Below header

କେବିସି ସିଜିନ୍-୫ ବିଜେତା ସୁଶୀଲ କୁମାରଙ୍କୁ ନେଇ ପୁଣି ଥରେ ଜୋର ଧରିଛି ଚର୍ଚ୍ଚା, କାହିଁକି ଜାଣନ୍ତୁ

କେବିସି ସିଜନ ୫ ର ବିଜେତା ତଥା ବିହାରର ମୂଳନିବାସୀ ସୁଶୀଲ କୁମାରଙ୍କୁ ନେଇ ପୁଣି ଥରେ ଚର୍ଚ୍ଚା ମୁଣ୍ଡ ଟେକିଛି । ଏଥର କିନ୍ତୁ ନିଜ ପ୍ରକୃତିପ୍ରେମକୁ ନେଇ ଆଲୋଚନା ଜୋର ଧରିଛି । ପ୍ରକୃତରେ ସୁଶୀଲ ବିଲୁପ୍ତ ଅବସ୍ଥାରେ ଥିବା ଘରଚଟିଆ ଜାତିର ସଂରକ୍ଷଣକୁ ନେଇ ଜୋରଶୋର କାମ ଆରମ୍ଭ କରିଦେଇଛନ୍ତି । ବିହାର ସରକାର ଘର ଚଟିଆକୁ ରାଜ୍ୟ ପକ୍ଷୀ ଭାବେ ଘୋଷଣା କରିଛନ୍ତି । ଆଉ ଏହାକୁ ଆହୁରି ଆଗକୁ ବଢ଼ାଇବାକୁ ପ୍ରୟାସ ଆରମ୍ଭ କରିଛନ୍ତି ସୁଶୀଲ କୁମାର । ସୁଶୀଲ ମୋତିହାରୀ ଠାରୁ ଆରମ୍ଭ କରି ଗାଁ ପର୍ଯ୍ୟନ୍ତର ରାସ୍ତାରେ ଯେଉଁ ଯେଉଁଟିକୁ ଘରଚଟିଆମାନେ ଆସିଥାନ୍ତି ସେହି ସେହି ଠାରେ ଗୋଟିଏ ଗୋଟିଏ ବସା ନିର୍ମାଣ କରୁଛନ୍ତି ।

ବିହାରର ଉତ୍ତର ଭାଗ ଅଞ୍ଚଳରେ ଚମ୍ପା ଫୁଲର ବାସ୍ନା ଅତ୍ୟଧିକ ଥିବା କାରଣରୁ ସେହି ପ୍ରାନ୍ତର ନାଁ ଚମ୍ପାରଣ ରଖାଯାଇଛି । ଧୀରେ ଧୀରେ ଅବସ୍ଥା ବିଗିଡ଼ିବାକୁ ଲାଗିଲା । ସମୟାନୁସାରେ ଚମ୍ପାରଣରୁ ଚମ୍ପା ଜଙ୍ଗଲ ବିଲୁପ୍ତ ହେବାକୁ ଲାଗିଲା । ଏହି ଚମ୍ପା ଗଛକୁ ଲଗାଇବା ପାଇଁ ସୁଶୀଲ ଅନେକ ବର୍ଷ ହେବ ଏକ ପ୍ରକାର ପ୍ରୟାସ ଆରମ୍ଭ କରିଦେଇଛନ୍ତି । ଆଜି ଭିତରେ ଏକ ଲକ୍ଷ ସଂଖ୍ୟକ ଚମ୍ପା ଗଛ ଲଗାଇ ସାରିଲେଣି ସୁଶୀଲ ।

sushil kumar
image credit: www.jagran.in

ଘରଚଟିଆର ସଂରକ୍ଷଣ ନେଇ ପ୍ରତିଦିନ ସକାଳେ ନିଜ ସ୍କୁଟି ନେଇ କୌଣସି ଏକ ସ୍ଥାନକୁ ଚାଲିଯାନ୍ତି । ଆଉ ସାଥିରେ ଏକ ବସା, କିଛି କଣ୍ଟା ଓ ଏକ ହାତୁଡ଼ି ଥାଏ । ପ୍ରଥମେ ପ୍ରଥମେ ସୁଶୀଲ ଅନଲାଇନ ମାଧ୍ୟମରେ ଏହି ବସା ଗୁଡିକୁ ମଗାଉ ଥିବାବେଳେ ପରେ କିନ୍ତୁ ନିଜ ହାତରେ ବନେଇବା ଆରମ୍ଭ କଲେ । ସୁଶୀଲଙ୍କ ଅନୁଯାୟୀ ଏହି କାମ ନେଇ ପ୍ରେରଣା ତାଙ୍କୁ ଜଣେ ଫେସବୁକ ସାଙ୍ଗଙ୍କ ଠାରୁ ମିଳିଥିଲା । ଏହି କାମ ଆରମ୍ଭ କରିବାର ପ୍ରଥମେ ପ୍ରଥମେ ତାଙ୍କୁ କିଛିଟା ଅସୁବିଧାର ସମ୍ମୁଖୀନ ହେବାକୁ ବି ପଡିଥିଲା | ତାଙ୍କ ଅନୁଯାୟୀ କିନ୍ତୁ ଏବେ ସବୁ ଠିକଠାକ ଚାଲିଛି । ଏମିତିକି ଆଖପାଖ ଅଂଚଳରୁ ଲୋକେ ସୁଶୀଲଙ୍କୁ ଫୋନ କରି ବସା ନିର୍ମାଣ କରିବାକୁ ଡାକୁଛନ୍ତି । କହିରଖିବା ଉଚିତ ହେବକି କୌନ ବନେଗା କାରୋଡ଼ ପତିର ସିଜିନ୍ ୫ରେ ସୁଶୀଲ କୁମାର ୫ କୋଟି ଟଙ୍କାର ବିଜେତା ହୋଇଥିଲେ । ଯାହାକୁ ନେଇ ସେ ସମୟରେ ଚର୍ଚ୍ଚା ବେଶ ଜୋର ଧରିଥିଲା ।

 

ଏହା ସହ ପଢନ୍ତୁ:  ଆଡଭୋକେଟ ୱେଲଫେୟାର ଫଣ୍ଡ ‘ଫି’ ଅଚାନକ ୧୫ରୁ ୧୦୦ ଟଙ୍କା ବଢିଲା, ବିରୋଧ କଲା ବାର୍‌ ଆସୋସିଏସନ

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.