Below header

ଆଦିବାସୀ ଗାଁରେ ଜନମଞ୍ଚ, ଭୋଟରଙ୍କ ସାମ୍ନାରେ ପରୀକ୍ଷା ଦେଲେ ପ୍ରାର୍ଥୀ

ସୁନ୍ଦରଗଡ(କେନ୍ଯୁଜ୍): ଆଦିବାସୀ ଗାଁରେ ଜନମଞ୍ଚ । ଭୋଟରଙ୍କ ସାମ୍ନାରେ ପରୀକ୍ଷା ଦେଲେ ପ୍ରାର୍ଥୀ । ସୁନ୍ଦରଗଡ ଜିଲ୍ଲା ହେମଗିରି ବ୍ଲକ ମୁଣ୍ଡରକ୍ଷେତ ପଞ୍ଚାୟତରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ପ୍ରତିଶ୍ରୁତି ଦେଇ ଭୋଟ ମାଗୁଥିବା ପ୍ରାର୍ଥୀ ବିଜୟ ପରେ କଣ କରିବେ, ସେନେଇ ପ୍ରାର୍ଥୀ ମାନଙ୍କ ମଧ୍ୟରେ ପରୀକ୍ଷା କରାଇଥିଲେ ଗ୍ରାମବାସୀ ।

ପ୍ରାର୍ଥୀମାନଙ୍କ ପାଇଁ ଆୟୋଜିତ ହୋଇଥିଲା ଜନମଞ୍ଚ । ଏଥିରେ ଜଣେ ସରପଞ୍ଚ, ୫ ସମିତି ଭସ୍ୟ ପ୍ରାର୍ଥୀ ଯୋଗ ଦେଇ ଭୋଟରଙ୍କ ପ୍ରଶ୍ନର ଉତ୍ତର ଦେଇଥିଲେ । ଏହାପରେ ଲିଖିତ ପରୀକ୍ଷା ମଧ୍ୟ କରାଇଥିଲେ । ସମିତି ସଭ୍ୟର କାମ କଣ, ସମିତି ସଭ୍ୟ ପଦ ଜିତିଲେ ୫ ବର୍ଷ ପଞ୍ଚାୟତ ପାଇଁ କଣ କରିବେ, ଆଦର୍ଶ ପଞ୍ଚାୟତର ରୂପରେଖ କଣ ଆଦି ପ୍ରଶ୍ନ କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.