ଢେଙ୍କାନାଳ ସାଙ୍କୁଲେଇ ପଞ୍ଚାୟତ ସମିତିସଭ୍ୟା ପ୍ରାର୍ଥୀଙ୍କ ସ୍ୱାମୀ ନିଖୋଜ, ଜବତ ସ୍କୁଟିରେ ଲାଗିଛି ରକ୍ତଛିଟା

ଢେଙ୍କାନାଳ(କେନ୍ଯୁଜ୍): ସମିତିସଭ୍ୟା ପ୍ରାର୍ଥୀଙ୍କ ସ୍ୱାମୀ ନିଖୋଜ। ପରିବାର ପକ୍ଷରୁ ତାଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି। ଢେଙ୍କାନାଳ ସଦରବ୍ଲକ ସାଙ୍କୁଲେଇ ପଞ୍ଚାୟତ ସମିତିସଭ୍ୟା ପ୍ରାର୍ଥୀ ବାରତୀ ରତଙ୍କ ସ୍ୱାମୀ ଚିନ୍ମୟ କୁମାର ଦାସ ଗତକାଲି ରାତିରୁ ନିଖୋଜ ଥିବା ଅଭିଯୋଗ ହୋଇଛି।

ଢୋଲପଶି ସାଙ୍କୁଲେଇ ରାସ୍ତାରେ ବିଳମ୍ବିତ ରାତିରେ ତାଙ୍କର ସ୍କୁଟି ଜବତ କରିଛି। ସ୍କୁଟିରେ ରକ୍ତଛିଟା ଲାଗିଛି। କିଛି ଲୋକ ତାଙ୍କୁ ରାତିରେ ଅଟକାଉଥିବା କଥା ଫୋନ୍‌ରେ ସ୍ତ୍ରୀଙ୍କୁ କହିଥିଲେ। ଏନେଇ ପରିବାର ପକ୍ଷରୁ ଲିଖିତ ଅଭିଯୋଗ ପରେ ତଦନ୍ତ ଜାରି ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.