ISRO ଜାରି କଲା ଭୂସ୍ଖଳନ ବିପଦ ତାଲିକା; ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗ ଓ ତିହରୀ ଜିଲ୍ଲା ସବୁଠୁ ସମ୍ବେଦନଶୀଳ

ଉତ୍ତରାଖଣ୍ଡର ଦୁଇ ପାହାଡି ଜିଲ୍ଲା ରୁଦ୍ରପ୍ରୟାଗ ଓ ତିହରୀରେ ଭୂସ୍ଖଳନ ହେବାର ସବୁଠାରୁ ଅଧିକ ଆଶଙ୍କା ରହିଛି। ISROର ହାଇଦ୍ରାବାଦସ୍ଥିତ ନ୍ୟାସନାଲ ରିମୋଟ ସେନ୍ସିଂ ସେଣ୍ଟର (NRSC)ର ସଦ୍ୟତମ 'ଲ୍ୟାଣ୍ଡସ୍ଲାଇଡ୍ ଆଟଲାସ୍' ରିପୋର୍ଟରେ ଏହା ପ୍ରକାଶ ପାଇଛି।

ଉତ୍ତରାଖଣ୍ଡର ଦୁଇ ପାହାଡି ଜିଲ୍ଲା ରୁଦ୍ରପ୍ରୟାଗ ଓ ତିହରୀରେ ଭୂସ୍ଖଳନ ହେବାର ସବୁଠାରୁ ଅଧିକ ଆଶଙ୍କା ରହିଛି। ISROର ହାଇଦ୍ରାବାଦସ୍ଥିତ ନ୍ୟାସନାଲ ରିମୋଟ ସେନ୍ସିଂ ସେଣ୍ଟର (NRSC)ର ସଦ୍ୟତମ ‘ଲ୍ୟାଣ୍ଡସ୍ଲାଇଡ୍ ଆଟଲାସ୍’ ରିପୋର୍ଟରେ ଏହା ପ୍ରକାଶ ପାଇଛି। ଭୂସ୍ଖଳନ ବିପଦ ତାଲିକାରେ ଏହି ଜିଲ୍ଲାଗୁଡ଼ିକ ଶୀର୍ଷରେ ଅଛନ୍ତି।

ନ୍ୟାସନାଲ ରିମୋଟ ସେନ୍ସିଂ ସେଣ୍ଟର ସାରା ଦେଶରେ ଭୂସ୍ଖଳନ ଦୃଷ୍ଟିରୁ ୧୪୭ ସମ୍ବେଦନଶୀଳ ଜିଲ୍ଲାର ତାଲିକା ଜାରି କରିଛି। ଏଥିରେ ରୁଦ୍ରପ୍ରୟାଗ ପ୍ରଥମ ଏବଂ ତିହରୀ ଦ୍ୱିତୀୟ ସ୍ଥାନରେ ଅଛି।

ରୁଦ୍ରପ୍ରୟାଗର ଜରୁରୀକାଳୀନ ସଞ୍ଚାଳନ କେନ୍ଦ୍ରରୁ ମିଳିଥିବା ସୂଚନା ମୁତାବକ, ଜିଲ୍ଲାରେ ୩୨ଟି ପୁରୁଣା ଭୂସ୍ଖଳନ ଅଞ୍ଚଳ ରହିଛି। ଏଥି ମଧ୍ୟରୁ ଅଧିକାଂଶ ଜାତୀୟ ରାଜପଥ ୧୦୭ରେ ଅବସ୍ଥିତ। ତିହରୀ ଏକ ଅତି ପ୍ରାଚୀନ ଭୂସ୍ଖଳନ ସ୍ଥାନ ଭାବରେ ଚିହ୍ନଟ ହୋଇଛି।

ଖାସ କଥା ହେଉଛି, ଏହି ତାଲିକାରେ ଉତ୍ତରାଖଣ୍ଡର ସମସ୍ତ ୧୩ ଜିଲ୍ଲା ସାମିଲ ରହିଛି। ରୁଦ୍ରପ୍ରୟାଗ ଓ ତିହରୀ ଯଥାକ୍ରମେ ପ୍ରଥମ ଏବଂ ଦ୍ୱିତୀୟ ସ୍ଥାନରେ ଥିବାବେଳେ ହରିଦ୍ୱାର ଓ ଉଧମ ସିଂ ନଗର ତାଲିକାରେ ଯଥାକ୍ରମେ ୧୪୬ତମ ଏବଂ ୧୪୭ତମ ସ୍ଥାନରେ ରହିଛନ୍ତି।