜ୍ ପଲସର NS125

ବଜାଜ ପଲସର ଗ୍ରାହକ ମାନଙ୍କ ପାଇଁ ଖୁସି ଖବର, ବଜାଜ କମ୍ପାନୀ ଏହାର ନୂଆ ମଡେଲ ପଲସର NS125 ମାର୍କେଟ ଲଂଚିଙ୍ଗ ପ୍ରସ୍ତୁତିରେ ଲାଗି ପଡିଛି । ରିପୋର୍ଟ ମୁତାବକ ଏହା ଆସନ୍ତା ମାସରେ ଭାରତରେ ଲଞ୍ଚ କରାଯିବ ଏବଂ ଆଗକୁ ଲଞ୍ଚ ହେବାକୁ ଥିବା ପଲସର ବାଇକ ଗୁଡିକ ମଧ୍ୟରେ ଏହାର ଦର ସବୁଠାରୁ ଶସ୍ତା ରହିବ । ପଲସର NS125କୁ ଗତବର୍ଷ ପୋଲାଣ୍ଡରେ ଲଞ୍ଚ କରାଯାଇଥିଲା । ଏହା ବ୍ୟତୀତ ଏହାକୁ କଲମ୍ବିଆ ସମେତ ଅନ୍ୟ କିଛି ଦେଶଗୁଡିକରେ ମଧ୍ୟ ଲଂଚ କରାଯାଇଥିଲା ।

କମ୍ପାନୀ ଘୋଷଣା କରିଥିବା ତଥ୍ୟ ଅନୁଯାୟୀ ଏହି ବର୍ଷ ଅଗଷ୍ଟ ମାସରେ NS125କୁ ଭାରତୀୟ ବଜାରରେ ଗ୍ରାହକ ମାନଙ୍କ ପାଇଁ ଉପଲବ୍ଧ କରାଯିବ । ଏହା ଏଥିପାଇଁ କରାଯିବ କାରଣ ପଲସର NS125 ଅନ୍ତର୍ଜାତୀୟ ବଜାରରେ ପୂର୍ବରୁ ଉପଲବ୍ଧ ଅଛି ଏବଂ ଭାରତୀୟ ବଜାରରେ ପଲସର 135କୁ ବନ୍ଦ କରିଦିଆଯାଇଛି । ବଜାଜ ପଲସର NS125ର ଆକୃତି ପଲସର NS ରେଞ୍ଜର ଅନ୍ୟ ବାଇକ ଭଳି ରହିଛି । ଏଥିରେ ନୂଆ ବଡି ଗ୍ରାଫିକ୍ସ ସହିତ ନୂଆ କଲର ସ୍କିମ, ମ୍ୟାଟ ଫିନିସ ଏକଜିଷ୍ଟ ମଫଲର, ଡୁଆଲ ଟୋନ କଲର ସ୍କିମ, ଚୌଡା ଟାୟାର, ସ୍ପିଲଟ ସିଟ ସହିତ ଏକ ଛୋଟ ଇଞ୍ଜିନ କାଉଲ ମଧ୍ୟ ଅଛି ଯାହାକି ବାଇକର ସ୍ପୋର୍ଟସ ଲୁକ କୁ ଦ୍ଵିଗୁଣିତ କରୁଛି ।

Bajaj Pulsar NS 125

ଏହା ବ୍ୟତୀତ ପଲସର NS125 ରେ ମଧ୍ୟ ପଲସର 135 ଭଳି ଶାର୍ପ ହେଡଲାଇଟ, ହାଇ ୱିଣ୍ଡସ୍କ୍ରିନ ଏବଂ ସେମି ଡିଜିଟାଲ ଉପକରଣ ଦିଆଯାଇଛ । ଯଦି ବ୍ରେକିଂ କଥା କହିବା ତାହେଲେ ଏହାର ଫ୍ରଣ୍ଟ ରେ ଡିସ୍କ ସହିତ ବ୍ୟାକ ରେ ଡ୍ରମ ବ୍ରେକ ରହିଛି । ପଲସର NS125 ଆନ୍ତର୍ଜାତୀୟ ବଜାରରେ କଳା,ଧଳା, ଲାଲ ଓ ହଳଦିଆ ଭଳି ଚାରୋଟି କଲର ରେ ଉପଲବ୍ଧ ହେବ ।

ଏହା ସହ ପଢ଼ନ୍ତୁ : ବଜାଜ୍ ଅଟୋ ଲଞ୍ଚ କଲା ନୂଆ CT 110, ପୂର୍ବ ଅପେକ୍ଷା ଆହୁରି ପାୱାରଫୁଲ୍

ପଲସର NS125 ମାର୍କେଟରେ 124.45CC ଇଞ୍ଜିନ ସହ ଲଞ୍ଚ ହେବ ଯାହାକି 12BHP ପାୱାର ଏବଂ 11NM ର ଟର୍କ ଜେନେରେଟ କରିପାରିବ । ଏଠାରେ ଆମେ କହି ରଖିବୁ ଯେ ଏହି ବାଇକ 5-ସ୍ପିଡ଼ ଗିୟରବକ୍ସ ରୁ କମ ଵଜାଜର ସବୁଠୁ ପାୱାରକୁଲ 125CC ର ବାଇକ ଅଟେ ।

ଏହି ବାଇକ 125CC ରୁ କମ କ୍ଷମତା ବିଶିଷ୍ଟ ହୋଇଥିବାରୁ ଏଥିରେ ABS (Anti lack breaking system) ନାହିଁ ଏବଂ ABS ନ ଥିବା କାରଣରୁ ଏହି ବାଇକର ଦର ମଧ୍ୟ ବହୁତ କମ ରଖାଯାଇଛି । ଭାରତରେ ପଲସର NS125ର ଦର ପାଖାପାଖି 60ହଜାର ଟଙ୍କା ରହିବ ବୋଲି ଆଶା କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.