INLD ମୁଖ୍ୟ ନାଫେ ସିଂ ରାଠୀ ହତ୍ୟା ମାମଲାରେ ପୋଲିସକୁ ସଫଳତା, ୨ ସୁଟର ଗିରଫ

ହରିୟାଣା INLD ଦଳର ମୁଖ୍ୟ ନାଫେ ସିଂହ ରାଠୀ ହତ୍ୟା ମାମଲାରେ ଦୁଇ ଜଣଙ୍କୁ ଗିରଫ କରିଛି ପୋଲିସ । ଗୁଳି କରିଥିବା ଦୁଇ ଅଭିଯୁକ୍ତଙ୍କୁ ପୋଲିସ ଆଜି ଗୋଆରୁ ଗିରଫ କରିଛି । ଗିରଫ ହୋଇଥିବା ଦୁଇଜଣ ଯୁବକ ସୌରଭ ଏବଂ ଆଶିଷ ।

ହରିୟାଣା INLD ଦଳର ମୁଖ୍ୟ ନାଫେ ସିଂହ ରାଠୀ ହତ୍ୟା ମାମଲାରେ ଦୁଇ ଜଣଙ୍କୁ ଗିରଫ କରିଛି ପୋଲିସ । ଗୁଳି କରିଥିବା ଦୁଇ ଅଭିଯୁକ୍ତଙ୍କୁ ପୋଲିସ ଆଜି ଗୋଆରୁ ଗିରଫ କରିଛି । ଗିରଫ ହୋଇଥିବା ଦୁଇଜଣ ଯୁବକ ସୌରଭ ଏବଂ ଆଶିଷ । ପୋଲିସ ଏମାନଙ୍କ ଠାରୁ ସତ ଓଗାଳିବାକୁ ଚେଷ୍ଟା କରିବ । ହରିଆଣା ଏବଂ ଦିଲ୍ଲୀ ପୋଲିସର ସ୍ୱତନ୍ତ୍ର ଟିମର ମିଳିତ ଅପରେସନରେ ଏମାନଙ୍କୁ ଗିରଫ କରାଯାଇଛି ।

ଫେବ୍ରୁଆରୀ ୨୫ରେ ରାଠୀଙ୍କୁ ଗୁଳିକରି ହତ୍ୟା କରାଯାଇଥିଲା । ସେ ଏକ ଏସୟୁଭି ଯୋଗେ ଯିବା ସମୟରେ ତାଙ୍କ ଗାଡି ଉପରକୁ ଗୁଳି ମାଡ଼ କରିଥିଲେ ଦୁର୍ବୃତ୍ତ ।  କାରରେ ୫ ଜଣ ଆସିଥିଲେ ।  ଏଥିରେ ୬୬ ବର୍ଷୀୟ ରାଠୀଙ୍କ ସମେତ ଅନ୍ୟ ଜଣେ ଦଳୀୟ କର୍ମୀଙ୍କର ମଧ୍ୟ ମୃତ୍ୟୁ ଘଟିଥିଲା । ଏଥିସହ ଅନେକ ସୁରକ୍ଷା କର୍ମୀ ମଧ୍ୟ ଗୁରୁତର ଆହତ ହୋଇଥିଲେ ।

ଅଭିଯୁକ୍ତମାନେ ପୂର୍ବତନ ବିଧାୟକ ରାଠୀ ଏକ ସ୍ପୋର୍ଟସ ୟୁଟିଲିଟି ଗାଡି (ଏସୟୁଭି) କୁ ପିଛା କରୁଥିଲେ । ଝାଜ୍ଜର ବାହାଦୂରଗଡ ସହରରେ ତାଙ୍କୁ ଆକ୍ରମଣ କରିଥିଲେ । ଘଟଣା ପରେ ଆକ୍ରମଣକାରୀମାନେ ସେମାନଙ୍କ କାରରେ ପଳାଇ ଯାଇଥିଲେ । କେବଳ ନାଫେ ସିଂଙ୍କ ଗୁଳିମାରିବା ପରେ ଡ୍ରାଇଭରକୁ ଛାଡିଦେଇଥିଲେ ଆକ୍ରମଣକାରୀ । ଆଉ କହିଥିଲେ, ତୁମକୁ ଜୀବିତ ଛାଡୁଛୁ, କାହିଁକି ନା ତୁମେ ଯାଇ ଘରେ କହିବ ।


ଝାଜର ପୋଲିସ ଅଧୀକ୍ଷକ ଅର୍ପିତ ଜୈନ କହିଛନ୍ତି, ଅନ୍ୟ ସୁଟରଙ୍କୁ ଗିରଫ କରିବା ପାଇଁ ଉଦ୍ୟମ ଚାଲିଛି । ଏହି ଘଟଣାରେ ଆକ୍ରମଣକାରୀ ବ୍ୟବହାର କରିଥିବା କାର୍ ମଧ୍ୟ ଜବତ ହୋଇଛି । ତେବେ ଗିରଫ ହୋଇଥିବା ୨ ଜଣ ସୁଟର ନେପାଳ ଦେଇ ଫେରାର ହେବାକୁ ଚାଲ୍‌ କରିଥିଲେ । ଏହି ମାମଲାରେ ପୋଲିସ ଅଭିଯୁକ୍ତକୁ ଚିହ୍ନଟ କରାଇଦେଲେ ୧ ଲକ୍ଷ ଟଙ୍କା ପୁରସ୍କାର ଦେବ ବୋଲି ଘୋଷଣା କରିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.