ବ୍ରାଜିଲରେ ବାତ୍ୟା ଓ ବନ୍ୟା, ୨୧ ମୃତ

ବ୍ରାଜିଲରେ ବାତ୍ୟା ଯୋଗୁଁ ୨୧ ଜଣ ମୃତ୍ୟୁବରଣ କରିଥିବା ବେଳେ ହଜାର ଲୋକ ବିସ୍ଥାପିତ ହୋଇଛନ୍ତି । ବାତ୍ୟାରେ ମୃତକଙ୍କ ସଂଖ୍ୟା ବଢିପାରେ । ସ୍ଥାନୀୟ ମିଡିଆ ରିପୋର୍ଟ ମୁତାବକ, ମୁକୁମ ସହରର ୮୫ ପ୍ରତିଶତ ଭାଗରେ ବନ୍ୟା ଆସିଛି । ଶତାଧିକ ଲୋକ ଘର ଛାତ ଉପରେ ଆଶ୍ରୟ ନେଇଛନ୍ତି ।

ଖବର ମୁତାବକ, ଦକ୍ଷିଣ ବ୍ରାଜିଲରେ ୨୪ ଘଣ୍ଟାରୁ କମ୍‌ ସମୟରେ ୩୦୦ ମିମିରୁ ଅଧିକ ବର୍ଷା ହୋଇଛି । ଏହାପରେ ବନ୍ୟା ଏବଂ ଭୂସ୍ଖଖନ ହୋଇଛି । ବନ୍ୟା ଯୋଗୁଁ ୨୧ ଜଣଙ୍କର ପ୍ରାଣ ଯାଇଛି । ଏଠାରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ପ୍ରବଳ ବର୍ଷା ଯୋଗୁଁ ଉଦ୍ଧାରକାରୀ ଟିମକୁ ଅନେକ ସମସ୍ୟା ସାମ୍ନା କରିବାକୁ ପଡଛି । ସହରର ଅନେକ ଘରେ ପାଣି ଭରିଛି । ବ୍ରାଜିଲର ରିଓ ଗ୍ରାଣ୍ଡ ଡୋ ସୁଲ ଗଭର୍ଣ୍ଣର ଆପତ୍ତକାଳିନୀ ସ୍ଥିତି ଘୋଷଣା କରିଛନ୍ତି ।

ଅନେକ ଅଞ୍ଚଳରେ ହଜାର ଲୋକ ନିଜ ଘର ଛାଡିଯିବାକୁ ବାଧ୍ୟ ହୋଇଛନ୍ତି । ୫୦୦୦ରୁ ଅଧିକ ଲୋକ ଘର ଛାତ ଉପରେ ଆଶ୍ରୟ ନେଇଛନ୍ତି । ଏମାନଙ୍କୁ ଆକାଶ ପଥରେ ଉଦ୍ଧାର କରାଯାଉଛି । ଏହି ସହରର ୮୫ ପ୍ରତିଶତ ଅଞ୍ଚଳ ପାଣିରେ ବୁଡିଛି । ମୂଷଳଧାରା ବର୍ଷାରେ ଅନେକ ଘର ଭାସିଯାଇଛି ।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.