NSIC ରେ ଚାକିରି ସୁଯୋଗ, ଗ୍ରାଜୁଏସନ କରିଥିଲେ ତୁରନ୍ତ କରନ୍ତୁ ଆବେଦନ 

ନ୍ୟାସନାଲ ସ୍ମଲ ଇଣ୍ଡଷ୍ଟ୍ରୀଜ କର୍ପୋରେସନ ଲିମିଟେଡ୍‌ରେ ଆସିଷ୍ଟାଣ୍ଟ ମ୍ୟାନେଜର ପଦବୀରେ ଭର୍ତ୍ତି ପାଇଁ ଆବେଦନ ଗ୍ରହଣ କରୁଛି । ଦରମା ମାସକୁ ୧ ଲକ୍ଷରୁ ଅଧିକ ରହିଛି । ଗ୍ରାଜୁଏସନ କରିଥିଲେ ତୁରନ୍ତ କରନ୍ତୁ ଆବେଦନ ।

ଚାକିରି ଖୋଜୁଥିବା ପ୍ରାର୍ଥୀଙ୍କ ପାଇଁ ଖୁସି ଖବର । ନ୍ୟାସନାଲ ସ୍ମଲ ଇଣ୍ଡଷ୍ଟ୍ରୀଜ କର୍ପୋରେସନ ଲିମିଟେଡ୍‌ରେ ଆସିଷ୍ଟାଣ୍ଟ ମ୍ୟାନେଜର ପଦବୀରେ ଭର୍ତ୍ତି ପାଇଁ ଆବେଦନ ଗ୍ରହଣ କରୁଛି । ଏଥିପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ ଅଭିଯାନ ପାଇଁ ଆବେଦନ କରିବାକୁ ଅଫିସିଆଲ ୱେବସାଇଟ୍‌ nsic.co.in କୁ ଯାଇ ନୋଟିଫିକେସନ ଚେକ୍‌ କରିପାରିବେ । ଆବେଦନ କରିବାର ଶେଷ ତାରିଖ ୨୯ ସେପ୍ଟେମ୍ବର ୨୦୨୩ ରହିଛି ।

ପଦବୀ ବିବରଣୀ : ୫୧

ଆସିଷ୍ଟାଣ୍ଟ ମ୍ୟାନେଜର

ଜରୁରୀ ତାରିଖ : ଆବେଦନ କରିବାର ଶେଷ ତାରିଖ ୨୯ ସେପ୍ଟେମ୍ବର ୨୦୨୩ ରହିଛି ।

ଶିକ୍ଷାଗତ ଯୋଗ୍ୟତା : ଆବେଦନ କରିବା ପାଇଁ ଇଚ୍ଛୁକ ଥିବା ପ୍ରାର୍ଥୀ ଗ୍ରାଜୁଏଟ, ବିଇ, ବିଟେକ, ସିଏ ପାସ୍‌ କରିଥିବା ଜରୁରୀ ।

ବୟସ ସୀମା : ଆବେଦନ କରିବା ପାଇଁ ଇଚ୍ଛୁକ ଥିବା ପ୍ରାର୍ଥୀଙ୍କ ବୟସ ୨୮ ବର୍ଷ ହେବା ଜରୁରୀ । ସେହିପରି ସଂରକ୍ଷିତ ବର୍ଗ ପ୍ରାର୍ଥୀଙ୍କୁ ସର୍ବାଧିକ ବୟସ ସୀମାରେ ଛାଡ୍‌ ମିଳିବ ।

ଦରମା : ଏହି ପଦବୀ ପାଇଁ ଚୟନିତ ପ୍ରାର୍ଥୀଙ୍କୁ ମାସିକ ୩୦ ହଜାର ଠାରୁ ଆରମ୍ଭ କରି ୧ ଲକ୍ଷ ୨୦ ହଜାର ପର୍ଯ୍ୟନ୍ତ ଦରମା ମିଳିବ ।

ଆବେଦନ ଶୁଳ୍କ : ଭର୍ତ୍ତି ପାଇଁ ଆବେଦନ ଶୁଳ୍କ ୧୫୦୦ ଟଙ୍କା ଦେବାକୁ ହେବ ।

ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ୍‌ ଚେକ୍‌ କରନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.