Below header

ଭାରତର ପ୍ରଥମ H3N2 ଇନଫ୍ଲୁଏଞ୍ଜା ମୃତ୍ୟୁ! ହରିୟାଣା ଓ କର୍ଣ୍ଣାଟକର ୨ ବ୍ୟକ୍ତିଙ୍କର ମୃତ୍ୟୁ ନେଇ ସୂଚନା ଦେଲା ସ୍ୱାସ୍ଥ୍ୟ ମନ୍ତ୍ରାଳୟ

H3N2 ଇନଫ୍ଲୁଏଞ୍ଜାରେ ଦୁଇ ଜଣ ଲୋକଙ୍କର ମୃତ୍ୟୁ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ମୃତକଙ୍କ ମଧ୍ୟରୁ ଜଣେ ହରିୟାଣା ଏବଂ ଅନ୍ୟ ଜଣେ କର୍ଣ୍ଣାଟକର। H3N2ର ଲକ୍ଷଣ କୋଭିଡ୍‌ ସହ ସମାନ।

H3N2 ଇନଫ୍ଲୁଏଞ୍ଜାରେ ଭାରତରେ ପ୍ରଥମ ମୃତ୍ୟୁ। ଏହି ସଂକ୍ରମଣରେ ଦୁଇ ଜଣ ଲୋକଙ୍କର ମୃତ୍ୟୁ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ମୃତକଙ୍କ ମଧ୍ୟରୁ ଜଣେ ହରିୟାଣା ଏବଂ ଅନ୍ୟ ଜଣେ କର୍ଣ୍ଣାଟକର। ବର୍ତ୍ତମାନ ଦେଶରେ ପ୍ରାୟ ୯୦ ଜଣ ଏଥିରେ ସଂକ୍ରମିତ ଥିବା ଜଣାପଡ଼ିଛି। ସେହିପରି H1N1 ଭାଇରସ୍‌ରେ ଦେଶରେ ୮ ଜଣ ସଂକ୍ରମିତ ହୋଇଥିବା ସୂଚନା ମିଳିଛି।

H1N1 ପାଇଁ ବହୁ ବର୍ଷ ପୂର୍ବେ ମହାମାରୀ ହୋଇଥିଲା। ସେହି ଭୂତାଣୁର ରୁପାନ୍ତର ହେଉଛି H3N2। H3N2ର ଲକ୍ଷଣ କୋଭିଡ୍‌ ସହ ସମାନ। ସଂକ୍ରମିତ ବ୍ୟକ୍ତିଙ୍କର ଦେହ ଓ ମୁଣ୍ଡ ବିନ୍ଧା ସହିତ ଗଳା ବସିଯାଏ। ପୁଣି ଶୁଖିଲା କାଶ ହୁଏ। ଲମ୍ବା ସମୟ ଧରି କାଶ ହୋଇଥାଏ।

ଡାକ୍ତରଙ୍କ କହିବା କଥା, ଏହା ଇନଫ୍ଲୁଏଞ୍ଜାର ଏକ ରୂପ, ଯାହା ଖୁବ୍‌ ଦ୍ରୁତ ବେଗରେ ସଂକ୍ରମିତ ହେଉଛି। ଯେଉଁ ମାନେ ଗମ୍ଭୀର ରୋଗରେ ପୀଡିତ ଅଛନ୍ତି, ସେମାନଙ୍କୁ ଏହି ଭାଇରସକୁ ନେଇ ସତର୍କ ରହିବାକୁ ଏମ୍ସର ପୂର୍ବତନ ନିର୍ଦ୍ଦେଶକ ରଣଦୀପ ଗୁଲେରିଆ କହିଛନ୍ତି।

H3N2 ଭୂତାଣୁ ଲକ୍ଷଣ କ’ଣ?

୧. ଥଣ୍ଡା, କାଶ, ଗଳାରେ କଫ ଜମିବା ସହ ଦେହ ଦରଜ ହୁଏ।
୨. ମୁଣ୍ଡ ବିନ୍ଧା, ଅତ୍ୟଧିକ ଜ୍ୱର, ଗଳାରେ ଘା’ ହୋଇଥାଏ।
୩. ଜ୍ୱର ହେଲେ ୨ରୁ ୩ ଦିନ ପର୍ଯ୍ୟନ୍ତ ରହିଥାଏ।
୪. ଡାଏରିଆ, ବାନ୍ତି ହେବା ସହ ଦୁର୍ବଳ ଅନୁଭବ ହୁଏ।
୫. ଏ ସବୁ ରୋଗ ଦୁଇ ସପ୍ତାହ ପର୍ଯ୍ୟନ୍ତ ଶରୀରରେ ରହିଥାଏ।

H3N2ର ପ୍ରତିକାର କ’ଣ ?

୧. ଅଧିକ ବିଶ୍ରାମ ନେବା ଆବଶ୍ୟକ।
୨. ଅତ୍ୟଧିକ ତରଳ ପଦାର୍ଥ ପିଇବା ଦରକାର।
୩. ମାସ୍କ ପିନ୍ଧିବା ସହ ଗହଳି ସ୍ଥାନକୁ ଯିବେ ନାହିଁ।
୪. ବାରମ୍ବାର ହାତ ଧୋଇବା ଆବଶ୍ୟକ।
୫. ଲକ୍ଷଣ ଅନୁସାରେ ଡାକ୍ତରଙ୍କ ପରାମର୍ଶ କ୍ରମେ ଔଷଧ ଖାଆନ୍ତୁ।
୬. ଅଧିକ ଗୁରୁତର ବ୍ୟକ୍ତିଙ୍କୁ ଇନଫ୍ଲ୍ୟୁଏଞ୍ଜା ଟିକା ଦିଆଯାଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.