Below header

ତୃଣମୂଳ କଂଗ୍ରେସ ଉପରେ ରାଗ, ରାଜନୀତିକୁ ଆସିବାକୁ ଜଷ୍ଟିସ୍ ଅଭିଜିତ ଗଙ୍ଗୋପାଧ୍ୟାୟ ନେଲେ ନିଷ୍ପତ୍ତି

ତୃଣମୂଳ କଂଗ୍ରେସ ଉପରେ ରାଗ ରଖି ରାଜନୀତିରେ ମିଶିବେ କଲିକତା ହାଇକୋର୍ଟର ଜଣେ ଜଜ୍ । ଜଷ୍ଟିସ ଅଭିଜିତ ଗଙ୍ଗୋପାଧ୍ୟାୟ ଘୋଷଣା କରିଛନ୍ତି କି ଖୁବ୍ ଶୀଘ୍ର ସେ ନିଜ ପଦରୁ ଇସ୍ତଫା ଦେଇ ରାଜନୀତିରେ ପାଦ ଦେବେ ।

କୋଲକତା: ତୃଣମୂଳ କଂଗ୍ରେସ ଉପରେ ରାଗ ରଖି ରାଜନୀତିରେ ମିଶିବେ କଲିକତା ହାଇକୋର୍ଟର ଜଣେ ଜଜ୍ । ଜଷ୍ଟିସ ଅଭିଜିତ ଗଙ୍ଗୋପାଧ୍ୟାୟ ଘୋଷଣା କରିଛନ୍ତି କି ଖୁବ୍ ଶୀଘ୍ର ସେ ନିଜ ପଦରୁ ଇସ୍ତଫା ଦେଇ ରାଜନୀତିରେ ପାଦ ଦେବେ ।

ପଶ୍ଚିମବଙ୍ଗରେ କ୍ଷମତାରେ ଥିବା ତୃଣମୂଳ କଂଗ୍ରେସ ପକ୍ଷରୁ ତାଙ୍କୁ ବାରମ୍ବାର ଅପମାନିତ ଓ ଦୁର୍ବ୍ୟବହାର କରାଯିବା ଯୋଗୁଁ ସେ ଏଭଳି ନିଷ୍ପତ୍ତି ନେଇଥିବା କହିଛନ୍ତି । ବିଭିନ୍ନ ସମୟରେ ନିଜ ସହକର୍ମୀ ଏବଂ ତୃଣମୂଳ ନେତା ଅଭିଷେକ ବାନାର୍ଜୀଙ୍କ ବିରୋଧରେ ମନ୍ତବ୍ୟ ଦେଇ ବିବାଦୟୀ ହୋଇଛନ୍ତି ଜଷ୍ଟିସ୍ ଅଭିଜିତ ଗଙ୍ଗୋପାଧ୍ୟାୟ । ଆସନ୍ତା ଅଗଷ୍ଟ ରେ ସେ ଅବସର ନେଇଥାନ୍ତେ । ତେବେ ତା ପୂର୍ବରୁ ଇସ୍ତଫା ଦେବେ ବୋଲି କହିଛନ୍ତି । ତେବେ କେଉଁ ରାଜନୈତିକ ଦଳରେ ସେ ଯୋଗ ଦେବେ ସେ ନିଷ୍ପତ୍ତି ନେଇ ନାହାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.