Below header

ଆରଟିଓର ପରିଚୟ ଦେଖାଇ ଓଡ଼ିଶା ସୀମାରେ ଟ୍ରକରୁ କରୁଥିଲେ ବଟି ଆଦାୟ, ୩ ଯୁବକ ଗିରଫ

ଆରଟିଓର ପରିଚୟ ଦେଖାଇ ବଟି ଆଦାୟ କରିବା ମାମଲାରେ ତିନି ଯୁବକ ଗିରଫ । ଓଡ଼ିଶା-ଝାଡ଼ଖଣ୍ଡ ସୀମାରେ ଟ୍ରକ ଡ୍ରାଇଭରଙ୍କ ଠାରୁ ଏମାନେ ବଟି ଆଦାୟ କରୁଥିବା ଅଭିଯୋଗ ରହିଛି । ଝାଡ଼ଖଣ୍ଡର ଠେଠେଇଟାଙ୍ଗର ପୁଲିସ ତିନି ଯୁବକଙ୍କୁ ଗିରଫ କରି ସିମଡେଗା ଜେଲକୁ ପଠାଇ ଦେଇଛି ।

ରାଉରକେଲା (କେନ୍ୟୁଜ): ଆରଟିଓର ପରିଚୟ ଦେଖାଇ ବଟି ଆଦାୟ କରିବା ମାମଲାରେ ତିନି ଯୁବକ ଗିରଫ । ଓଡ଼ିଶା-ଝାଡ଼ଖଣ୍ଡ ସୀମାରେ ଟ୍ରକ ଡ୍ରାଇଭରଙ୍କ ଠାରୁ ଏମାନେ ବଟି ଆଦାୟ କରୁଥିବା ଅଭିଯୋଗ ରହିଛି । ଝାଡ଼ଖଣ୍ଡର ଠେଠେଇଟାଙ୍ଗର ପୁଲିସ ତିନି ଯୁବକଙ୍କୁ ଗିରଫ କରି ସିମଡେଗା ଜେଲକୁ ପଠାଇ ଦେଇଛି ।

ସୂଚନା ଅନୁସାରେ ଝାଡ଼ଖଣ୍ଡ ସୀମାନ୍ତ ସୁନ୍ଦରଗଡ଼ ଜିଲ୍ଲାର କୁତ୍ରାରୁ ରାଞ୍ଚି ଯାଉଥିବା ରାସ୍ତାରେ ପରିବହନ ଅଧିକାରୀଙ୍କ ପରିଚୟ ଦେଇ ଯାନବାହାନ ଚେକିଙ୍ଗ କରି ଅର୍ଥ ଆଦାୟ କରୁଥିବା ୩ ଜଣଙ୍କୁ ଗିରଫ କରିଛି ଝାଡ଼ଖଣ୍ଡର ଠେଠେଇଟାଙ୍ଗର ଥାନା ପୋଲିସ। ଅଭିଯୁକ୍ତ ୩ଜଣ ହେଲେ ସୁନ୍ଦରଗଡର ଜୟପ୍ରକାଶ ଗୁପ୍ତା, ଅନୁଗୋଳର ପ୍ରବୀଣ ପ୍ରଧାନ ଓ ଟୁଟୁ ଦେହୁରୀ। ପୋଲିସ ଅଭିଯୁକ୍ତମାନଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି।

ଗ୍ୟାଙ୍ଗରେ ଅନ୍ୟ କେଉଁମାନେ ଅଛନ୍ତି, ପୋଲିସ ତା’ର ତଦନ୍ତ ଚଳାଇଛି । ତିନି ଯୁବକ ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ଜାତୀୟ ରାଜପଥର ଆମ୍ବାପାଣି ଜଙ୍ଗଲ ନିକଟରେ ଗତକାଲି ରାତିରେ ପହଞ୍ଚିଥିଲେ । ନିଜକୁ ସୁନ୍ଦରଗଡ଼ର ଆରଟିଓ ଓ ସ୍ଥାନୀୟ ପୁଲିସ ପରିଚୟ ଦେଇ ଓଡ଼ିଶାରୁ ଝାଡ଼ଖଣ୍ଡ ଓ ଝାଡ଼ଖଣ୍ଡରୁ ଓଡ଼ିଶା ଆସୁଥିବା ଟ୍ରକଗୁଡ଼ିକର କାଗଜପତ୍ର ଯାଞ୍ଚ କରିଥିଲେ । ଏହାପରେ କାଗଜପତ୍ରର ବିଭିନ୍ନ ତ୍ରୁଟି ଆଳ ଦେଖାଇ ଟ୍ରକ ଡ୍ରାଇଭରଙ୍କ ଠାରୁ ମୋଟା ଅଙ୍କର ବଟି ଆଦାୟ କରୁଥିଲେ । ପୋଲିସ ଟିମ୍ କେନ୍ଦୁଡିହିରେ ପହଞ୍ଚି ତିନି ଜଣଙ୍କୁ ଘଟଣାସ୍ଥଳରୁ ଗିରଫ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.