Below header

ବର୍ଷା ଦିନ ପାଇଁ ଆସିଗଲା ଓ୍ଵାଇପର ହେଲମେଟ୍‌, ମୂଲ୍ୟ ୯୯ ଟଙ୍କାରୁ ଆରମ୍ଭ

ବର୍ଷାଦିନମାନଙ୍କରେ ବାଇକ ଚାଳକମାନଙ୍କ ପାଇଁ ଏକ ପ୍ରମୁଖ ସମସ୍ୟା ହୋଇଥାଏ ହେଲମେଟ । କାରଣ ବର୍ଷା ସମୟରେ ହେଲମେଟ ସାମ୍ନା କାଚରେ ପାଣି ଲାଗିଲେ ଚାଳକଙ୍କୁ ଆଗ ରାସ୍ତା କିଛି ସ୍ପଷ୍ଟ ଭାବରେ ଦେଖାଯାଏ ନାହିଁ । ଯାହା ଫଳରେ ଚାଳକଙ୍କୁ ବହୁତ ସମସ୍ୟା ଭୋଗିବାକୁ ପଡେ। କିନ୍ତୁ ଏହି ସମସ୍ୟା ପାଇଁ ଏବେ ଚିନ୍ତା କରିବାର ଆବଶ୍ୟକତା ନାହିଁ । କାରଣ ଏବେ ହେଲମେଟ କାଚରୁ ପାଣିକୁ ପୋଛିବା ପାଇଁ ବଜାରକୁ ଆସିଯାଇଛି ଓ୍ଵାଇପର ହେଲମେଟ ଓ ଓ୍ଵାଟର ପ୍ରୁଫ ହେଲମେଟ।

ହେଲମେଟ ଭାଇଜର ସ୍ଲିଡ ଓ୍ଵାଇପର

ଏହା ଏକ ସ୍ଲିଡ ଓ୍ଵାଇପର ଢିଭାଇସ ଅଟେ ଯାହାକୁ କୌଣସି ବି ହେଲମେଟରେ ଫିକ୍ସ କରିହେବ। ଏହି ଡିଭାଇସ ଓ୍ଵାଟର ପ୍ରୁଫ୍‌ ଅଟେ ଓ ଏହାକୁ ରିମୋଟ କଣ୍ଟ୍ରୋଲ ସାହାଯ୍ୟରେ ଚଲାଇ ହେବ। ଏହା ରିମୋଟ ଓ୍ଵାଚ ଡିଜାଇନର ଅଟେ। ଯାହା ମାଧ୍ୟମରେ ୱାଇପରକୁ ସ୍ପିଡ ଓ କମ କରିହେବ।  ୱାଇପର ହେଲମେଟ ଗ୍ଲାସରୁ ବର୍ଷା ପାଣିକୁ ପେଛିଥାଏ।  ଯାହାଦ୍ବାର ଚାଳକଙ୍କୁ ସଠିକ ଭାବରେ ରାସ୍ତା ଦେଖାଯାଇଥାଏ ଓ  ଡ୍ରଇଭିଂ କରିବା ସହଜ ହୋଇଥାଏ। ଏହାର ମୂଲ୍ୟ ପାଖାପାଖି ୮ ହଜାର ଟଙ୍କାରୁ ଆରମ୍ଭ ହୋଇଥାଏ।

ଡ୍ରାଇଭିଂ ଭିଜନ ଫର ରାଇଡର୍ସ

driving vision for rider helmet

ଏହା ଏକ ବ୍ଲୁଟୁଥ୍‌ ଡିଭାଇସ ଅଟେ ଯାହାକୁ ରୟଓନର କମ୍ପାନୀ ପ୍ରସ୍ତୁତ କରିଛି। ଏହାକୁ ଯେ କୌଣସି ହେଲମେଟର ଲଗାଯାଇପାରିବ ଓ ସ୍ମାର୍ଟ ଫୋନ ସହ କନେକ୍ଟ କରାଯାଇ ପାରିବ। ଏହି ଡିଭାଇସ ଭିତରେ ଏକ ବିଲ୍ଟ-ଇନ ରିଚାର୍ଜବୁଲ ବ୍ୟାଟେରୀ ଦିଆଯାଇଛି, ଏଥିରେ ଏକ ପତଳା ଓ୍ଵାଇପର ଦିଆଯାଇଛି ଯାହା ମାଧ୍ୟମରେ ହେଲମେଟ ଗ୍ଲାସରୁ ପାଣି ପୋଛି ହେବ। ଏହାର ମୂଲ୍ୟ ପାଖାପାଖି ୮,୩୦୦ ଟଙ୍କା ରହିଛି ।

ଫିଙ୍ଗର ହେଲମେଟ ଓ୍ଵାଇପର

ଏହି ଡିଭାଇସକୁ ହାତର ଆଙ୍ଗୁଳିରେ ପିନ୍ଧାଯାଇଥାଏ। ଏହା ଏକ ଛୋଟ ଓ୍ଵାଇପର ଅଟେ ଯାହା ସାହାଯ୍ୟରେ ହେଲମେଟ ଗ୍ଲାସରୁ ପାଣି ପୂରା ସଫା କରାଯାଇଥାଏ। ଏହି ଡିଭାଇସର ବିଶେଷତ୍ୱ ହେଉଛି ଏହା ହାତର ଆଙ୍ଗୁଳିରେ ଠିକ୍‌ ଭାବରେ ଫିକ୍ସ ହୋଇଯାଏ ଅର୍ଥାତ ହେଲମେଟରୁ ପାଣି ପୋଛିବା ପାଇଁ ଏହାକୁ ବାରମ୍ବାର ପିନ୍ଧିବାକୁ ପଡିନଥାଏ। ଏହାର ଅନଲାଇନ ମୂଲ୍ୟ ରହିଛି ୯୯ ଟଙ୍କା ।

ଓ୍ଵଟର ପ୍ରୁଫ୍‌ ହାଣ୍ଡସ ଫ୍ରୀ ହେଲମେଟ

ଷ୍ଟିଲବାର୍ଡ କମ୍ପାନୀର ଏହି ହେଲମେଟର ମଡେଲ ନମ୍ବର ହେଡଛି SBA-1 HF । ଏଥିରେ ହାଣ୍ଡସ ଫ୍ରି କଲିଙ୍ଗ କରାଯାଇପାରିବ। ଏହି ହେଲମେଟ ଭିତରେ ଦୁଇଟି ସ୍ପିକର ଓ ଗୋଟିଏ ମାଇକ୍‌ ଦିଆଯାଇଛି। ଏହି ସ୍ପିକର, ଫୋନର ବ୍ୟାଟେରୀରେ ଚାଲିଥାଏ। ଏଥିରେ ଯେଉଁ ମାଇକ ଦିଆଯାଇଥାଏ ତାହା କେବଳ ଚାଳକଙ୍କ କଥାକୁ କ୍ୟାପଚର କରିଥାଏ। ଯଦି ଆପଣ ହେଲମେଟ ଭିତରେ ମ୍ୟୁଜିକ୍‌ ଶୁଣୁଥାନ୍ତି ତେବେ ମଧ୍ୟ ଆପଣଙ୍କୁ ବାହାର ହର୍ଣ୍ଣ ଶୁଣାଯାଇଥାଏ। ଏହା ସମ୍ପୂର୍ଣ୍ଣ ଓ୍ଵାଟର ପ୍ରୁଫ୍‌ ଓ ଡଷ୍ଟ ପ୍ରୁଫ୍‌ ଅଟେ। କମ୍ପାନୀର କହିବା କଥା ହେଲା ଏହା ଯଦି ୬ ଘଣ୍ଟା ଧରି ପାଣିରେ ରହେ ତେବେ ମଧ୍ୟ ଏହାର ମାଇକ ଓ ସ୍ପିକର ଖରାପ ହୋଇନଥାଏ। ଏହାର ଦାମ୍‌ ୨୫୮୯ ଟଙ୍କା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.