Below header

ଚୁଡି ଏବଂ ମଙ୍ଗଳସୂତ୍ର ପିନ୍ଧି ୧୨ ବର୍ଷର ନାବାଳକ କଲା ଆତ୍ମହତ୍ୟା

ରାଜସ୍ଥାନର କୋଟା ସହରରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ୧୨ ବର୍ଷର ପିଲା କଥିତ ଭାବରେ ଅନଲାଇନ୍ ଗେମ୍ ଖେଳିବା ସମୟରେ ଫାସି ଲଗାଇଛି। କୁହାଯାଉଛି ଯେ ପିଲାଟି ନିଜ ରୁମରେ ଏକା ଥିଲା। ଏହି ସମୟରେ ଗେମ୍ ଖେଳୁ ଖେଳୁ ସେ ପ୍ରଥମେ ନିଜ ହାତରେ ଚୁଡି ପିନ୍ଧିଲା ଏବଂ ପରେ ସେ ଗଳାରେ ମଙ୍ଗଳସୂତ୍ର ମଧ୍ୟ ପିନ୍ଧିଲା। ଏହାପରେ ବାଥରୁମରେ ଯାଇ ସେ ଫାସି ଲଗାଇ ଆତ୍ମହତ୍ୟା କଲା।

କୋଟାରେ ପ୍ରଥମ ଏହି ମାମଲା

କୁହାଯାଉଛି କୋଟାରେ ଅନଲାଇନ୍ ଗେମ୍ ଖେଳୁ ଖେଳୁ ମୃତ୍ଯୁବରଣ କରିବା ଏହା ପ୍ରଥମ ମାମଲା। ପରିବାର ଲୋକ ଜଣାଇଛନ୍ତି ୧୨ ବର୍ଷର କୁଶାଲ ମୋବାଇଲରେ ବ୍ଲୁହ୍ବେଲ ଭଳି ଏକ ଗେମକୁ ଲମ୍ବା ସମୟ ଧରି ଖେଳୁଥିଲା। ଏହି ସମୟରେ ତାର ଛୁଟି ଥିବାରୁ ସେ ଅଧିକାଂଶ ସମୟ ମୋବାଲରେ ଗେମ ଖେଳି କଟାଉଥିଲା। ରାତିରେ ଖାଇ ସାରିବା ପରେ ସେ ତା ରୁମକୁ ଚାଲି ଯାଇଥିଲା। ସକାଳୁ ଯେତେବେଳେ ପରିବାର ଲୋକେ ରୁମର କବାଟ ଖୋଲି ଦେଖିଲେ ତ ସେ ତା ରୁମରେ ନଥିଲା ଏବଂ ତାର ବାଥରୁମ୍ କବାଟ ଭିତରୁ ବନ୍ଦ ଥିଲା। ବହୁତ ଡାକିବା ପରେ ଯେତେବେଳେ ସେ ନ ଶୁଣିଥିଲା ତେବେ କବାଟକୁ ଭଙ୍ଗାଗଲା। ଭିତରେ କୁଶାଲ ଫାସି ଦୈଡିରେ ଝୁଲୁଛି ଏବଂ ସେ ହାତରେ ଚୁଡି ଏବଂ ଗଳାରେ ମଙ୍ଗଳସୂତ୍ର ପିନ୍ଧିଥିଲା। ତୁରନ୍ତ ତାକୁ ମେଡିକାଲ ନିଆଯାଇଥିଲେ ସୁଦ୍ଧା ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ।

କେଉଁ ଗେମ୍ ଖେଳୁଥିଲା କୁଶାଲ

ପୋଲିସ ଘଟଣାରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଅବଶ୍ୟ ଏହା ଏବେ ପର୍ଯ୍ୟନ୍ତ ଜଣାପଡି ନାହିଁ ଯେ କୁଶାଲ କେଉଁ ଗେମ୍ ଖେଳୁଥିଲା। ପୋଲିସ କହିବାନୁଯାୟୀ ଆତ୍ମହତ୍ୟାର କାରଣ ସ୍ପଷ୍ଟ ହୋଇନାହିଁ। ତଦନ୍ତ ପରେ ଏହା ଜଣାପଡିବ ଯେ ସେ କେଉଁ ଗେମ୍ ଖେଳୁଥିଲା। ପରିବାର ଲୋକ ଜଣାଇଛନ୍ତି ଯେ ସେ କେବେବି ଚୁଡି ଏବଂ ମଙ୍ଗଳସୂତ୍ର ପିନ୍ଧି ନଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.