ଦେଶର ପ୍ରଥମ ଡିଜିଟାଲ ବଗିଚା, ଗଛରେ ଲାଗିଥିବା କ୍ୟୁଆର କୋଡରୁ ମିଳିବ ଏନେଇ ସମସ୍ତ ସୂଚନା

କେରଳ ରାଜ୍ୟ ସରକାର ଏପରି ଏକ ଅଭିନବ ବଗିଚା(ଗାର୍ଡେନ) ପ୍ରସ୍ତୁତ କରୁଛନ୍ତି ଯାହା ସଂପୂର୍ଣ୍ଣ ଭାବେ ଜିଡିଟାଲ ହେବ। ଏଠାରେ ଥିବା ଗଛ ମାନଙ୍କରେ କ୍ୟୁଆର କୋର୍ଡ ଲଗାଯିବ। ଯାହାକୁ ସ୍କାନ କରିବା ମାତ୍ରେ ଲୋକ ଗଛ ସମ୍ବନ୍ଧୀୟ ସମସ୍ତ ପ୍ରକାରର ସୂଚନା ପାଇପାରିବେ। ଏହି ବଗିଚାଟି କେରଳର ରାଜଭବନରେ ରହିଛି । ଏହାର ନାମ କନକକୁତ୍ରୁ ରଖାଯାଇଥିବା ବେଳେ ଏଠାରେ ମୋଟ ୧୨୬ ପ୍ରଜାତିର ଗଛ ରହିଛି। ଏହି ଗଛ ଗୁଡିକ ସମ୍ବନ୍ଧୀୟ ସମସ୍ତ ସୂଚନା ଯେପରି ଡିଜିଟାଲ ମିଳିପାରିବ ସେନେଇ ପ୍ରସ୍ତୁତି ଆରମ୍ଭ ହୋଇଛି।

tree

ତେବେ ଏହି ଯୋଜନାର ପ୍ରାଥମିକ ସ୍ତରରେ ଗାର୍ଡେନରେ ଥିବା ୧୦୦୦ରୁ ଅଧିକ ଗଛ ମଧ୍ୟରୁ ମାତ୍ର ୬୦୦ଟି ଗଛ ଉପରେ କ୍ୟୁଆର କୋର୍ଡ ଲଗାଯାଇଛି। ଅନ୍ୟ ଗଛ ମାନଙ୍କରେ ମଧ୍ୟ ଖୁବ ଶୀଘ୍ର କ୍ୟୁଆର କୋର୍ଡ ଲାଗିବ ବୋଲି ସୂଚନା ରହିଛି। ଏହି କାର୍ଯ୍ୟରେ କେରଳ ବିଶ୍ୱବିଦ୍ୟାଳୟର ବୋଟନି ବିଭାଗ ସହଯୋଗ କରୁଛି।

ଦିଲ୍ଲୀର ଲୋଧି ଗାର୍ଡେନରେ ମଧ୍ୟ ରହିଛି ବ୍ୟବସ୍ଥା

ଦିଲ୍ଲୀର ଲୁଟିୟନ୍ସ ଜୋନ ସ୍ଥିତ ପ୍ରସିଦ୍ଧ ଲୋଧି ଗାର୍ଡେନରେ ପାଖାପାଖି ୧୦୦ଟି ଗଛରେ କ୍ୟୁଆର କୋର୍ଡ ଲଗାଯାଇଛି। ଯାହା ଲୋକଙ୍କୁ ଗଛ ସମ୍ବନ୍ଧୀୟ ବିଭିନ୍ନ ସୂଚନା ପ୍ରଦାନ କରୁଛି । କ୍ୟୁଆର କୋର୍ଡ ଲାଗିଥିବା ଗଛ ମାନଙ୍କ ମଧ୍ୟରେ କିଛି ଗଛ ୧୦୦ରୁ ଅଧିକ ବର୍ଷ ପୂରୁଣା ଅଟନ୍ତି।

qr code tree

କିଛି ଦେଶରେ ଗଛ ମାନଙ୍କରେ କ୍ୟୁଆର କୋର୍ଡ ଲଗାଇବା ବାଧ୍ୟତାମୂଳକ ଅଟେ

ଆମେରିକା ଏବଂ ଜାପାନ ଭଳି ଦେଶରେ ଗଛ ମାନଙ୍କରେ କ୍ୟୁଆର କୋର୍ଡ ଲଗାଇବା ବାଧ୍ୟତାମୂଳକ ଅଟେ। ଏଣୁ ଏଠାରେ ଲୋକଙ୍କୁ ଗଛ ସମ୍ବନ୍ଧୀୟ ସମସ୍ତ ସୂଚନା କୋର୍ଡକୁ ସ୍କାନ କରିବା ମାତ୍ରେ ମିଳିଯାଇଥାଏ। ଯାହାଫଳରେ ଲୋକମାନେ ଗଛକୁ ନେଇ ଅଧିକ ସଜାଗ ହୋଇପାରିଥାନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.