ଭାରତରେ ଶସ୍ତା ହେବ ଆଇଫୋନ୍: ଆଇଫୋନ୍ ନିର୍ମାତା ଫକ୍ସକନ୍ ଭାରତରେ ତିଆରି କରିବ ଚିପ୍, ବେଦାନ୍ତ ସହ ହେଲା ପାର୍ଟନରସିପ

ବିଶ୍ୱରେ ଅନେକ ସ୍ଥାନରେ ଚିପ ର ଅଭାବ ଦେଖାଯାଉଥିବା ବେଳେ ତାଇୱାନର ଆଇଫୋନ୍ ନିର୍ମାତା ଫକ୍ସକନ୍ ବେଦାନ୍ତ ସହ ପାର୍ଟନରସିପ କରିବ ବୋଲି ଘୋଷଣା କରିଛି। ଏହି ପାର୍ଟନରସିପ ଅନୁଯାୟୀ ଉଭୟ କମ୍ପାନୀ ଭାରତରେ ଚିପ୍ ଉତ୍ପାଦନ କରିବେ। ଫକ୍ସକନ୍ ହେଉଛି ବିଶ୍ୱର ସବୁଠୁ ବଡ ଇଲେକ୍ଟ୍ରୋନିକ୍ କଣ୍ଟ୍ରାକ୍ଟର କମ୍ପାନୀ, ଯାହା ଆପଲର ଏକ ବଡ ସପ୍ଲାୟର ।

ତେବେ ପୁର୍ବ କିଛି ବର୍ଷ ଧରି କମ୍ପାନୀ ଏହାର ଇଲେକ୍ଟ୍ରୋନିକ ଗାଡ଼ି (ଇଭି) ଏବଂ ସେମିକଣ୍ଡକ୍ଟର ପରି କ୍ଷେତ୍ରରେ ଅଧିକ ଉନ୍ନତ କରିଛି ଓ ଏହି ଏହାର ଉତ୍ପାଦନ ମଧ୍ୟ ଅଧିକ ହୋଇଛି। ଫକ୍ସକନ୍ ଏକ ଷ୍ଟେଟମେଣ୍ଟରେ କହିଛି ଯେ ଭାରତରେ ଏହା ନିଜର ଆଇଫୋନ୍ ଚିପ୍ ତିଅରି କରିବା ପାଇଁ ବେଦାନ୍ତ ଗ୍ରୁପ୍ ସହିତ ଏକ ଚୁକ୍ତିନାମା କରିଛି। ଭାରତରେ ଇଲେକ୍ଟ୍ରୋନିକ୍ସର ଘରୋଇ ଉତ୍ପାଦନ ପାଇଁ କମ୍ପାନୀ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଥିବା କହିଛି। ଫକ୍ସକନ୍ ଏହି ଜଏଣ୍ଟ ଭେଞ୍ଚରକୁ ପ୍ରତିଷ୍ଠା କରିବା ପାଇଁ ପ୍ରାୟ ୧୧୮.୭ ମିଲିୟନ୍ ଡଲାର ଅର୍ଥାତ ପାଖାପାଖି ୯୦୦ କୋଟି ଟଙ୍କା ବିନିଯୋଗ କରିବ। ଏହି ପାର୍ଟନରସିପରେ ଫକ୍ସକନ୍ ପାଖରେ ୪୦ ପ୍ରତିଶତ ଷ୍ଟେକ୍ ରହିବ ଅର୍ଥାତ୍ ଏହା ୪୦ ପ୍ରତିଶତ ଅଂଶୀଦାର ହେବ।

ଦୁଇ କମ୍ପାନୀ ମଧ୍ୟରେ ଏହା ହେଉଛି ପ୍ରଥମ ମିଳିତ ଉଦ୍ୟମ ଯାହାକି ଭାରତରେ ସେମିକଣ୍ଡକ୍ଟର ଉତ୍ପାଦନ ପାଇଁ ଇକୋସିଷ୍ଟମ ସୃଷ୍ଟି କରିବାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ୱପ୍ନକୁ ସାକାର କରିବ ବୋଲି କମ୍ପାନୀ କହିଛି। ଏହାପୂର୍ବରୁ ଫକ୍ସକନ୍ Yageo ସହିତ ବିଶ୍ବସ୍ତରୀୟ ପାର୍ଟନରସିପ କରି ଚିପ ପ୍ରସ୍ତୁତ କରିବ ବୋଲି କହିଛି।

ହୁଏତ ଆପଣ ଜାଣିନଥିବେ ଫକ୍ସକନ୍ କେବଳ ଭାରତରେ ଆଇଫୋନ୍ ୧୨ ପ୍ରଡକ୍ସନ କରୁଛି। ଫକ୍ସକନର ପ୍ଲାଣ୍ଟ ତାମିଲନାଡୁରେ ଅଛି। ଭାରତରେ ଆଇଫୋନ୍ ୧୨ ର ତିଆରି ବିଷୟରେ ସୂଚନା କିଛି ଦିନ ପୂର୍ବରୁ ହିଁ ମିଳିଥିଲା।

କିଛି ଦିନ ପୂର୍ବରୁ, ଏକ ରିପୋର୍ଟରେ କୁହାଯାଇଛି ଯେ ଆପଲ୍ ଭାରତରେ ଆଇଫୋନ୍ ୧୩ ସିରିଜର ଟ୍ରାଏଲ୍ ତିଆରି ଆରମ୍ଭ କରିଛି, ଯାହା ଫକ୍ସକନ୍ ପ୍ଲାଣ୍ଟରେ ତିଆରି ହଉଚି। ଆଇଫୋନ୍ ୧୧ ଏବଂ ଆଇଫୋନ୍ ୧୨ ଭାରତର ଫକ୍ସକନ୍ ପ୍ଲାଣ୍ଟରେ ହିଁ ହେଉଛି। ତେଣୁ ବର୍ତ୍ତମାନ ଏହାର ଚିପ ତିଆରି ହେଲେ ଆଇଫୋନ୍ ଖୁବ୍ ଶସ୍ତା ହେବ ବୋଲି ଅନୁମାନ କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.