କୋରେଇ: ଆଲୋକୀକରଣ ନାଁରେ ବ୍ୟାପକ ଦୁର୍ନୀତି, ମିଥ୍ୟା ବିଲ କରି ଚଳୁ କରିଦେଲେ ଲକ୍ଷାଧିକ ଟଙ୍କା

ଯାଜପୁର : ରାସ୍ତା ଆଲୋକୀକରଣରେ ବ୍ୟାପକ ଦୁର୍ନୀତି । ମିଥ୍ୟା ବିଲ ପ୍ରସ୍ତୁତ କରି ଟଙ୍କା ହଡପ କରାଯାଇଥିବା ଅଭିଯୋଗ । ଘଟଣା ଯାଜପୁର ଜିଲ୍ଲା କୋରାଇ ବ୍ଲକ ସାଦକପୁର ପଞ୍ଚାୟତର । ସରକାରୀ ଅଧିକାରୀ,ଜନପ୍ରତିନିଧୀ ଓ ଠିକାଦାରଙ୍କର ମୁଧୁଚନ୍ଦ୍ରିକାରେ ହେରଫେର ହୋଇଥିବା ଲୋକେ କହିଛନ୍ତି ।

ଆହୁରି ପଢନ୍ତୁ ଘରର ବଜେଟ ଉପରେ ରଖନ୍ତୁ ଏପରି ଧ୍ୟାନ, ଏହି ଟିପ୍ସ ଉପରେ ଟିକେ ପକାନ୍ତୁ…

ଯାଜପୁର ଜିଲ୍ଲା କୋରାଇ ବ୍ଲକ ସାଦକପୁର ପଞ୍ଚାୟତରେ ରାସ୍ତା ଆଲୋକୀକରଣରେ ଦୁର୍ନୀତି । ପଞ୍ଚାୟତରେ ମାତ୍ର ଦୁଇ ଲକ୍ଷ ଟଙ୍କାର ଲାଇଟ ଲଗାଯାଇ ୮ଲକ୍ଷ ଟଙ୍କାର ବିଲ କରାଯାଇଥିବା ଅଭିଯୋଗ ହୋଇଛି । ନିର୍ଦ୍ଦିଷ୍ଟ ଭାବେ ଯେଉଁ କମ୍ପାନୀ ଠାରୁ ଲାଇଟ ଲଗାଇବାକୁ ନିର୍ଦ୍ଦେଶ ଦିଆଯାଇଥିଲା, ତାହା କରାନଯାଇ ଅନ୍ୟ ଏକ ଏଣ୍ଟରପ୍ରାଇଜର ନାଁରେ ଲାଇଟ କିଣାଯାଇଛି । ଏପରିକି ଯେଉଁ କେତେକ ସ୍ଥାନରେ ଲାଇଟ ଲଗାଯାଇଛି ସେଥିମଧ୍ୟରୁ ଅଧିକାଂଶ ଲାଇଟ ଜଳୁନି । ଏହି ଦୁର୍ନିତିରେ ଗାଁର ସରପଞ୍ଚ ଓ ଭିଏଲଡବ୍ଲୁ ସଂପୃକ୍ତ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

ଆହୁରି ପଢନ୍ତୁ ଧରା ପଡିଯିବା ଭୟରେ ୧୫୦୦ ଟଙ୍କାକୁ ଚୋବାଇ ଖାଇଲେ କନିଷ୍ଠ କିରାଣି ,…

ଏନେଇ ଜିଲ୍ଲାପାଳଙ୍କ ନିକଟରେ ଲିଖିତ ଭାବେ ଅଭିଯୋଗ କରିବା ପରେ ଘଟଣାର ଖୋଳତାଡ ଆରମ୍ଭ କରାଯାଇଛି । ବ୍ଳକ ପ୍ରଶାସନର ତତ୍ୱାବଧାନରେ ବିଭାଗୀୟ ଯନ୍ତ୍ରୀ ସମସ୍ତ ଲାଇଟ ଗୁଡିକୁ ଦେଖିଛନ୍ତି । ଲାଗିଥିବା ଲାଇଟ ଗୁଡିକ ଛୋଟ ଦେଖାଯାଉଥିବା ସହ ବିଦ୍ୟୁତ୍‌ ବିଭାଗ ଦ୍ୱାରା ଯାଞ୍ଚ କରାଇବାକୁ ବିଡିଓଙ୍କୁ କହିଛନ୍ତି ।ଘଟଣାର ଉପଯୁକ୍ତ ତଦନ୍ତ କରାଯାଇ ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଗ୍ରାମବାସୀ ଦାବି କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.