ବ୍ରିଟିଶ ବଡିଗାର୍ଡ ସହ ଫେରାର ଦୁବାଇର ରାଜକୁମାରୀ କିଣିଲେ ୧୦୦ କୋଟିର ଘର

ଦୁନିଆର ବିଶିଷ୍ଟ ଧନୀବର୍ଗଙ୍କ ମଧ୍ୟରେ ଅଛନ୍ତି ଦୁବାଇର ଶାସକ ଶେଖ ମହମ୍ମଦ ବିନ ରାଶିଦ ଅଲ ମକ୍ତୁମ୍‌ । ତାଙ୍କ ପତ୍ନୀ ରାଜକୁମାରୀ ହୟା ବିନ୍ତ ଅଲ ହୁସେନଙ୍କ ସହ ଜଡିତ ଆଉ ଏକ ଖବର ଏବେ ସାମ୍ନାକୁ ଆସିଛି । ମିଡ଼ିଆ ରିପୋର୍ଟ ଅନୁଯାୟୀ ରାଜକୁମାରୀ ହୟା ବିନ୍ତ ଜଣେ ବ୍ରିଟିଶ ବଡିଗାର୍ଡ ସହିତ ଫେରାର ହୋଇ ଯାଇଛନ୍ତି ।
ରାଜକୁମାରୀ ହୟା ବର୍ତ୍ତମାନ ବ୍ରିଟେନରେ ରାଜନୀତିରେ ପ୍ରବେଶ କରିବାର ପ୍ରସ୍ତୁତି ଚଳାଇଛନ୍ତି । କେବଳ ସେତିକି ନୁହେଁ ସେ ଶେଖ ମହମ୍ମଦ ବିନ ରାଶିଦଙ୍କୁ ଛାଡିବାର ନିଷ୍ପତ୍ତି ନେଇ ସାରିଛନ୍ତି । ତେଣୁ ଅତିଶୀଘ୍ର ସେ ତାଙ୍କଠୁ ଛାଡ଼ପତ୍ର ମଧ୍ୟ ନେଇପାରନ୍ତି । ଖବର ମୁତାବକ ଏମାନଙ୍କ ବିବାହରେ ଦୁଇ ଦେଶ ମଧ୍ୟରେ ରାଜନୈତିକ ଓ କୂଟନୈତିକ ସମ୍ବନ୍ଧ ମଧ୍ୟ ଯୋଡି ହୋଇ ରହିଥିଲା । କିନ୍ତୁ ଗତ ସପ୍ତାହରେ ରାଜକୁମାରୀ ହୟା ୨୭୧ କୋଟି ଟଙ୍କା ସହିତ ଦୁଇ ପିଲାଙ୍କୁ ନେଇ ଦୁବାଇରୁ ଫେରାର ହୋଇ ଯାଇଛନ୍ତି ।

ହୟା ପ୍ରଥମେ ଜର୍ମାନୀରେ ଥିଲେ ଏବଂ ବର୍ତ୍ତମାନ ସେ ବ୍ରିଟେନ୍‌ରେ ଶରଣ ନେଇଛନ୍ତି । ଖବର ଅନୁଯାୟୀ ହୟା ନିଜ ବୟଫ୍ରେଣ୍ଡ ସହ ମିଶି ବଙ୍କିମ୍‌ହାମ୍‌ ପ୍ୟାଲେସ ଗାର୍ଡେନସରେ ଏକ ବିଳାସପୂର୍ଣ୍ଣ ଘର କିଣିଛନ୍ତି । ବଙ୍କିମ୍‌ହାମ୍‌ ପ୍ୟାଲେସ ଗାର୍ଡେନସ ଏମିତି ଏକ ସ୍ଥାନ ଯେଉଁଠି ଦୁନିଆର ସବୁଠାରୁ ଧନୀ ଲୋକମାନେ ବାସ କରନ୍ତି । ଏହି ପ୍ୟାଲେସ୍‌ର ମୂଲ୍ୟ ୧୦୦ କୋଟି ।
ସେପଟେ ନିଜର ପତ୍ନୀ ଅନ୍ୟ ଜଣଙ୍କ ସହ ଫେରାର ହୋଇଯିବା ପରେ କବିତା ମାଧ୍ୟମରେ ଦୁଃଖ ପ୍ରକାଶ କରିଛନ୍ତି ସୁଲତାନ । ଯାହାର ଶୀର୍ଷକ ରହିଛି ” ୟୁ ଲିଭଡ ଆଣ୍ଡ ଡେଡ ” ଏହି କବିତାରେ ଶେଖ ନିଜ ପତ୍ନୀଙ୍କଠୁ ମିଳିଥିବା ଧୋକା ଉପରେ ନିଜର କ୍ରୋଧ ଜାହିର କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.