Below header

ସେଲଫି ନେଉଥିବା ବେଳେ ଖସିଗଲା କେଦାରନାଥ ଯାତ୍ରୀଙ୍କ ଗୋଡ଼, ସିଧା ଯାଇ ପଡିଲେ ମନ୍ଦାକିନି ନଦୀ ଭିତରେ

ଆଜିକାଲି ପିଲାଠୁ ବୁଢା ସଭିଙ୍କର ସେଲଫି ନେବା ନିଶା ଚରମ ସୀମାରେ ପହଁଚିଲାଣି । ଫଟୋ ଉଠାଇବା ସମୟରେ ଏମାନେ ନିଜ ଜୀବନକୁ ମଧ୍ୟ ବାଜି ଲଗାଇ ଦେଉଛନ୍ତି। ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଉତ୍ତରାଖଣ୍ଡରୁ। ସେଲଫି ନେଉଥିବା ବେଳେ ଖସିଲା କେଦାରନାଥ ଯାତ୍ରୀଙ୍କ ଗୋଡ଼।

ନୂଆଦିଲ୍ଲୀ: ଆଜିକାଲି ପିଲାଠୁ ବୁଢା ସଭିଙ୍କର ସେଲଫି ନେବା ନିଶା ଚରମ ସୀମାରେ ପହଁଚିଲାଣି । ଫଟୋ ଉଠାଇବା ସମୟରେ ଏମାନେ ନିଜ ଜୀବନକୁ ମଧ୍ୟ ବାଜି ଲଗାଇ ଦେଉଛନ୍ତି। ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଉତ୍ତରାଖଣ୍ଡରୁ। ସେଲଫି ନେଉଥିବା ବେଳେ ଖସିଲା କେଦାରନାଥ ଯାତ୍ରୀଙ୍କ ଗୋଡ଼।

ଭିଡିଓକୁ ଦେଖିଲେ ଯେକେହିବି ସ୍ତବ୍ଧ ହୋଇଯିବ । ଘୁ ଘୁ ନଦୀ ସ୍ରୋତରେ ଜୀବନ ବଞ୍ଚାଇବାକୁ ସଂଘର୍ଷ କରୁଛନ୍ତି ଯୁବକ। ଏମିତି ପ୍ରଖର ସ୍ରୋତରେ କେହିବି କିଛି ଭାବିପାରୁନଥିଲେ କଣ କରାଯିବ ଏପରିସ୍ଥିତିରେ । ତେବେ ଯାହା ସୂଚନା ମିଳିଛି, ଏହି ତୀର୍ଥଯାତ୍ରୀ ଜଣଙ୍କ ଉତ୍ତରାଖଣ୍ଡର କେଦାରନାଥ ମନ୍ଦିରକୁ ଯିବା ବାଟରେ ସେଲଫି ନେଉଥିବାବେଳେ ହଠାତ୍ ଅସାବଧନତା ବଶତଃ ତାଙ୍କ ଗୋଡ଼ ଖସିଯାଇଥିଲା । ଆଉସେ ସିଧା ଯାଇଁ ପଡିଥିଲେ ପ୍ରଖର ସ୍ରୋତ ଥିବା ମନ୍ଦାକିନି ନଦୀ ଭିତରେ। ଆଉ ନଦୀର ସୁଅରେ ସେ ଭାସିଯାଇଥିଲେ କିଛି ଦୁର। ହେଲେ କଥାରେ ଅଛି ଯାହାକୁ ରଖିବେ ଅନନ୍ତ ତାର କି କରିପାରେ ବଳବନ୍ତ । ତେବେ ତାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ବେଳେ ସାମାନ୍ୟ ଆହତ ହୋଇଥିବା ଜଣାପଡିଛି ।

ଯୁବକ ଜଣକ ଗତ ସୋମବାର କେଦାରନାଥ ଅଭିମୁଖେ ଯାତ୍ରା କରୁଥିବା ସମୟରେ ରାମବାଡା ନିକଟରେ ଘଟିଥିଲା ଏହି ଅଘଟଣ । ବ୍ରିଜ୍ ଉପରୁ ଯୁବକ ଜଣକ ସେଲଫି ନେଉଥିବା ସମୟରେ ତାଙ୍କର ଗୋଡ଼ ଖସିଯିବାରୁ ସେ ନଦୀ ଭିତରକୁ ପଡ଼ିଯାଇଥିଲେ। ଏହା ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ଏସଡିଆରଫ ଟିମ୍ ଯୁବକଙ୍କୁ ମୃତ୍ୟୁ ମୁଖରୁ ଟାଣି ଆଣିଥିଲେ ।


ଘଟଣା ସମୟର ଭିଡିଓ ଏବେ ଖୁବ୍ ଭାଇରାଲ ହେବାରେ ଲାଗିଛି । ତେବେ ଯାହା ହେଉ ସୌଭାଗ୍ୟବଶତଃ , ପାଣିର ପ୍ରବଳ ସ୍ରୋତରେ ଯୁବକଜଣକ ଭାସିଯାଉଥିବା ବେଳେ ଏକ ବଡ଼ ପଥରକୁ ଜାବୁଡ଼ି ଧରିଥିଲେ। ପାଣିର ସ୍ରୋତ ତାଙ୍କୁ ଟାଣି ନେବାକୁ ଚେଷ୍ଟା କରୁଥିବାବେଳେ ଯୁବକଜଣକ ଜୀବନ ବଞ୍ଚାଇବା ପାଇଁ ପଥରକୁ ନିଜ ବଳ ମୁତାବକ ଧରି ରଖିଥିଲେ । ଏହା ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ଏସଡିଆରଫ ଟିମ୍ ଯୁବକଙ୍କୁ ମୃତ୍ୟୁ ମୁଖରୁ ଟାଣି ଆଣିଥିଲେ ।

ତେବେ ହିନ୍ଦୁ ମାନଙ୍କ ପ୍ରମୁଖ ତୀର୍ଥ ସ୍ଥାନ ମଧ୍ୟରୁ ଗୋଟିଏ ହେଉଛି କେଦାରନାଥ । ଉତ୍ତରାଖଣ୍ଡରେ ଏହାର ଅବସ୍ଥିତି ହୋଇଥିବାବେଳେ ପ୍ରତିବର୍ଷ ଲକ୍ଷ ଲକ୍ଷ ଭକ୍ତ ଭାରତର ବିଭିନ୍ନ ରାଜ୍ୟରୁ ଶିବ ଦର୍ଶନ କରିବା ପାଇଁ ଏଠାକୁ ଆସିଥାନ୍ତି । ଭୂପୃଷ୍ଠରୁ ଅତି ଉଚ୍ଚରେ ଏହାର ଅବସ୍ଥିତି ହୋଇଥିବାରୁ ବଦଳୁଥିବା ପାଣିପାଗକୁ ଧ୍ୟାନରେ ରଖି ଯାତ୍ରୀ ମାନଙ୍କ ସୁରକ୍ଷା ଦୃଷ୍ଟିରୁ ବର୍ଷରେ ମାତ୍ର ୬ ମାସ ପାଇଁ ମନ୍ଦିର ଖୋଲାଯାଇଥାଏ । ତଥାପି ପ୍ରତିବର୍ଷ ଏହି କେଦାରନାଥ ଯାତ୍ରା ସମୟରେ ଅନେକ ଅଘଟଣ ଘଟିଥାଏ ଏବଂ ଅନେକ ଲୋକେ ପ୍ରାଣ ହରାଇଥାନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.