Below header

ଟିମ୍ ଇଣ୍ଡିଆକୁ ଆଉ ଏକ ବଡ଼ ଝଟକା, ବିଜୟ ଶଙ୍କର ହେଲେ ଆହତ

ନୂଆଦିଲ୍ଲୀ : ଆଇସିସି ବିଶ୍ବକପ୍ ୨୦୧୯ରେ ଟିମ୍ ଇଣ୍ଡିଆକୁ ଆଉ ଏକ ବଡ ଝଟକା । ଶିଖର ଧୱନ ଆହତ ହେବା ପରେ ଏବେ ପୁଣି ଅଲରାଉଣ୍ଡର ବିଜୟ ଶଙ୍କରଙ୍କ ଆହତ ହେବା ଖବର ମିଳିଛି। ପିଟିଆଇରୁ ମିଳିଥିବା ସୂଚନା ମୁତାବକ, ଅଭ୍ଯାସ ମ୍ଯାଚ ସମୟରେ ବିଜୟ ଶଙ୍କର ଆହତ ହୋଇଛନ୍ତି। ବିଜୟ ଶଙ୍କର ନେଟ୍ସରେ ବ୍ଯାଟିଂ କରୁଥିବା ସମୟରେ ବୁମରାହଙ୍କ ବଲ ଆସି ତାଙ୍କ ହାତରେ ବାଜି ଯାଇଥିଲା। ଫଳରେ ଶଙ୍କର ଖୁବ ଯନ୍ତ୍ରଣାରେ ଥିବା ଜଣାପଡିଛି।

ସୂଚନା ଅନୁଯାୟୀ, ଅଧିକ ଚିନ୍ତାର କୌଣସି କଥା ରହିନାହିଁ। ବିଜୟ ଶଙ୍କର ଆହତ ହୋଇଛନ୍ତି କିନ୍ତୁ ସେ ଆଜି ସନ୍ଧ୍ଯା ସୁଧା ଠିକ ହେବାର ସମ୍ଭାବନା ରହିଛି। ତେବେ ଆପଣଙ୍କୁ ଜଣାଇବାକୁ ଚାହିଁବୁ ପୂର୍ବେ ଶିଖର ଧୱନଙ୍କ ଆଘାତକୁ ମଧ୍ୟ ଗମ୍ଭୀର କୁହାଯାଉ ନଥିଲା। କିନ୍ତୁ କିଛି ଦିନ ପରେ ତାଙ୍କର ସେହି ଆଘାତ କାରଣରୁ ତାଙ୍କୁ ବିଶ୍ବକପରୁ ବାହାରିବାକୁ ପଡିଲା।

ବିଜୟ ଶଙ୍କର ଟିମ୍ ଇଣ୍ଡିଆର ମୁଖ୍ଯ ଖେଳାଳି ଭାବେ ଜଣାଯାଆନ୍ତି। ସେ ବ୍ଯାଟିଂ ସହ ଭଲ ଭାବେ ବୋଲିଂ ମଧ୍ୟ କରନ୍ତି। ବିଜୟ ଶଙ୍କର ପାକିସ୍ତାନ ବିପକ୍ଷରେ ଚଳିତ ବିଶ୍ବକପରେ ଦୁଇଟି ୱିକେଟ ହାସଲ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.