ଭୋଟ ବଦଳରେ ନୋଟ୍‌ ମାମଲା : ସୁପ୍ରିମକୋର୍ଟଙ୍କ ଐତିହାସିକ ନିଷ୍ପତ୍ତି, ସାଂସଦ ଏବଂ ବିଧାୟକଙ୍କ ନାମରେ ରୁଜୁ ହୋଇପାରିବ ମାମଲା

ଭୋଟ ବଦଳରେ ନୋଟ୍‌ ମାମଲାରେ ସୁପ୍ରିମକୋର୍ଟ ଏକ ବଡ ରାୟ ଶୁଣାଇଛନ୍ତି । ଯଦି କୌଣସି ସାଂସଦ ପଇସା ନେଇ ଗୃହରେ ଭାଷଣ କିମ୍ବା ଭୋଟ୍ ଦେଇଥିବେ ତେବେ ତାଙ୍କ ବିରୋଧରେ ମାମଲା ରୁଜୁ ହେବ । ସୁପ୍ରିମକୋର୍ଟଙ୍କ ୭ ଜଣିଆ ଖଣ୍ଡପୀଠ ଏହି ଐତିହାସକ ରାୟ ଶୁଣାଇଛନ୍ତି ।

ଭୋଟ ବଦଳରେ ନୋଟ୍‌ ମାମଲାରେ ସୁପ୍ରିମକୋର୍ଟ ଏକ ବଡ ରାୟ ଶୁଣାଇଛନ୍ତି । ସୁପ୍ରିମକୋର୍ଟ ପୂର୍ବ ନିଷ୍ପତ୍ତିକୁ ଖାରଜ କରିଦେଇଛନ୍ତି । ସୁପ୍ରିମକୋର୍ଟ କହିଛନ୍ତି, ପୂର୍ବ ନିଷ୍ପତ୍ତିରେ ଆମେ ସହମତ ନାହୁଁ । ଯଦି କୌଣସି ସାଂସଦ ପଇସା ନେଇ ଗୃହରେ ଭାଷଣ କିମ୍ବା ଭୋଟ୍ ଦେଇଥିବେ ତେବେ ତାଙ୍କ ବିରୋଧରେ ମାମଲା ରୁଜୁ ହେବ ।

ଏଣିକି ଟଙ୍କା ନେଇ ଭୋଟ୍ ଦେଲେ ଆଉ ଛାଡ ନାହିଁ । ସୁପ୍ରିମକୋର୍ଟଙ୍କ ୭ ଜଣିଆ ଖଣ୍ଡପୀଠ ଏହି ଐତିହାସକ ରାୟ ଶୁଣାଇଛନ୍ତି । ଖଣ୍ଡପୀଠରେ ଜଷ୍ଟିସ୍ ଏସ୍ ବୋପାନ୍ନା, ଜଷ୍ଟିସ୍ ଏମ୍ ସୁନ୍ଦରେଶ, ଜଷ୍ଟିସ୍ ପିଏସ୍ ନରସିଂହ, ଜେବି ପରଦିୱାଲ, ଜଷ୍ଟିସ୍ ସଞ୍ଜୟ କୁମାର ଏବଂ ଜଷ୍ଟିସ୍ ମନୋଜ ମିଶ୍ର ଉପସ୍ଥିତ ଥିଲେ ।

ପୂର୍ବରୁ ସୁପ୍ରିମକୋର୍ଟଙ୍କ ରୋକ ଯୋଗୁଁ ମାମଲା ହୋଇପାରୁ ନ ଥିଲା । ୧୯୯୮ ରେ ୫ ଜଣିଆ ଖଣ୍ଡପୀଠ ୩:୨ରେ ଏହାକୁ ବହୁମତ ପ୍ରକାଶ କରିଥିଲେ । ତେଣୁ ପୂର୍ବ ରାୟକୁ ବଦଳାଇଦେଲେ ସୁପ୍ରିମକୋର୍ଟ । ଜନପ୍ରତିନିଧିଙ୍କ ଏଭଳି ଦୁର୍ନୀତି ଗଣତନ୍ତ୍ରକୁ ଧ୍ୱଂସ କରୁଛି ବୋଲି କହିଛନ୍ତି ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଡି.ୱାଇ ଚନ୍ଦ୍ରଚୂଡ । ଏଣିକି ଏହି ମାମଲାରେ ସାଂସଦ ଏବଂ ବିଧାୟକଙ୍କ ଉପରେ ମାମଲା ହୋଇପାରିବ । ସମ୍ବିଧାନର ଧାରା ୧୦୫ ଏବଂ ୧୯୪ରେ ଲାଞ୍ଚ ଉପରେ ଛାଡ଼ ପାଇଁ କୌଣସି ବ୍ୟବସ୍ଥା ନାହିଁ, କାରଣ ଲାଞ୍ଚ ଏକ ଅପରାଧିକ କାର୍ଯ୍ୟ । କେହି ବି କାର୍ଯ୍ୟାନୁଷ୍ଠାନ ହେବାରୁ ବଞ୍ଚିପାରିବେ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.