Below header

ବ୍ରାଜିଲରେ ଭୂସ୍ଖଳନ ଓ ବନ୍ୟା ତାଣ୍ଡବ! ୯୪ ଜଣଙ୍କ ମୃତ୍ୟୁ; ପାହାଡ଼ ଧସି ୫୪ ଘର ଧ୍ୱଂସ…

ବ୍ରାଜିଲରେ ମଙ୍ଗଳବାର ପ୍ରବଳ ବର୍ଷା କାରଣରୁ ଏଠାରେ ଭୂସ୍ଖଳନ ହୋଇଛି। ଏଥିରେ ଏ ପର୍ଯ୍ୟନ୍ତ ୯୪ ଜଣ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ହଜାର ହଜାର ଲୋକ ପ୍ରଭାବିତ ହୋଇଥିବା ସୂଚନା ରହିଛି। ରାଷ୍ଟ୍ରପତି ଜାୟର ବୋଲସୋନାରୋ ଏ ନେଇ ଦୁଃଖ ପ୍ରକାଶ କରିବା ସହିତ ମନ୍ତ୍ରୀମାନଙ୍କୁ ମୃତକଙ୍କ ପରିବାର ଏବଂ ପୀଡ଼ିତମାନଙ୍କୁ ଯଥାସମ୍ଭବ ସାହାଯ୍ୟ କରିବାର ଦାୟିତ୍ୱ ପ୍ରଦାନ କରିଛନ୍ତି। ଗଣମାଧ୍ୟମ ସୂଚନା ମୁତାବକ, ବ୍ରାଜିଲର ରିଓ ଡି ଜନେରିୟୋର ପେଟ୍ରୋପଲିସ୍ ଅଞ୍ଚଳରେ ପ୍ରବଳ ବର୍ଷା ଓ ଭୂସ୍ଖଳନ ଯୋଗୁ ୯୪ ଲୋକଙ୍କ ମୃତ୍ୟୁ ଘଟିଛି ଏବଂ ୫୪ ଘର ଧ୍ୱଂସ ହୋଇ ଯାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ୨୧ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ୩୫ ଜଣ ଏବେ ବି ନିଖୋଜ ଅଛନ୍ତି।

ନାଗରିକ ସୁରକ୍ଷା ଲେଫ୍ଟନାଣ୍ଟ କର୍ଣ୍ଣେଲ ଗିଲ କ୍ୟାପରସ୍ମ ଏକ ସାମ୍ବାଦିକ ସମ୍ମିଳନୀରେ ବିସ୍ତାର ରୂପେ ବର୍ଣ୍ଣନା କରି କହିଛନ୍ତି ଯେ ନିଖୋଜ ଲୋକଙ୍କ ସଂଖ୍ୟା ଏ ପର୍ଯ୍ୟନ୍ତ ଜଣାପଡ଼ି ନାହିଁ। ମୋରୋ ଦା ଓଫିସିନାରେ ହୋଇଥିବା ଭୂସ୍ଖଳନକୁ ନେଇ ସେ କହିଥିଲେ, ସ୍ଥାନୀୟ ବାସିନ୍ଦାମାନେ ମାଟି ତଳେ ନିଜ ପ୍ରିୟଜନମାନଙ୍କୁ ଖୋଜାଖୋଜି କରୁଛନ୍ତି। ସେପଟେ ଏକ ପାହାଡ଼ରେ ଥିବା ପାଖାପାଖି ୮୦ଟି ଘର ପ୍ରଖର ସ୍ରୋତରେ ଭାସି ଯାଇଛି। ସ୍ଥାନୀୟ ଲୋକେ ଭୂସ୍ଖଳନର ଅନେକ ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି, ଯେଉଁଥିରେ ଦେଖାଯାଇ ପାରିବ ଯେ ଘରଗୁଡ଼ିକ ସମ୍ପୂର୍ଣ୍ଣ ଭାବେ ଧ୍ୱଂସ ପାଇ ଯାଇଛି।

ରିଓ ଡି ଜନେରିୟୋରେ ହୋଇଥିବା ଏହି ବିପର୍ଯ୍ୟୟର ଅନେକ ଭିଡିଓ ବି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ପ୍ରବଳ ବର୍ଷା କାରଣରୁ ହୋଇଥିବା ବନ୍ୟାର ଭୟାବହ ସ୍ଥିତି ଦେଖାଯାଇ ପାରିବ। ଭିଡିଓ ଦେଖିଲେ ଲୋକମାନେ ବିନାଶକୁ ଆକଳନ କରି ପାରିବେ। ଏକ ଭିଡିଓ ଦେଖା ଯାଉଛି କି, ଯାତ୍ରୀରେ ଭରପୂର ଥିବା ଏକ ବସ୍‌ ବନ୍ୟାର ପ୍ରଖର ସ୍ରୋତରେ ଭାସି ଯାଉଛି। ଏଥିରେ ଲୋକମାନେ ଚିତ୍କାର କରୁଥିବା ଆପଣ ସ୍ପଷ୍ଟ ଭାବରେ ଦେଖି ପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.