Below header

ଦୁନିଆର ସବୁଠାରୁ ବିଚିତ୍ର ସହର, ଯାହା ତେଲ ଉପରେ ହିଁ ଗଢ଼ିଉଠିଛି

ଦୁନିଆରେ ଆପଣ ଏମିତି ଅନେକ ସହର ଦେଖିଥିବେ, ଯାହା ପାଣି ଏବଂ ପାହାଡ଼ ଉପରେ ଅବସ୍ଥିତ। କିନ୍ତୁ କେବେ ଆପଣ ଏମିତି ସହର ଦେଖିଛନ୍ତି କି, ଯାହା କେବଳ ତେଲ ଉପରେ ହିଁ ଗଢ଼ିଉଠିଛି? ଯଦି ଆପଣଙ୍କ ପାଖରେ ଏ ନେଇ କୌଣସି ଉତ୍ତର ନ ଥାଏ, ତା’ହେଲେ ଆଜି ଆମେ ଆପଣଙ୍କୁ ଏହି ସହର ବିଷୟରେ କହିବୁ।

sa2

ବାସ୍ତବରେ, ସହରର ନାଁ ନେଫ୍ଟ ଡାସ୍‌ଲେରୀ, ଯାହା ଅଜରବୈଜାନର ରାଜଧାନୀ ବେକୁଠାରୁ ପାଖାପାଖି ୧୦୦ କିଲୋମିଟର ଦୂରରେ ଅବସ୍ଥିତ। ସହରର ଶୋଭା ଅତ୍ୟନ୍ତ ସୁନ୍ଦର। ଏଠାରେ ପାଖାପାଖି ୩୦୦୦ ଲୋକ ବସବାସ କରନ୍ତି। ଏଠାକାର ଲୋକଙ୍କ ପାଖରେ ସମସ୍ତ ପ୍ରକାର ସୁବିଧା ଉପଲବ୍ଧ ରହିଛି। କିଛି ଲୋକ ଏହି ଅଞ୍ଚଳକୁ ‘ଲ୍ୟାଣ୍ଡ ଅଫ୍‌ ଫାୟାର୍‌’ ବୋଲି କହିଥାଆନ୍ତି।

sa3

୧୮୭୦ ମସିହାରୁ ଏଠାରେ ତେଲ ଉତ୍ପାଦନ କାମ ଆରମ୍ଭ ହୋଇଥିଲା। ସେତେବେଳେ ଏହି ଅଞ୍ଚଳ ଉପରେ ରୁସ୍‌ର କବ୍‌ଜା ଥିଲା। ପ୍ରଥମ ବିଶ୍ୱଯୁଦ୍ଧ ସମୟରେ ମଧ୍ୟ ଅଜରବୈଜାନରୁ ଅଧିକ ମାତ୍ରାରେ ତେଲ ବ୍ୟୟ ହେଉଥିଲା। ଏହି ସହର ଅନେକ ସମୟରୁ ତେଲ ବିକ୍ରି କରିଆସୁଛି ଏବଂ ତେଲ ରପ୍ତାନୀ ମଧ୍ୟ କରୁଛି। ଏଠାରେ ତେଲ ଏତେ ପରିମାଣରେ ମହଜୁଦ୍‌ ରହିଛି ଯେ ଆପଣ ଅନୁମାନ ମଧ୍ୟ ଲଗେଇ ପାରିବେନି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.