କିଷାନ ସମ୍ମାନ ନିଧି ଯୋଜନାର ତୃତୀୟ ପର୍ଯ୍ୟାୟ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଉପକୃତ ହେବେ ୬କୋଟି ଚାଷୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପିଏମ କିଷାନ ଯୋଜନାର ତୃତୀୟ କିସ୍ତି ଆର୍ଥିକ ସହାୟତାର ଶୁଭାରମ୍ଭ କରିଛନ୍ତି । ଏହି ଯୋଜନାରେ ଦେଶର ୬କୋଟି ଚାଷୀ ଉପକୃତ ହେବେ । ଯେଉଁ ଚାଷୀର ଆଧାର କାର୍ଡ ଅଛି ତାହାକୁ ପିଏମ କିଷାନର ଆର୍ଥିକ ସହାୟତା ମିଳୁଛି । ଓଡ଼ିଶାରେ ୩୨ଲକ୍ଷ ଚାଷୀ ପିଏମ କିଷାନରେ ଅନ୍ତର୍ଭୁକ୍ତ ଅଛନ୍ତି । ଓଡିଶାର ଏହି ସମସ୍ତ ଚାଷୀଙ୍କର ଆଧାର କାର୍ଡ ଲିଙ୍କ କରାଯାଇଛି । ତେଣୁ ୩୨ଲକ୍ଷ ଚାଷୀ ଏହାର ସୁବିଧା ପାଇପାରୁଛନ୍ତି । ଏହି ସୁଚନା ଦେଇଛନ୍ତି କୃଷି ସଚିବ ସୌରଭ ଗର୍ଗ ।

 

 

Leave A Reply

Your email address will not be published.