Below header

ଫକୀର ମୋହନ ମହାବିଦ୍ୟାଳୟ ହୀରକ ଜୟନ୍ତୀ ଉତ୍ସବ, ଜାଣନ୍ତୁ କେଉଁ କଥାକୁ ନେଇ ଅସନ୍ତୋଷ ପ୍ରକାଶ କଲେ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ

ବାଲେଶ୍ୱର (କେ ନ୍ୟୁଜ୍‌) : ଆଜି ବାଲେଶ୍ୱର ଫକୀର ମୋହନ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଥିଲା ହୀରକ ଜୟନ୍ତୀ ଉତ୍ସବ । ଉତ୍ସବରେ ମୁଖ୍ୟ ଅତିଥି ଥିଲେ କେନ୍ଦ୍ର ଅଣୁ, କ୍ଷୁଦ୍ର,ମଧ୍ୟମ ତଥା ମତ୍ସ୍ୟ ଓ ପଶୁସମ୍ପଦ ମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ । ମନ୍ତ୍ରୀ ଆଜି ହୀରକ ଜୟନ୍ତୀ ଉତ୍ସବରେ କଥା ସମ୍ରାଟ ତଥା ବ୍ୟାସ କବି ଫକୀର ମୋହନ ସେନାପତିଙ୍କ ସ୍ମାରକୀ ଡାକ ଟିକଟ ଉନ୍ମୋଚନ କରିବା ସହ ମହାବିଦ୍ୟାଳୟର ପତାକା ଉନ୍ମୋଚନ କରିଥିଲେ । ପୁଣି ମନେ ପକାଇଥିଲେ ତାଙ୍କର ଏହି ଶିକ୍ଷାନୁଷ୍ଠାନରେ ପାଠ ପଢ଼ିବା ବେଳକର କଥା ।

PRATAP-2

ହେଲେ ଯାହାଙ୍କ ପାଇଁ ଓଡ଼ିଆ ଭାଷାର ପ୍ରାଣ ପ୍ରତିଷ୍ଠା ହୋଇଥିଲା ଆଉ ଯାହାଙ୍କ ନାମରେ ମହାବିଦ୍ୟାଳୟ ନାମିତ ହୋଇଛି ସେଭଳି ଏକ କାର୍ଯ୍ୟକ୍ରମରେ ବ୍ୟାନର ଓ ନିମନ୍ତ୍ରଣ ପାତ୍ର ଇଂରାଜୀ ଭାଷାରେ ଲେଖା ଥିବା କଥାକୁ ମନ୍ତ୍ରୀ ହଜମ କରି ପାରିନଥିଲେ । ଫକୀର ମୋହନଙ୍କ ଜୀବନୀ ଓ ନୀଳଗିରିରେ ତାଙ୍କ ଦେୱାନ କାର୍ଯ୍ୟକାଳ ବିଷୟରେ ଆଲୋଚନା କରିବା ସମୟରେ କଥା ଛଳରେ ଇଂରାଜୀ ଭାଷାର ବହୁଳ ବ୍ୟବହାର ଦ୍ଵାରା ଓଡ଼ିଆ ଭାଷା ତାର ସତ୍ତା ହରାଉଛି ବୋଲି କହିଥିଲେ । ଯେଭଳି ନିମନ୍ତ୍ରଣ ପତ୍ର, ପୋଷ୍ଟର,ବ୍ୟାନର ଓ ସରକାରୀ କାର୍ଯ୍ୟକ୍ରମରେ ଇଂରାଜୀ ଭାଷାର ବ୍ୟବହାର ହେଉଛି ସେଥିରେ ଓଡ଼ିଆ ବୋଲି ତାର ଆସ୍ତିତ୍ୱ ହରାଇଇବ ବୋଲି ସେ କହିଥିଲେ। ତାଙ୍କ ମତ ଥିଲା, ଇଂରାଜୀ ଭାଷାକୁ ବ୍ୟବହାର କର କିନ୍ତୁ ତାର ଦାସତ୍ୱ ସ୍ୱୀକାର କରନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.